ଥଇଥାନ ନ କରି ଉଚ୍ଛେଦକୁ ନିନ୍ଦା

ତାଳଚେର, ୩୦ା୧୦(ନି.ପ୍ର.)- ତାଳଚେର ଭାଲୁଗାଡିଆ ଗ୍ରାମରେ ୪ଶହ ପରିବାର ବସବାସ କରୁଛନ୍ତି। ଗ୍ରାମର ୬୬୩.୫୪ ଏକର ଜମି ଅଧିଗ୍ରହଣ ନିମନ୍ତେ ୨୦୦୩ରେ ୪(୧) ନୋଟିସ ହୋଇଥିଲା। ୧୭ା୧୨ା୨୦୧୦ କଟଅଫ ଡେଟ ଥିଲା। ୬୦ ପ୍ରତିଶତ ଲୋକ ଚାକିରି ପାଇଥିବା ବେଳେ ଅବଶିଷ୍ଟ ୪୦ ପ୍ରତିଶତ ଏବେ ବି ଚାକିରି ଆଶାରେ ରହିଛନ୍ତି। ବାରମ୍ବାର ଅଭିଯୋଗ ପରେ ଗ୍ରାମକୁ ବିସ୍ଥାପନ କରାଯାଉ ନାହିଁ। ପୁନର୍ବାସ, ଥଇଥାନ ନ କରି ଉଚ୍ଛେଦ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମ ସଭାପତି ସୁରେଶଚନ୍ଦ୍ର ସାହୁ କହିଛନ୍ତି, ଜାଗା ମିଳିଲେ ଆମେ ଗଁା ଛାଡିବୁ। ନ ହେଲେ ଛାଡିବୁ ନାହିଁ। ପୁନର୍ବାସସ୍ଥଳ ଚିହ୍ନଟ କରାଯିବା, ବକେୟା ଚାକିରି ପ୍ରଦାନ, କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯିବା ଆବଶ୍ୟକ। ଗ୍ରାମର ରସାନନ୍ଦ ବେହେରା କହିଛନ୍ତି, ପ୍ରଶାସନ, ପୋଲିସ ଲୋକଙ୍କ ସମସ୍ୟା ନ ବୁଝି ଏମ୍‌ସିଏଲ୍‌ ପାଇଁ କାମ କରୁଛନ୍ତି। ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଉଚ୍ଛେଦ ନ କରି ଏକକାଳୀନ ବିସ୍ଥାପନ ଓ ଥଇଥାନ କରନ୍ତୁ। ଆମକୁ ଅଟକ ରଖି ଉଚ୍ଛେଦ କରାଯିବା ଅତ୍ୟନ୍ତ ଅଗଣତାନ୍ତ୍ରିକ। ଏହା ପୂର୍ବରୁ କେବେ ଦେଖା ଯାଇ ନ ଥିଲା। ଭାଜପା ନେତା ରବି ନାରାୟଣ ପାଣି କହିଛନ୍ତି, ବିଧାୟକ, ଏମ୍‌ପି ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ପାଇଁ ଅଧିକ ବ୍ୟସ୍ତ ରହୁଛନ୍ତି, ଯାହା ଠିକ୍‌ ନୁହେଁ। ଦେଶର ସ୍ବାର୍ଥ ପାଇଁ ଜମି ହରାଉଥିବା ଲୋକଙ୍କ ପାଇଁ ଉପଯୁକ୍ତ ଚାକିରି, କ୍ଷତିପୂରଣ, ଥଇଥାନ ବ୍ୟବସ୍ଥା କରାଯିବା ଦରକାର। ଏ କ୍ଷେତ୍ରରେ ପ୍ରଶାସନ, ଏମ୍‌ସିଏଲ୍‌, ପୋଲିସ ସମ୍ବେଦନଶୀଳ ହେବା ଆବଶ୍ୟକ। ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁରେଶ ବେହେରା କହିଛନ୍ତି, ହକ୍‌ ମାଗିବା ଭୁଲ ନୁହେଁ। ହକ୍‌ ମାଗିଲେ ଏମ୍‌ସିଏଲ୍‌, ପୋଲିସ, ପ୍ରଶାସନ ବାଧା ସୃଷ୍ଟି କରିବା ମଧ୍ୟ ଠିକ୍‌ ନୁହେଁ। ସେମାନଙ୍କ ଦାବିକୁ ସହୃଦୟତାର ସହ ବିଚାର କରିବାର ଆବଶ୍ୟକତା ରହିଛି। ବିଜେଡି ବ୍ଲକ ଉପସଭାପତି ସନ୍ତୋଷ ପ୍ରଧାନ କହିଛନ୍ତି, ଉପଯୁକ୍ତ ଥଇଥାନ ନ କରି ପୋଲିସ ଦ୍ୱାରା ଉଚ୍ଛେଦ କରାଯିବା ଦୁର୍ଭାଗ୍ୟଜନକ। ଏମ୍‌ସିଏଲ୍‌, ଜିଲା ପ୍ରଶାସନ ଏ ଦିଗରେ ସଚେତନ ନ ହେଲେ ଆଗାମୀ ଦିନରେ ତାଳଚେରରେ ଭୟଙ୍କର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ତାଳଚେର ଓକିଲ ସଂଘ ସଭାପତି ରଞ୍ଜିତ ଘୋଷ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଥଇଥାନ ନ କରି ପୋଲିସ ଫୋର୍ସ ଦ୍ୱାରା ଗ୍ରାମରୁ ବିତାଡିତ କରିବା ଅତ୍ୟନ୍ତ ଦୁଭାର୍ଗଜନକ। କ୍ଷତିଗ୍ରସ୍ତଙ୍କ ଦାବିକୁ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାର କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?