ଦରଦି ଚେହେରା ଜଗନ୍ନାଥ ବେହେରା: ଅନ୍ୟ ପାଇଁ ଲେଖୁଛନ୍ତି ଅଭିଯୋଗପତ୍ର

ବଅଁରପାଳ, ୨୮।୮-ପେଶାରେ ବ୍ୟବସାୟୀ ହେଲେ ବି ଗରିବ, ଅସହାୟ ମଣିଷଙ୍କ ପ୍ରତି ତାଙ୍କ ମଧ୍ୟରେ ଅଛି ଦରଦି ଭାବ। ଥାନା, କୋର୍ଟ, ବ୍ଲକ, ତହସିଲ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସୁଥିବା ଏପରି ମଣିଷଙ୍କ ପାଇଁ ସେ ଲେଖିଦେଉଛନ୍ତି ଅଭିଯୋଗପତ୍ର। ଏଥିପାଇଁ କାହା ନିକଟରୁ ସେ ଅର୍ଥ ନିଅନ୍ତି ନାହିଁ। ଅସହାୟଙ୍କୁ ସହାୟତା କରି ସେ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି ବଅଁରପାଳ ବ୍ଲକ ନୂଆହତା ଗ୍ରାମର ଜଗନ୍ନାଥ ବେହେରା ଓରଫ ବାଜି।
ବ୍ଲକ କାର୍ଯ୍ୟାଳୟ ନିକଟରେ ବାଜିଙ୍କ ଏକ ଫଳ ଦୋକାନ ରହିଛି। ସକାଳୁ ରାତି ଯାଏ ଦୋକାନରେ ବ୍ୟବସାୟ କରୁଥିଲେ ମଧ୍ୟ ତାଙ୍କ ନଜର ରହିଥାଏ ଅଭିଯୋଗପତ୍ର ଲେଖିପାରୁ ନ ଥିବା ମଣିଷମାନଙ୍କ ଉପରେ। ଚିହ୍ନା ପରିଚୟ ନ ଥାଇ ବି ସେ ଆପେ ଆପେ ପହଞ୍ଚିଯାଆନ୍ତି ସେମାନଙ୍କ ନିକଟରେ। କେବଳ ବ୍ଲକ କାର୍ଯ୍ୟାଳୟ ନୁହେଁ, ତହସିଲ କିମ୍ବା ଥାନାକୁ କେହି ଅଭିଯୋଗ କରିବାକୁ ଆସିଥିବା ଖବର ପାଇବା ମାତ୍ରେ ସେ ସେଠାରେ ପହଞ୍ଚି ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ସହାୟତା କରିବାକୁ ପ୍ରସ୍ତାବ ଦେଇଥାନ୍ତି। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ହୋଇଥିଲେ ବି ଅତି ସୁନ୍ଦର ଅକ୍ଷରରେ ସେ ନିର୍ଭୁଲ ଭାବେ ଦରଖାସ୍ତ ଲେଖି ବଢ଼ାଇ ଦେଇଥାନ୍ତି। ଦୀର୍ଘ ୨୦ ବର୍ଷ ମଧ୍ୟରେ ସେ ଏପରି ପ୍ରାୟ ୧୫ ହଜାର ଅଭିଯୋଗପତ୍ର ଲେଖି ସାରିଲେଣି। ସେଥିମଧ୍ୟରୁ ଅଧିକାଂଶ ହେଉଛି ସରକାରୀ ଯୋଜନାରୁ ବଞ୍ଚିତ ଗରିବଙ୍କ ଆବେଦନପତ୍ର। ବିଶେଷକରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ କାଳିଆ ଯୋଜନାରେ ସାମିଲ ହେବାକୁ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ଗରିବ ଲୋକଙ୍କ ପାଇଁ ସେ ଅଭିଯୋଗପତ୍ର ଲେଖିଛନ୍ତି। କେବଳ ଏତିକିରେ ସେ ଅଟକିଯାଆନ୍ତିନି ବରଂ ଆବେଦନକାରୀ କିପରି ନ୍ୟାୟ ପାଇପାରିବେ ସେଥିପାଇଁ ମଧ୍ୟ ସେ ଉଦ୍ୟମ କରିଥାନ୍ତି। ଅସହାୟ ଲୋକଙ୍କ ପାଇଁ ଏକ ଦରଦି ଚେହେରା ପାଲଟିଥିବାରୁ ବାଜିଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅଜସ୍ର ପ୍ରଶଂସା ମିଳୁଛି। ଫଳ ଦୋକାନରୁ ଯାହା ରୋଜଗାର ହେଉଛି ସେଥିରେ ସ୍ତ୍ରୀ ଓ ଦୁଇ ଝିଅ ପୁଅଙ୍କୁ ଚଳାଇବାରେ କିଛି ଅସୁବିଧା ହେଉନି ବୋଲି ବାଜି କହିଛନ୍ତି।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

ରଜରେ ଭିଜିବ ଓଡ଼ିଶା: ଆସନ୍ତା ୩ ଦିନ ଯାଏ ଝଡ଼ ପବନ, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୬ (ସୌମ୍ୟରଞ୍ଜନ ରାଉତ):ରଜରେ ଭିଜିବ ଓଡ଼ିଶା। ତାତିରୁ ମିଳିବ ମୁକ୍ତି, ବର୍ଷା ଆଣୁଛି ଆଶ୍ୱସ୍ତି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri