ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ ପ୍ରକାଶିତ ଏକମାତ୍ର ସଂସ୍କୃତ ଖବରକାଗଜ ‘ସୁଧର୍ମା’ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛି। ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବରଦରାଜ ଆୟାଙ୍ଗାରଙ୍କ ଦ୍ୱାରା ଜୁଲାଇ ୧୫ ,୧୯୭୦ରେ ଆରମ୍ଭ କରାଯାଇଥିବା ଏହି ଖବରକାଗଜ ତା’ର ୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଅକ୍ଷମ। ବିଭିନ୍ନ ସରକାରୀ ସଂସ୍ଥାକୁ ଏଥିପାଇଁ ସାହାଯ୍ୟ ଚାହିଁଥିଲେ ମଧ୍ୟ ସେହିସବୁ ସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ଆୟାଙ୍ଗାରଙ୍କ ପୁଅ ସମ୍ପତ୍‌ କୁମାର ଓ ବୋହୂ ଜୟଲକ୍ଷ୍ମୀ ତାହାକୁ ପ୍ରକାଶ କରୁଛନ୍ତି। ଏ-୩ ସାଇଜ୍‌ର ଏହିି କାଗଜର ୩,୦୦୦ ଗ୍ରାହକ ରହିଛନ୍ତି। ବିଭିନ୍ନ ସଂସ୍ଥା ଓ ଲାଇବ୍ରେରି ଏହାକୁ ବେଶି ନେଉଛନ୍ତି। ‘ସୁଧର୍ମା’ର ଇ- ପେପର ପାଠକଙ୍କ ସଂଖ୍ୟା ଏବେ ୧ ଲକ୍ଷ । ଏହି ସଂସ୍କୃତ ଖବରକାଗଜର ମୂଲ୍ୟ ରହିଛି ୧ ଟଙ୍କା ୭୫ ପଇସା।


Enter your email to get our daily news in your inbox.

All Right Reserved By Dharitri.Com

JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ,୧ା୬: ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୩୬୦ରୁ ୩୩୦ ନମ୍ବର ରଖି…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଲେ ସରକାର, ବଢିଲା LPG ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୬: ଆଜି, ଜୁନ ୧ ତାରିଖରେ, ସାଧାରଣ ଜନତା ପୁଣି ଥରେ ବଢୁଥିବା ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତର ସମ୍ମୁଖୀନ ହୋଇଛନ୍ତି। ଗ୍ୟାସ କମ୍ପାନୀଗୁଡ଼ିକ ପୁଣି ଥରେ…

ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ଏହି ଓଡ଼ିଆ ଫିଲ୍ମରେ କରିଛନ୍ତି କଣ୍ଠଦାନ

ମୁମ୍ବାଇ,୧ା୬: ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତର ଖବର ସଙ୍ଗୀତ ଜଗତରେ ଶୋକର…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ଉପରେ CBSEର ୟୁଟର୍ନ, ପ୍ରଥମେ ଖାରଜ ପରେ ଏବେ ତ୍ରୁଟି ସ୍ବୀକାର କଲା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri