ଥାନାରେ ଅଭିଯୋଗ କଲେ ତାମଡା ସେକ୍ରେଟାରି

ଅନୁଗୋଳ ସହର, ୭।୨ – ଅନୁଗୋଳ ସହର ହୁଲୁରିସିଂହାଠାରେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟକୁ ନେଇ ଅଭିଯୋଗ ଆସିବା ପରେ ତାଳଚେର-ଅନୁଗୋଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ପକ୍ଷରୁ ପ୍ରଥମେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଗୁରୁବାର ଏ ନେଇ ଅନୁଗୋଳ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି।
ତାମଡା ସେକ୍ରେଟାରି ତଥା ଡେପୁଟି କଲେକ୍ଟର ବୈତୁରା ଦୀପ୍‌ ଚିଠି ନଂ.୧୪୨/୨୦ରେ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି ଯେ, ବେଆଇନ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବା ସାମୂହିକ ଭାବେ ବନ୍ଦ କରିବା ପାଇଁ ଓଡ଼ିଶା ପାୱାର କନଫର୍ମ ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୨ ଅଫ୍‌ ଓଡିଏ ଆକ୍ଟ ୧୯୮୨ ଅନୁଯାୟୀ ରେସିଡେଣ୍ଟାଲ ଆପାର୍ଟମେଣ୍ଟର ଏମ୍‌ଡିଙ୍କୁ ଡିସେମ୍ବର ୨୭ରେ ନଂ.୩୨୯୫ରେ ନୋଟିସ୍‌ ଦିଆଯାଇଥିଲା। ନୋଟିସ୍‌ ଦେବା ସତ୍ତ୍ବେ ସେ ନିର୍ଦ୍ଦେଶକୁ ଅବମାନନା କରି ବେଆଇନ କାର୍ଯ୍ୟ ଚାଲୁ ରଖିଛନ୍ତି। ଓଡ଼ିଶା ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୨ ଅଫ୍‌ ଓଡିଏ ଆକ୍ଟ ୧୯୮୨ ଆଇନ ବଳରେ ତାମଡା ପକ୍ଷରୁ କାର୍ଯ୍ୟ ବନ୍ଦ କରିବା ପାଇଁ ଚାହୁଁଛୁ। ତେଣୁ ପୋଲିସ ସେଠାରେ ଉପସ୍ଥିତ ରହି ବେଆଇନ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ନିର୍ମାଣ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ବାହାରକୁ ଆଣିବା ଜରୁରୀ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏ ବିଷୟରେ ତାମଡା ସେକ୍ରେଟାରି ଦୀପ୍‌ କହିଛନ୍ତି, ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଥାନାରେ ଅଭିଯୋଗ କରାଯାଇଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ନେଇ ଅଭିଯୋଗ ଆସିଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ମାଛ ଧରାଳି, ପୁଅ ପାଇଲେ OAS: ବିନା କୋଚିଙ୍ଗ୍‌ରେ ମୋବାଇଲରୁ ପଢି ପାଇଲେ ସଫଳତା

ସୋରଡା,୨୭।୫( ରଜନି ମହାପାତ୍ର ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୪-୨୫ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ସୋରଡା…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

OAS ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କଲେ କେନ୍ଦ୍ରାପଡ଼ା ଝିଅ: ବିଜୟନଗରରେ ଉତ୍ସବ ମାହୋଲ

ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର…

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ-୨୦୨୬: ଜିଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେଲେ ମନ୍ତ୍ରୀ

ଦାରିଙ୍ଗବାଡି, ୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଣୀଦୁର୍ଗା ରେସିଡେନ୍ସୀ ପରିସର ମଧ୍ୟରେ ଭାଜପା ପକ୍ଷରୁ ୨ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ -୨୦୨୬…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri