ଦାଗ ଦୂରକରିବ ପୁଦିନା

ପୁଦିନାରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିବା ସହ ଏହା ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ହୋଇଥାଏ। ତ୍ୱଚାରେ ଥିବା ଦାଗ ଦୂର କରିବାକୁ ଏହା କାମ ଦେଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାକୁ ସଫା କରିଥାଏ। ଏହାର ବ୍ୟବହାର ଦ୍ୱାରା ତ୍ୱଚା ସମ୍ବନ୍ଧୀୟ କେତେକ ସମସ୍ୟା ଆପେ ଆପେ ଦୂର ହୋଇଥାଏ।..

ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: କାକୁଡ଼ି ପରି ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର ରସକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଫ୍ରେଶ୍‌ ଲାଗିଥାଏ। ପୁଦିନା ବ୍ୟବହାର କରିବା ଦ୍ୱାରା ତ୍ୱଚାର ରୋମଛିଦ୍ର ଖୋଲିଯାଇଥାଏ। ପୁଦିନା ପତ୍ରର ରସ ସହିତ ଦହି ଓ ମହୁ ମିଶାଇ ତ୍ୱଚାରେ ଲଗାଇଲେ ବହୁତ ଲାଭ ମିଳିଥାଏ।
ସଫା ଦେଖାଯିବା: ଆଜିକାଲି ପାଗରେ ସ୍କିନ୍‌ରେ ଡ୍ରାଏନେସ୍‌ ଦେଖାଦେବା ସାଧାରଣ କଥା। ଡ୍ରାଏନେସ୍‌ରୁ ରକ୍ଷା ପାଇବାକୁ ହେଲେ ଖାଦ୍ୟରେ ପୁଦିନା ସାମିଲ କରନ୍ତୁ। ଯଦି ଆପଣ ଏହାକୁ ନିୟମିତ ବ୍ୟବହାର କରିବେ ତେବେ ଆପଣଙ୍କ ତ୍ୱଚା ସଫା ଦେଖାଯିବ।
ସନ୍‌ବର୍ନ ଓ ଟ୍ୟାନିଂରୁ ରକ୍ଷା କରେ: ଖରା ସଂସ୍ପର୍ଶରେ ତ୍ୱଚା ଆସିଲେ ଟ୍ୟାନିଂ ହେବାର ଆଶଙ୍କା ରହିଛି। ଏମିତିରେ ଟ୍ୟାନିଂ ଦୂର କରିବାକୁ ହେଲେ ପୁଦିନାରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ବହୁତ କାମରେ ଆସିଥାଏ। ଟ୍ୟାନିଂ ସମସ୍ୟା ଦୂର କରିବାକୁ ହେଲେ ପୁଦିନା ପତ୍ରର ପେଷ୍ଟ ଲଗାଇବା ଦ୍ୱାରା ବହୁତ ଫାଇଦା ମିଳିଥାଏ।
ମୁଖବ୍ରଣ ଦୂର କରିବା: ପୁଦିନାରେ ତ୍ୱଚାକୁ ଫାଇଦା ପହଞ୍ଚାଇବା ଭଳି ଏସିଡ୍‌ ରହିଛି। ଏହାଦ୍ୱାରା ମୁଖବ୍ରଣ ସମସ୍ୟା କେତେକାଂଶରେ କମ୍‌ ଦେଖିବାକୁ ମିଳେ। ଏଥିପାଇଁ ଅଧିକାଂଶ ମହିଳା ମିଣ୍ଟ ମାସ୍କ ବ୍ୟବହାର କରିଥାନ୍ତି। ଏଥିରେ ସେଲିସିଲିକ୍‌ ଏସିଡ୍‌ ରହିଛି, ଯାହା ବ୍ରଣ ଆଦିକୁ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହାକୁ ଗ୍ରାଇଣ୍ଡିଂ କରି ଲଗାଇପାରିବେ ନ ହେଲେ ଏଥିରେ ଅଳ୍ପ ପରିମାଣର ଗୋଲାପ ଜଳ ମିଶାଇ ଲଗାଇପାରିବେ। କିଛିଦିନ ପରେ ଆପଣ ତ୍ୱଚାରେ ଫରକ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri