ଦାଦନ ଯାଇ ନାବାଲକ୍‌ ପୁଓ ନିଖୋଜ: ଫିରବାର ବାଟ୍‌କେ ଚାହିଁ ଛନ୍‌ ମା’ବାପ୍‌

ସିନାପାଲି,୨।୩ (ଡି.ଏନ୍‌.ଏ.)- ପରିବାରକେ ଦାନା ଯୁଗାବାର ଲାଗି ପୁଓ ଦାଦନ୍‌ ଖଟିଯାଇଛେ। ସେ ଘରୁ ଯିବାର ଆଏଜ୍‌କେ ୬ ମାସ୍‌ ବିତିଗଲାନ। ଯାଇଛେ ଯେ ଆର ଫିରବାର ନାଇଁ। ତାର କିଛି ଖୋଜ୍‌ଖବର ନାଇଁ, ଫୋନ୍‌ କଲେ ନାଇଁ ଲାଗ୍‌ବାର। ମୋର ଗୁଟେବଲି ପୁଓ। ଏହେଦେ ମୁଇଁ କାଣା କରମି। ମୋତେ ଚାର୍‌ହିକୁତି ଅଁଧାର ଦିଶୁଛେ। ଦାଦନ ଦଲାଲକେ ପଚ୍‌ରାଲେ ସେ କିଛି ନାଇଁ କହେବାର। ଏନ୍‌ତା ଗୁଲ୍‌ଗୁଲା ହେଇ କାଁଦି କାଁଦି ନିଜର ଦୁଖ୍‌ ବଖାନିଛନ୍‌ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଟିମନପୁର ପଁଚେତ୍‌ ଗୋବିନ୍ଦପୁର ଗଁାର ଅଗସ୍ତି ବନ୍ଦିଛୋର।
ସୂଚନା ହିସାବେ ଗୋବିନ୍ଦପୁର ଗଁାର ଅଗସ୍ତି ବନ୍ଦିଛୋରକଁର ପୁଓ ନିରାକାର ବନ୍ଦିଛୋର(୧୭)। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନଁାକେ ଜମିବାଡ଼ି ଟିକେ ଅଛେ। ହେଲେ ପରିବାରଟା ଆଏଜ୍‌ ବି ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ଗଲା ବଛର ସେପ୍ଟେମ୍ବର ମାସେ ନୂଆପଡ଼ା ଜିଲା କୋଟାମାଲ ଗଁାର ଦାଦନ ଦଲାଲ ବାସୁ ବାଗ ନିରାକାରକୁଁ ଗୁଜୁରାଟର ସୁରେନ୍ଦ୍ରନଗର ରେଲଓ୍ବେ ପଟ୍ଟିରେ କାମ୍‌ କରବାର ଲାଗି ଘରୁ ନେଇଥିଲେ। ସେଠାନେ ସେ ନିରାକାରକୁଁ ମାସିକ ୯ ହଜାର ଟଁକା ଦେବାର ସଂଗେ ମାସକିଆ ଖରଚ୍‌ ୨ଶହ ଟଁକା ଦେବାର ବାବ୍‌ଦେ ତାକର ଘରେ କଥା ଦେଇଥିଲେ। ସେ ଘରୁ ଗଲା ଉତାରୁ ୨ ମାସ ତକ୍‌ ପରିବାର ସଂଗେ ଫୋନରେ କଥାବାରତା ହେଉଥିଲେ। ହେଲେ ଆଏଜ୍‌କେ ୪ ମାସ୍‌ ହେଲା ନିରାକାରକଁର ସଂଗେ ପରିବାର ଲୋକ୍‌ ଫୋନରେ ଯୋଗାଯୋଗ କରି ନାଇଁ ପାରବାର। ଏନ୍‌ତାକି ଇ ବାବ୍‌ଦେ ନିରାକାରକୁଁ ନେଇଥିବାର ଦଲାଲକେ ପଚ୍‌ରାଲେ ବି ସେ କିଛି ନାଇଁ କହେବାର। ଯେନ୍‌ଥିରଲାଗି ପରିବାର ଲୋକ ଆଶଁକାରେ ରହିଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ପୁଓ ଘରର ଥିତି ସଲଖାବାକେ ଦାଦନ ଖଟି ଯାଇଥିଲେ। ହେଲେ ଆଏଜ୍‌ତକ ସେ ଘରକେ ନାଇଁ ଫିରି। ଏନ୍‌ତାଥି ପରିବାର ଲୋକ୍‌ ଆଏଜ୍‌ ବି ଆଶ୍‌ ଆର ଆଶଁକାରେ ପୁଓର ଫିରବାର ବାଟ୍‌କେ ଚାହିଁ ରହିଛନ୍‌। ଅନେକ ଦିନ୍‌ ଉତାରୁ ବି ନିରାକାର ନାଇଁ ଫିରଲାରୁ ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ଶ୍ରମ ବିଭାଗରେ ପୁଓକେ ଫିରେଇ ଆନ୍‌ବାକେ ଗୁହାରି କରିଛନ୍‌। ଇ ବାବ୍‌ଦେ ଜିଲା ଶ୍ରମ ଅଧ୍‌କାରୀ ଶରତ ଚନ୍ଦ୍ର ପାଣିଗ୍ରାହୀକୁଁ ପଚ୍‌ରାଲାରୁ ଅଭିଯୋଗ ପାଏଲା ଉତାରୁ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri