‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଏହି ଅଭିନେତ୍ରୀ ଅଚାନକ ଛାଡ଼ିଦେଇଥିଲେ ଇଣ୍ଡଷ୍ଟ୍ରି

ଫିଲ୍ମ ‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଜଣେ ଅଭିନେତ୍ରୀ ଇଣ୍ଡଷ୍ଟ୍ରି ଛାଡ଼ି ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହୁଛନ୍ତି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭୂମିକା ଚାଓ୍ବଲା। ଆଜି ଅର୍ଥାତ ୨୧ ଅଗଷ୍ଟରେ ସେ ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଦିନରେ ଭୂମିକା କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ନିଷ୍ପତ୍ତି ନେଲେ ତାହା ଜଣାଇବାକୁ ଚାହୁଁଛୁ।


ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ଭୂମିକା ଖାଲି ହିନ୍ଦୀ ନୁହେଁ, ତେଲ୍‌ଗୁ, ମାଲାୟାଲମ,କନ୍ନଡ, ଭୋଜପୁରୀ ଏବଂ ପଞ୍ଜାବୀ ଫିଲ୍ମରେ ଅଭିନୟରେ ଦର୍ଶକଙ୍କ ହୃଦୟ ଜିଣିସାରିଛନ୍ତି। ପଞ୍ଜାବୀ ପରିବାରରେ ଜନ୍ମିତ ଭୂମିକା ପ୍ରଥମେ ଏକ ତେଲ୍‌ଗୁ ଫିଲ୍ମ ‘Yuvakudu’ରେ ଅଭିନୟ କରିଥିଲେ। ଦୀର୍ଘଦିନ ଧରି ସେ ସାଉଥ୍‌ ଫିଲ୍ମରେ ବେଶ୍‌ ନାଁ କରିବା ପରେ ହିନ୍ଦୀ ଫିଲ୍ମ ‘ତେରେ ନାମ୍‌’ରେ ଶାହାରୁଖଙ୍କ ସହିତ କାମ କରିବାକୁ ସୁଯୋଗ ପାଇଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହା ପରଠାରୁ ଭୂମିକାଙ୍କ ନିକଟକୁ ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମର ଅଫର ଆସିଲା। ୨୦୦୪ରେ ଅଭିଷେକ ବଚ୍ଚନଙ୍କ ସହିତ ଫିଲ୍ମ ‘ରନ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟି ଏତେ କମାଲ କରିପାରି ନ ଥିଲା। ଏହା ପରେ ପୁଣି ଥରେ ଭୂମିକା ଫିଲ୍ମ ‘ସିଲ୍‌ସିଲେ’ ଏବଂ ‘ଦିଲ୍‌ ଯୋ ଭି କହେ’ରେ ଅଭିନୟ କରିଥିଲେ। କିନ୍ତୁ ଦୁଇଟି ଯାକ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା।

ବଲିଉଡ୍‌ ଭୂମିକାଙ୍କ ପାଇଁ ଶୁଭ ନ ଥିଲା। ତେଣୁ ସେ ପୁଣି ଫେରିଗଲେ ତାଙ୍କ ମୂଳ ଫିଲ୍ମକୁ। ଏହା ପରେ ୨୦୦୭ରେ ଯୋଗ ଶିକ୍ଷକ ଭରତ ଠାକୁରଙ୍କୁ ପ୍ରେମ ବିବାହ କରିନେଲେ ଭୂମିକା। ସ୍ବାମୀ, ୬ ବର୍ଷର ପୁଅ ସହିତ ତାଙ୍କର ପାରିବାରିକ ଜୀବନ ବେଶ୍‌ ହସଖୁସିରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri