ପାଲଲହଡା,୨୦।୧୧(ଡି.ଏନ.ଏ.)-ଥଇଥାନ ଦାବିରେ ପାଲଲହଡା ସଦର ମହକୁମାସ୍ଥିତ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଛି। ଆସନ୍ତା ସୋମବାରଠାରୁ ସଦର ମହକୁମାଠାରେ ଥିବା ସମସ୍ତ ମାଛ, ମାଂସ ଦୋକାନକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ଏବଂ ବିକ୍ରେତା ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ବହୁ ବର୍ଷରୁ ସ୍ଥାନୀୟ ବଜାର ନିକଟରେ ଦେବୋତ୍ତର ସ୍ଥାନରେ ଥିବା ମାଛ, ମାଂସ ମାର୍କେଟକୁ କିଛିଦିନ ତଳେ ପ୍ରଶାସନ ବେଆଇନ ଦର୍ଶାଇ ଉଚ୍ଛେଦ କରିଥିଲା। ପରେ କିଛି ବ୍ୟବସାୟୀ ନୂତନ ବାଇପାସ ନିକଟକୁ ଉଠିଯାଇଥିବାବେଳେ ଆଉ କେତେଜଣ ବିଭିନ୍ନ ଗଳିକନ୍ଦିରେ ଅସ୍ଥାୟୀ ଦୋକାନ ଖୋଲି ବେପାର କରୁଥିଲେ। ତେବେ ପ୍ରଶାସନ ସେହି ଦୋକାନଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛି। ଏହାକୁ ନେଇ ବିକ୍ରେତା ସଂଘ ଏବଂ ପ୍ରଶାସନ ମଧ୍ୟରେ ମଙ୍ଗଳବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ବସିଥିଲା। ଏଥିରେ ସମସ୍ତ ବ୍ୟବସାୟୀ ସ୍ଥାନୀୟ ସାପ୍ତାହିକ ହାଟ ନିକଟରେ ଦୋକାନ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସେଠାରେ ପାଣି ଏବଂ ବିଦ୍ୟୁତ୍ର ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଦୋକାନ ଖୋଲା ଯାଇପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ପ୍ରଶାସନ ଏବଂ ବିକ୍ରେତା ସଂଘ ନିଜ ନିଜ ଜିଦରେ ଅଟଳ ରହିବା ଫଳରେ ଆଲୋଚନା ବିଫଳ ହୋଇଥିଲା। ଏହାର ପ୍ରତିବାଦରେ ଆସନ୍ତା ସୋମବାର ଠାରୁ ଦୋକାନ ବନ୍ଦ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଅନ୍ୟପଟେ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଥିବାବେଳେ ଦୋକାନୀମାନଙ୍କୁ ଆଗାମୀ ଦିନରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ବୈଠକରେ ତହସିଲଦାର ସ୍ବାଗତ ଦାସ, ସରପଞ୍ଚ ନିରୁପମା ବୋଷଙ୍କ ସହ ବିକ୍ରେତା ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଥଇଥାନ ଦାବିରେ ମାଛ, ମାଂସ ବିକ୍ରେତା ସଂଘର ଆନ୍ଦୋଳନ ଧମକ: ସୋମବାରଠାରୁ ଦୋକାନ ବନ୍ଦ ନିଷ୍ପତ୍ତି
Posted inଅନୁଗୋଳ, ଆମ ଜିଲା ଖବର View All
ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି
ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…
ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ
ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ
ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…
ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ
ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…
ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର
ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…
ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ
ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…
ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର
ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…
ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ
ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…
Archives

