ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉ ଥିବାରୁ ଏଠାରେ ତୃତୀୟ ଲକ୍‌ଡାଉନ୍‌ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ଏବେ ଦିଲ୍ଲୀର ନକ୍ସା ଲାଲ ଥିବା ଅର୍ଥାତ୍‌ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ବହୁ ଅଧିକ ଥିବାରୁ ଏଠାରେ ତୃତୀୟ ଲକ୍‌ଡାଉନ୍‌ ଜାରି ରହିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ସମୟରେ ରାଜଧାନୀ ଦିଲ୍ଲୀ ପୁଣିଥରେ ନୂଆ ରଣନୀତି ସହ ଶୂନ୍ୟରୁ କାମ ଆରମ୍ଭ କରିପାରେ ବୋଲି କୁହାଯାଉଛି। କରୋନାକୁ ହରାଇବାକୁ ରାଜଧାନୀ ଦିଲ୍ଲୀରେ ଏବେ ଯେଉଁଭଳି ପ୍ରସ୍ତୁତି ଆରମ୍ଭ ହୋଇଛି ଏହାକୁ ଦେଖିବା ପରେ ଲାଗୁଛି କରୋନାକୁ ମାରିବାକୁ ଦିଲ୍ଲୀ ପୁଣିଥିରେ ଶୂନ୍ୟରୁ କାମ ଆରମ୍ଭ କରିବ। ଏଥର ନମୁନା ପରୀକ୍ଷା ପାଇଁ ଲ୍ୟାବ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି। ସୂଚନାଯୋଗ୍ୟ, ଦେଶରେ ଲକ୍‌ଡାଉନ ୨.୦ର ଅବଧି ମେ’୩ରେ ଶେଷ ହେଉଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ୨-୩ ସପ୍ତାହ କରାଯାଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri