ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଇମା ଉଦ୍ଦିନ କୋର୍ଟଚାଲାଣ

ପାରାଦୀପ, ୨୪।୧ (ସ୍ବ.ପ୍ର.):ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁ ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ମଣିମନ୍ଦିର ପାଖ ବସ୍ତିର ଶରତ ଜେନାଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ଇମା ଉଦ୍ଦିନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗ ଜେଲ୍‌କୁ ପଠାଇ ଦିଆଯାଇଥିବା ବେଳେ ପୋଲିସ ଇମା ଉଦ୍ଦିନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଏଏସ୍‌ପି ବିଷ୍ଣୁଚରଣ ମିଶ୍ର ଥାନାଧିକାରୀ ରଜନୀକାନ୍ତ ସାମଲ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଶରତ ଗତ ୧୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ମା’୧୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଶରତଙ୍କ ମୋବାଇଲ୍‌ ଟ୍ରାକ୍‌ କରିବା ଓ କଲ୍‌ ରେକର୍ଡ ଯାଞ୍ଚ କରିବା ପରେ ପୋଲିସ ତାଙ୍କ ବନ୍ଧୁ ତଥା ହତ୍ୟା ଅଭିଯୁକ୍ତ ଇମା ଉଦ୍ଦିନଙ୍କୁ ଗିରଫ କରିଥିଲା। ତେବେ ଇମା ଉଦ୍ଦିନଙ୍କୁ ଜେରା କରିବା ବେଳେ ସେ ଶରତଙ୍କୁ ହତ୍ୟା କରିଥିବା କହିଥିଲେ। ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁ ଇମା ଉଦ୍ଦିନ ହତ୍ୟା ଯୋଜନା କରିବା ସହ ଗତ ୧୮ ତାରିଖ ରାତିରେ ଶରତଙ୍କୁ ଫୋନ୍‌ କରି ଡକାଇଥିଲେ। ଉଭୟେ ଏକ କାର୍‌ (ନଂ.-ଓଡି୦୫ଏକେ ୭୫୨୫)ରେ ଏକାଠି ବସି ମଦ ପିଇଥିଲେ। ଏହାପରେ ଇମା ଉଦ୍ଦିନ କାର୍‌ ଭିତରେ ଶରତଙ୍କ ଗୋଡ ବାନ୍ଧି ଚୌଦ୍ୱାର ଥାନା ଅଧୀନ ୫୫ ନଂ. ଜାତୀୟ ରାଜପଥ କଡ଼ରେଥିବା ଶିମିଳିହାଣ୍ଡ ଗ୍ରାମର ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଦଳଭର୍ତ୍ତି ପୋଖରୀରେ ମୃତଦେହ ଫୋପାଡ଼ି ଦେଇଥିଲେ। ଏହାପରେ ଫେରିବା ବେଳେ ଶରତଙ୍କ ମୋବାଇଲ ଓ ଗାମୁଛାକୁ ମହାନଦୀରେ ଫୋପାଡ଼ି ଦେଇଥିଲେ ବୋଲି ଇମା ଉଦ୍ଦିନ ବୟାନ ଦେଇଥିବା ପୋଲିସ କହିଛି। ଏ ନେଇ ୧୨/୨୦ ନଂ.ରେ ଏକ ମାମଲା ରୁଜୁ ହୋଇଛି। ଚୌଦ୍ୱାର ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ଓ କଟକ ଜିଲାର ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଜବତ ଓ ବ୍ୟବଚ୍ଛେଦ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କାରକୁ ପୋଲିସ ଜବତ କରିଛି। ତେବେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୋଲିସ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଶରତଙ୍କ ବଡ଼ଭାଇ ରଜତ କୁମାର ଜେନା ଥାନାରେ ଅପହରଣ ଓ ହତ୍ୟା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri