ଦାଦନ ଯାଇ ଆରପାରେ ଦିବାକର: ରାଶନ ଚାଉଲ, ଭତା ପରିବାରର ସାହାଭରସା

କଲମପୁର, ୨୯।୮, (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଦାଦନ ସମସିଆ ଉପରେ ଲଗାମ୍‌ କସବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଯୋଜନାର କେହେନ୍‌ସି ନାଇଁ କେହେନ୍‌ସି ଜାଗାରେ ପୁଲ୍‌ ପଡ଼ିଯାଉଛେ। ଯେନ୍‌ଥିରଲାଗି ଓଡ଼ିଶାରୁ ଦାଦନ ସମସିଆର ଅଁତ୍‌ ନାଇଁ ହେବାର। ବେଶି କରି ପଶ୍ଚିମ ଓଡ଼ିଶାରୁ ଫିବଛର ହଜାର ହଜାର ସଂଖ୍ୟାରେ ଗରିବ୍‌ ଦୁଖି ପେଟ୍‌ପାଟନାର ଲାଗି ଗଁା, ପରିବାର ଛାଡ଼ି ବାହାର ରାଏଜ୍‌କେ ଦାଦନ ଖଟି ଯାଉଛନ୍‌। ହେଲେ ସେଠାନୁ ସେମାନେ ଭଲେ ଭଲେ ଫିରବାବେ ବଲି କିଛି ମାନେ ନଁାଇଁନ। ଇ ଦାଦନ ସମସିଆର ଲାଗି ଅନେକ ପରିବାର ଲିହିବିହି ହେଇଯାଉଛେ, ନୂଅଁା ବିହାରି ଝି’ ବିଧବା ସାଜୁଛେ, ଛୁଆପିଲା ବାପ୍‌ ଛେଉଁଡ୍‌ ହେଉଛନ୍‌, ବୁଢ଼ାବୁଢ଼ି ମା’ବାପ୍‌ ପୁଓକେ ଝୁରି ଝୁରି ଖିଆପିଆ ଛାଡ଼ି ଜୀବନ୍‌ ହାରି ଦେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ କସାବାହି ଗଁାରେ।
ସୂଚନା ଅନ୍‌ସାରେ କସାବାହି ଗଁାର ବାସିନ୍‌ଦା ହେଉଛନ୍‌ ଗୀତାଲି ହରିଜନ। ଆପ୍‌ନେ ଦିବାକର ହରିଜନ(୩୫) ଚଲତି ମାସର ୩ ତାରିଖ୍‌ ଗୁଜୁରାଟ ଦାଦନ ଖଟବାକେ ଗଲାବେଲେ ବାଟେ ସୁରତର ବରଦୋଲି ରେଲ୍‌ ଷ୍ଟେଶନରେ ଦୁରଘଟନାର ଶିକାର ହେଇ ଆରପାରକେ ଚାଲିଯାଇଥିଲେ। ଟଁକା ପଏସା ଅଭାବୁ ପରିବାର, ଲାଗେଲେସର ଦିବାକରକଁର ମଲା ମୁହୁଁ ବି ଦେଖି ନାଇଁପାରଲେ। ଶେଷେ ରେଲ୍‌ ବିଭାଗ ସେଠାନେ ଦିବାକରକଁର ଶବ ସତ୍‌କାର କରିଥିଲା। ଏହେଦେ ବିଧବା ଗୀତାଲିକଁର ପରିବାରରେ ବିଧବା ବୁଢ଼ି ଶାଶ୍‌ ମିନମିୟା(୩୫), ଝି’ ହେମପୁଷ୍ପା(୬) ଆର ପୁଓ ଅଗ୍ନିକ(୩) ରହିଛନ୍‌। ଘରର ଝନେ ବଲି ରୁଜ୍‌ଗାରିଆ ମୁନୁଷ୍‌କେ ହରେଇ ପରିବାରଟା ଭାଂଗିପଡ଼ିଛେ। ପରିବାରଟା କେନ୍‌ଥେଇ ଚଲବା, ପିଲାଛୁଆକର ଭବିଷତ୍‌ କାଣା ହେବା ଇ ସବୁ ଚିନ୍‌ତାରେ ଦୁଇ ଶାଶ୍‌ ବହ ହରମେଶା ଆଏଁଖ୍‌ରୁ ଲହ ଝରଉଛନ୍‌, ଚର୍‌ହିକୁତି ତାହାକୁ ଅଁଧାର ଦିଶୁଛେ। ଏନ୍‌ତା ପରିସ୍ଥିତିରେ ଗୀତାଲିକଁର ଉପରେ ପରିବାରର ସବୁ ବୋଝ୍‌ ରହିଛେ। ଇଆଡ଼େ ଶାଶ୍‌ ପାଉଥିତ୍ବାର ବିଧବା ଭତା ଆର ରାଶନ କାର୍ଡରେ ମିଲୁଥିବାର ଚାଉଲରେ ପରିବାର ମାସେ ଚଲବାର ସମ୍‌ଭବ ନୁହେ। ଏନ୍‌ତାଥି ଦୁଇ ଶାଶ୍‌ ବହର ଲାଗି କୁଲି ମଜୁରି କରି କୁଟୁମ୍‌ ପୁଷ୍‌ବାର ଛଡ଼ା ଉନିଆ ବାଟ୍‌ ନଁାଇଁନ। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଗୁଟେ ପୁରନା କାଲିଆ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ମୁଡ଼ ଗୁଁଜିଛନ୍‌। ଏନ୍‌ତା ପରିସ୍ଥିତିରେ ଦୁଇ ଶାଶ୍‌ ବହ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଣମାଧ୍ୟମ ଜରିଆରେ ଜିଲା ଆର ଥାନୀୟ ପରଶାନକେ ଗୁହାରି କରିଛନ୍‌। ଇ ଅସାହା ପରିବାରକେ ଯେତେ ଜଲଦି ହେବା ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ବି ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri