ନରସିଂହ ବନ୍ଧ, ସ୍ନାନଘାଟରେ ଗଣସଫେଇ

ବଲାଙ୍ଗୀର ଅଫିସ, ୨ା୩: ଜିଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା ବଲାଙ୍ଗୀର କରଣ ସମାଜ ପକ୍ଷରୁ ରବିବାର ସ୍ଥାନୀୟ ନରସିଂହ ବନ୍ଧର ମୁଖ୍ୟ ସ୍ନାନଘାଟରେ ଗଣସଫେଇ ଅନୁଷ୍ଠିତ ହୋଇଛି ା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରତ୍ୟୁଷରୁ କରଣ ସମାଜ ସହ ବିଭିନ୍ନ ସଂଗଠନର ଶତାଧିକ ସଦସ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ା କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମିଶ୍ର ଯୋଗଦାନ କରି ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ ା ନରସିଂହ ବନ୍ଧର ପୁନରୁଦ୍ଧାର ନିମନ୍ତେ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ା ଏହି ଅବସରରେ କରଣ ସମାଜ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଜଳାଶୟର ଏକ ନିର୍ଦ୍ଦିଷ୍ଟ ସ୍ନାନଘାଟର ସମ୍ପୂର୍ଣ୍ଣ ପୁନରୁଦ୍ଧାର ସହିତ ଏହାର ରକ୍ଷଣାବେକ୍ଷଣ ଅନୁମତି ପାଇଁ ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କର୍ମକର୍ତ୍ତାମାନେ ବିଧାୟକଙ୍କୁ ଅବଗତ କରିଥିଲେ ା ବିଧାୟକ ମିଶ୍ର କରଣ ସମାଜର ଏଭଳି ଏକ ଜନହିତକର ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ା ଏହି ଗଣ ସଫେଇ କାର୍ଯ୍ୟକ୍ରମରେ ଆମ୍ମା ଭଗବାନ ସେବା ସମିତି, ସତେଚନ ମହିଳା ମଞ୍ଚ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଙ୍ଗଠନ, ନାଗରିକ କମିଟି, ଓଶ୍ରୁ, ଜିଲା ବ୍ୟାଡମିଣ୍ଟନ ଆସୋସିଏଶନ, ଜିଲା ଟ୍ୟାକ୍ସ ବାର ଆସୋସିଏଶନ, ଜିଲା ଆଇନଜୀବୀ ସଂଘ, ୱିକେୟାର, ପୂର୍ବତନ ସୈନିକ ସଂଘ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଂଘ, ଅବସର ବିନୋଦନ ସାହିତ୍ୟ ସମିତି, ପୂଜ୍ୟପୂଜା ସଙ୍ଗଠନ, ବ୍ରାହ୍ମଣ ମହାସଭା, ରାଧାରାଣୀପଡା ଦୁର୍ଗାପୂଜା କମିଟି, ଯୁବ ଆକ୍ସନ କମିଟି, ଜିଲା ଯାଦବ ସମାଜ, ଗୋପାଳଜୀ କ୍ଲବ, ଭୂମିକା, ରୋଟାରୀ ଇଲାଇଟ, ସାର୍ବଜନୀନ ଦୁର୍ଗା ମନ୍ଦିର କମିଟି, ଜିଲା କ୍ରୀଡା ସଂସଦ, ଜିଲା ସାମ୍ବାଦିକ ସଂଘ, ଡୁମାଲ ସମାଜ, ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା, ସିନ୍ଧି ଯୁବ ସମାଜ, ରୋଟାରୀ କ୍ଲବ, ବିଡିଜିଏ, ଗାନ୍ଧୀ ପାଠାଗାର, ଜେଆଇଟିଏମ୍‌ ଅନୁଷ୍ଠାନ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ା କରଣ ସମାଜ ପକ୍ଷରୁ ସଭାପତି ଅସୀମ ପଟ୍ଟନାୟକ, ଉପସଭାପତି ଗାୈରଚନ୍ଦ୍ର ପୃଷେଠ, ଅଶ୍ୱିନୀ ପଟ୍ଟନାୟକ, ମୀନାକ୍ଷୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଜୟରାମ ପଟ୍ଟନାୟକ, ଦିଲୀପ କୁମାର ପୃଷେଠ, ସୁଷମା ଚୌଧୁରୀ, କୋଷାଧ୍ୟକ୍ଷ ମାନସ ରଞ୍ଜନ ବହିଦାର, ଅଖିଳ ଭାରତ କାୟସ୍ଥ ମହାସଭା ସଦସ୍ୟ ବିକ୍ରମାନନ୍ଦ ବହିଦାର, ବରିଷ୍ଠ ଉପଦେଷ୍ଟା ରାଜାରାମ ପଟ୍ଟନାୟକ, ପ୍ରୀତମ ବକ୍ସି, ପ୍ରଶାନ୍ତ ପଟ୍ଟନାୟକ, ନମିତା ବକ୍ସି ଗଣସଫେଇରେ ସାମିଲ ହୋଇଥିଲେ ା ପ୍ରାୟ ୧୦୦ ବର୍ଷ ପୁରାତନ ନରସିଂହ ବନ୍ଧ ଉପରେ ସହରର ଶତାଧିକ ଜନସାଧାରଣ ବିଭିନ୍ନ ପୂଜା ପାର୍ବଣ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଜଳ ସଂଗ୍ରହ କରିଥାନ୍ତି ା ମାତ୍ର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହି ଜଳାଶୟ ସ୍ବଚ୍ଛତା ଓ ଅସ୍ତିତ୍ୱ ହରାଇବା ସ୍ଥିତିରେ ରହିଛି ା ତୁରନ୍ତ ଏହି ବନ୍ଧର ପୁନରୁଦ୍ଧାର କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri