ତ୍ରିପାକ୍ଷିକ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ

କେନ୍ଦୁଝର, ୧୨।୧୦ (ସ୍ବ.ପ୍ର./ଡି.ଏନ.ଏ.)- ଓଡିଶା ସ୍ପଞ୍ଜ କାରଖାନା ଶ୍ରମିକଙ୍କ ସମସ୍ୟା ନେଇ ଶୁକ୍ରବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ମିନି କନଫରେନ୍ସ ହଲ୍‌ଠାରେ ଅନୁଷ୍ଠିତ ଏହି ବୈଂକରେ ଓଡିଶା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ, କର୍ମଚାରୀ ସଂଘ ଓ ଜିଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଳାଶପଙ୍ଗାସ୍ଥିତ ଓଏସ୍‌ଆଇଏଲ୍‌ କାରଖାନା ପୁନଃ ଚାଲୁ କରିବା ଏବଂ ଶ୍ରମିକମାନଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କେତେକ ଦାବି ପ୍ରସ୍ତାବରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଶ୍ରମିକଙ୍କୁ ଦରମା ଦେବା ପ୍ରସ୍ତାବ ନେଇ ଆଲୋଚନା ଆଗେଇ ପାରି ନ ଥିଲା। ଏଣୁ ଏହି ତ୍ରିପାକ୍ଷିକ ବୈଠକ ସଫଳ ହୋଇ ପାରି ନ ଥିବା ଜଣାପଡିଛି।
ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ ଏହି ସୂଚନା ଦେଇ ଖୁବ୍‌ଶୀଘ୍ର ଆଉ ଏକ ତାରିଖ ଘୋଷଣା କରି ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ତ୍ରିପାକ୍ଷିକ ବୈଠକରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ଅଧ୍ୟକ୍ଷତା କରିଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଲକ୍ଷ୍ମୀଧର ରଥ,ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ, ଓଡିଶା ସ୍ପଞ୍ଜ ଆଇରନ କାରଖାନାର ନିର୍ଦ୍ଦେଶକ ମୁନିର ମହାନ୍ତି, ଇଡି ସଞ୍ଜିବ କପୁର, ଫାଇନାନସର ପବନ ଅଗ୍ରୱାଲ, କାରଖାନାର ଆସିଷ୍ଟାଣ୍ଟ ଜେନେରାଲ ଅଫିସର ସୋମନାଥ ଧିର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଶ୍ରମିକ ପ୍ରତିନିଧିଭାବେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସମ୍ପାଦକ ମହେଶ୍ୱର ରାଉତ, ଜିଲା ସଭାପତି ବିଦ୍ୟାଧର ମହାନ୍ତଙ୍କ ସମତେ ବହୁ କର୍ମଚାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ ଯେ, ୨୦୧୨ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ପ୍ରାପ୍ୟ ଚୁକ୍ତିନାମା ସ୍ବାକ୍ଷର ହେବା ପୂର୍ବରୁ ଅର୍ଥ ଜମା କରିବାକୁ କମ୍ପାନୀ ଆଲୋଚନା ବେଳେ ସହମତି ପ୍ରକାଶ କରିଥିଲା। କମ୍ପାନୀରେ ମୋଟ ୪୫୩ କର୍ମଚାରୀଙ୍କ ମଧ୍ୟରୁ ବତ୍ତର୍ର୍ମାନ ଯେଉଁମାନଙ୍କୁ ୫୮ ବର୍ଷ ହୋଇନାହିଁ ସେମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ସ୍ଥିରି ହୋଇଥିଲା। ଏହା ବ୍ୟତୀତ ଅକ୍ଟୋବର ୨୦୧୨ଠାରୁ ଡିସେମ୍ବର ୨୦୧୮ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଗ୍ରାଚ୍ୟୁଇଟି ଏବଂ ପିଏଫ ଦେବା ପାଇଁ ସହମତି ପ୍ରକାଶ ପାଇଥିଲା। ଏହି ସମୟ ମଧ୍ୟରେ ୭୪ ମାସର ଦରମା ଦେବା ନେଇ ପ୍ୟାକେଜ ପ୍ରସ୍ତାବ ଦିଆଯାଇଥିଲା। ଦରମା ବାବଦକୁ ଏକକାଳୀନ ପରିଶୋଧ ନିମନ୍ତେ କମ୍ପାନୀପକ୍ଷରୁ ୪ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ପୂର୍ବରୁ କର୍ମଚାରୀମାନେ ଅଗ୍ରିମ ଆକାରରେ ୧ଲକ୍ଷ ୯୨ହଜାର ଟଙ୍କା ନେଇଥିବାବେଳେ ଆଉ ୨ଲକ୍ଷ ୮ହଜାର ଟଙ୍କା ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହି ପ୍ରସ୍ତାବରେ ଶ୍ରମିକ ପ୍ରତିନିଧି ଏବଂ ଉପସ୍ଥିତ କର୍ମଚାରୀ ରାଜି ନ ହୋଇ ୮ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଫଳରେ ଏ ନେଇ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri