ତେଲ ପାଇଁ କ୍ରେଡିଟ୍‌ କାର୍ଡରେ ମିଳିବନି କ୍ୟାଶ୍‌ବ୍ୟାକ; ଅକ୍ଟୋବର ପହିଲାରୁ ଲାଗୁ

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ପହିଲାରୁ ପେଟ୍ରୋଲ ପମ୍ପରେ ତେଲ ପକାଇଲେ କ୍ରେଡିଟ୍‌ କାର୍ଡଧାରୀଙ୍କୁ ଆଉ କ୍ୟାଶ୍‌ବ୍ୟାକ ମିଳିବ ନାହିଁ। ଦେଶର ତୈଳ କମ୍ପାନୀଗୁଡ଼ିକ ଏ ନେଇ ନିଷ୍ପତ୍ତି ନେଇଛନ୍ତି। ତୈଳ କମ୍ପାନୀଗୁଡ଼ିକ କ୍ରେଡିଟ କାର୍ଡଧାରୀଙ୍କୁ ୦.୭୫% କ୍ୟାଶ୍‌ବ୍ୟାକ୍‌ ଦେଉଥିଲେ। ଏ ସମ୍ପର୍କରେ ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ନିଜର ସମସ୍ତ କ୍ରେଡିଟ୍‌ କାର୍ଡ ଗ୍ରାହକଙ୍କୁ ମେସେଜ ପଠାଇ ଜଣାଇ ଦେଇଛି। କେନ୍ଦ୍ର ସରକାର ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ନଗଦ ଅଭାବକୁ ଦୂର କରିବା ପାଇଁ ତୈଳ କମ୍ପାନୀଙ୍କୁ କ୍ୟାଶ୍‌ବ୍ୟାକ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ଏଚ୍‌ପିସିଏଲ୍‌, ବିପିସିଏଲ୍‌ ଓ ଆଇଓସିଏଲ୍‌ ପକ୍ଷରୁ ଡେବିଟ୍‌/କ୍ରେଡିଟ୍‌ କାର୍ଡଧାରୀଙ୍କୁ ତେଲ ଭରିବା ବାବଦରେ ୦.୭୫% କ୍ୟାଶ୍‌ବ୍ୟାକ ଦେବାକୁ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ ସରକାରଙ୍କ ନିର୍ଦ୍ଦେଶରେ ତୈଳ କମ୍ପାନୀଗୁଡ଼ିକ କାର୍ଡ ବ୍ୟବହାର ଜନିତ ଚାର୍ଜ(ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ ବା ଏମ୍‌ଡିଆର୍‌)କୁ ମଧ୍ୟ ବହନ କରୁଥିଲେ। ସାଧାରଣତଃ କାର୍ଡ ବ୍ୟବହାର ପାଇଁ ରିଟେଲର ବା କାର୍ଡ ବ୍ୟବହାରକାରୀ ଏହି ଚାର୍ଜ ଦେଇଥାନ୍ତି। ତେବେ ଡେବିଟ୍‌ କାର୍ଡ ଉପରେ ମିଳୁଥିବା କ୍ୟାଶ୍‌ବ୍ୟାକ ଓ ଅନ୍ୟ ରିହାତି ପୂର୍ବଭଳି ଜାରି ରହିବ। ସୂଚନାଥାଉ କି, ଇ-ପେମେଣ୍ଟ କ୍ୟାଶ୍‌ବ୍ୟାକ ବାବଦରେ ତିନୋଟି ତୈଳ କମ୍ପାନୀ ୨୦୧୭-୧୮ରେ ୧୧୬୫ କୋଟି ଏବଂ ଏମ୍‌ଡିଆର୍‌ ବାବଦରେ ୨୬୬ କୋଟି ଟଙ୍କା ବ୍ୟାଙ୍କକୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri