ଦାନଗଦୀ ବ୍ଲକ ଅଞ୍ଚଳ: ଶୌଚାଳୟ ନିର୍ମାଣ ନାମରେ ଟଙ୍କା ହଡ଼ପ ଅଭିଯୋଗ

କଳିଙ୍ଗନଗର,୨ା୬(ଡି.ଏନ୍‌.ଏ.)- ଦାନଗଦୀ ବ୍ଲକ ଅଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ଫେଲ ମାରିଛି। ଶୌଚାଳୟ ନିର୍ମାଣ ନାମରେ ଠିକାଦାର ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ପ୍ରକୃତ ହିତାଧିକାରୀ ଶୌଚାଳୟ ପାଇବାରୁ ବଞ୍ଚତ୍ତ ହେଉଥିବାବେଳେ ତାଲିକାରେ ନାମ ନ ଥିବା ଲୋକଙ୍କୁ ଚଞ୍ଚକତା କରାଯାଇ ଶୌଚାଳୟ ପ୍ରଦାନ କରାଯାଉଛି। ଏପରିକି ଅଧିକାଂଶ ଗ୍ରାମରେ ଶୌଚାଳୟ ନ ଥାଇ ବିଲ୍‌ କରାଯାଇଛି। ବିଶେଷକରି ଉଚବାଲି, ଓସ୍ତପାଳ, କିଆଝର, ରଣାଗୁଣ୍ଡି, ଶାଳିଜଙ୍ଗା, ନଛିପୁରା, ଧୂଳିଗଡ, ରାଣୀପଡା, ଖପୁରିଆପଦା ଆଦି ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଣଓଡ଼ିଆ ଠିକାଦାର ଶୌଚାଳୟ ନିର୍ମାଣ ନ କରି ଅନ୍ୟ ଏକ ପାଇଖାନା ଫଟୋ ଦେଖାଇ ଚଞ୍ଚକତା କରି ବିଲ୍‌ ଉଠାଇଛନ୍ତି। ଏଥିରେ ବ୍ଲକର ବିଭାଗୀୟ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଗ୍ରାମବାସୀ କହିଛନ୍ତି। ଅପରପକ୍ଷେ ଚମ୍ପାଝର ଗ୍ରାମର ଶତ୍ରୁଘନ ମହାନ୍ତି, କାହ୍ନୁ ଚରଣ ମହାନ୍ତି, କୁନ୍ତିି ମହାନ୍ତି, ବିରଞ୍ଚତ୍ ମହାନ୍ତି, ସାଦାଇ ହେମ୍ବ୍ରମ, ଦୁର୍ଗା ମାଝି, କାପରେ ମୁର୍ମୁ ପ୍ରମୁଖ ଶତାଧିକ ହିତାଧିକାରୀଙ୍କ ପାଇଖାନା ଘର ଠିକାଦାର ଖାଲି ଇଟା ଯୋଡି ବିଲ୍‌ ଉଠାଇଥିବା ଅଭିଯୋଗ ହୋଇଛି। ସେହିପରି ସନ୍ତ୍ରାଗାଡ଼ିଆ ଗ୍ରାମରେ ଠିକାଦାର ନିମ୍ନମାନର କାର୍ଯ୍ୟକରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟରେ ନିର୍ମାଣ ପାଇଁ ଦିଆଯାଇଉଥିବା ପାଇଖାନାଗୁଡିକ ନିର୍ମାଣ ନ କରି ଟଙ୍କା ଉଠାଯାଉଥିବା ଜଣାପଡିଛି। ଏ ସମ୍ପର୍କରେ ବିଭୁତି ଜେନା, ପଦ୍ମଲୋଚନ ଜେନା, ପ୍ରମୋଦ ଜେନା, ଚକ୍ରଧର ଜେନା, ପାଣ୍ଡବ ଜେନାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକେ କିଛି ଦିନତଳେ ତଦନ୍ତ ପାଇଁ ଦାନଗଦୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେଲେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ଦରନଗଦୀ ବିଡିଓ ମଣିପ୍ରସାଦ ମିଶ୍ରଙ୍କ ମତାମତ ମିଳିପାରି ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri