ଜୀବନ ସଂଗ୍ରାମରେ ଶତ୍ରୁଘ୍ନ: ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ,୨ା୩: ମାତ୍ର ୩୬ ବର୍ଷ ବୟସରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଜଗତ୍‌ସିଂହପୁର ବ୍ଲକ ଅଧୀନ ଖଇରଙ୍ଗ ପଞ୍ଚାୟତ ନୂଆପାଟଣାର ଶତ୍ରୁଘ୍ନ ନାଥ। ମୁଲ ଲାଗି ପରିବାର ପୋଷଣ କରୁଥିବା ଶତ୍ରୁଘ୍ନ ୪ ମାସ ହେବ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏକମାତ୍ର ରୋଜଗାରିଆ ପୁଅର ଏଭଳି ଦୁର୍ଦ୍ଦଷାରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଏଣେ ଶତ୍ରୁଘ୍ନଙ୍କ ରୋଜଗାର ନ ଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଶତ୍ରୁଘ୍ନଙ୍କ ମା’ ମଞ୍ଜୁ ତାଙ୍କର ଗୋଟିଏ କିଡ୍‌ନୀ ପୁଅକୁ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। କିନ୍ତୁ କିଡ୍‌ନୀ ପ୍ରତିରୋପଣ ପୂର୍ବ ଓ ପରବର୍ତ୍ତୀ ସମୟରେ ଆବଶ୍ୟକ ପାଖାପାଖି ୩ ଲକ୍ଷ ଟଙ୍କା ଯୋଗାଡ କରିବା ଏହି ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ କିଡ୍‌ନୀ ପ୍ରତିରୋପଣ ନ ହେଲେ ଶତ୍ରୁଘ୍ନଙ୍କ ଜୀବନ ପ୍ରତି ବିପଦ ବଢ଼ିବ। ଏକଥା ଶୁଣିବା ପରେ ପରିବାର ସଦସ୍ୟଙ୍କ ମୁଣ୍ଡରେ ଚଡକ ପଡିଯାଇଛି।
ଶତ୍ରୁଘ୍ନଙ୍କ ବାପା ପହଲି ଦୀର୍ଘ ବର୍ଷ ପୂର୍ବରୁ ସନ୍ନ୍ୟାସୀ ହୋଇ କୁଆଡେ ଚାଲି ଯାଇଛନ୍ତି। ମା‘ ମଞ୍ଜୁ ବହୁ କଷ୍ଟରେ ୩ ପୁଅଙ୍କୁ ବଡ କରିଛନ୍ତି। ବଡ଼ପୁଅ ଶତ୍ରୁଘ୍ନ ପାଖାପାଖି ୧୦ ବର୍ଷ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କର ଏକ ୯ ବର୍ଷର ପୁଅ ଓ ୬ ବର୍ଷର ଝିଅ ଅଛି। ଶତ୍ରୁଘ୍ନ ଓ ତାଙ୍କ ତଳ ଭାଇ ପଞ୍ଚାନନ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଭରଣପୋଷଣ ହୋଇଯାଏ। ସବୁଠାରୁ ସାନଭାଇ ସ୍ଥାନୀୟ ଏକ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଶିକ୍ଷାଲାଭ କରୁଛନ୍ତି। କେବଳ ଢିଅ ଖଣ୍ଡିକୁ ବାଦ ଦେଲେ ଜମି ବୋଲି ଗୁଣ୍ଠେ ନାହିଁ। ମୁଣ୍ଡ ଗୁଞ୍ଜିବାକୁ ୨ ବଖରା ଚାଳଘର ଭରସା। ଛପର କରିବାକୁ ସମ୍ବଳ ହେଉ ନ ଥିବାରୁ ପଲିଥିନ ଖଣ୍ଡେ ପକାଇ ତା’ ଭିତରେ ରହିଯାଉଛନ୍ତି ଶତ୍ରୁଘ୍ନଙ୍କ ପରିବାର। ଦେହମୁଣ୍ଡ ଖରାପ ହେଲେ ଏହି ପରିବାର ପାଇଁ ଦୁଃଖ ବଢିଯାଏ। ତଥାପି ଶତ୍ରୁଘ୍ନଙ୍କ ମନରେ ଅନେକ ସ୍ବପ୍ନ ଥିଲା। ସ୍ତ୍ରୀ, ୨ ସନ୍ତାନ, ମା’, ଭାଇଙ୍କ ମନରେ କେବେ କଷ୍ଟ ଦେବାକୁ ଚାହୁଁ ନ ଥିଲେ। ହେଲେ ସେ କ’ଣ ଜାଣିଥିଲେ ଦଇବ ଦାଉ ସାଧିବ? ୪ ମାସ ପୂର୍ବରୁ ତାଙ୍କର ୨ଟି ଯାକ କିଡ୍‌ନୀ ଖରାପ ଥିବା ଜଣାଯାଇଥିଲା। ପରେ କାମ ବନ୍ଦ। କେବଳ ତାଙ୍କର ନୁହେଁ, ସାନଭାଇ ପଞ୍ଚାନନ ମଧ୍ୟ ଆଉ କାମ କରିପାରୁନାହାନ୍ତି। ସପ୍ତାହରେ ୨ ଥର କଟକ ବଡ ଡାକ୍ତରଖାନା ନବାଆଣିବାରେ ପଞ୍ଚାନନ ବ୍ୟସ୍ତ। ୨ ରୋଜଗାରିଆ ପୁଅଙ୍କ ରୋଜଗାର ବନ୍ଦ ହୋଇଯିବା ପରେ ଏହି ପରିବାରରେ ଖାଦ୍ୟ ଚିନ୍ତା ଉତ୍କଟ ହେଲାଣି। ଯେହେତୁ ଶତୃଘ୍ନଙ୍କ ୨ଟି ଯାକ କିଡ୍‌ନୀ ଖରାପ ହୋଇଯାଇଛି ତେଣୁ ତୁରନ୍ତ ଗୋଟିଏ ପ୍ରତିରୋପଣ ହେବା ଉପରେ ଡାକ୍ତର ପରାମର୍ଶ ଦେଇଛନ୍ତି। ଶତୃଘ୍ନଙ୍କ ମା’ ମଞ୍ଜୁ କହିଛନ୍ତି, ଯେଉଁ ପୁଅ ଭରସାରେ ଜୀବନର ଅବଶିଷ୍ଟ ସମୟ କାଟିଦେବେ ବୋଲି ଭାବୁଥିଲେ ସେ ଆଜି ଜୀବନ ସଂଗ୍ରାମରେ। ଏ ବୟସରେ ପୁଅ, ବୋହୂ, ନାତି, ନାତୁଣୀ ଆଦିଙ୍କ ଦାୟିତ୍ୱ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ତେଣୁ ଜିଲାପାଳ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri