ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ ବସିଥିବାବେଳେ ଏବେବି ଅନେକ ଲୋକଙ୍କ ଦୁଃଖ ଯାଇନାହିଁ ।  ଆଜିପର୍ଯ୍ୟନ୍ତ ବନ୍ୟା ସହାୟତା ରାଶି ମିଳିନାହିଁ । ଅନେକ ରାସ୍ତାଘାଟ ଏବେ ବି ମରାମତି ହୋଇନାହିଁ । ପୁଣି ବୁଧବାର ଆସୁଛି ଏକ ବାତ୍ୟା ‘ଫନୀ’।  ତିତ୍‌ଲି ଠାରୁ ସାମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫନୀ’ ଅଧିକ ଭୟଙ୍କର ହେବା ଆଶା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ‘ଫନୀ’ର ପ୍ରଭାବ ଗଞ୍ଜାମ ଜିଲା ଉପରେ କେତେ ପଡ଼ିବ ତାହାର ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ। ତଥାପି ଫନୀକୁ ନେଇ ଲୋକେ ଭୟଭୀତ  ହୋଇପଡ଼ିଛନ୍ତି ।

ତିତ୍‌ଲିରେ କ୍ଷତିଗ୍ରସ୍ତ ବେଲଗୁଣ୍ଠା ବ୍ଲକର ବଲାଡ଼ି-କୁଶପଲ୍ଲୀ ସମେତ ଅନେକ ରାସ୍ତା ଏବେବି ସ୍ଥାୟୀ ମରାମତି ହୋଇନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବେଲଗୁଣ୍ଠା ବ୍ଲକର ଅନେକ ଚାଷୀ ଏବେବି ଫସଲ କ୍ଷତିପୂରଣ ପାଇନାହାନ୍ତି । ଗତ ତିତିଲିରେ ୧୨ରୁ ୧୬ ଘଣ୍ଟା ମଧ୍ୟରେ ୩୩୦ ମିଲିମିଟରରୁ ୩୬୦ ମିଲିମିଟର ବର୍ଷା ହୋଇଥିଲା। ହଠାତ୍‌ ଏତେ ପରିମାଣର ବର୍ଷା ଯୋଗୁ ପାଣି ଠିକ୍‌ ଭାବେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଷ୍କାସନ ହୋଇପାରିଲା ନାହିଁ । ସହରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଏହି ସମସ୍ୟା ଅଧିକ ହୋଇଥିଲା । ଯେଉଁଥିପାଇଁ ବନ୍ୟା ହୋଇଥିଲା। ତିତ୍‌ଲିକୁ ପାଖରେ ଦେଖିଥିବା ଲୋକେ ‘ଫନୀ’ ଆଶଙ୍କାରେ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି । ତିତ୍‌ଲି କ୍ଷୟକ୍ଷତିକୁ ଦେଖି ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ତିତଲିରେ ଭାଙ୍ଗିଥିବା ପ୍ରାୟ ସମସ୍ତ ନଦୀ ଆଡ଼ିବନ୍ଧ ମରାମତି କରାଯାଇଛି।  ଡହ, ବାଘୁଆ ଓ ସୋରଡ଼ା ଜଳଭଣ୍ଡାରରେ ବୁଧବାର ସୁଦ୍ଧା ୩୦ରୁ ୩୫ ପ୍ରତିଶତ ପାଣି ଜଳଭଣ୍ଡାରରେ ମହଜୁଦ୍‌ ଅଛି । ସେହିଭଳି ଭଞ୍ଜନଗର ଜଳଭଣ୍ଡାରରେ ୨ ମିଟର କମ୍‌ ପାଣି ଅଛି । କମ୍‌ ସମୟ ମଧ୍ୟରେ ଯଦି ଅଧିକ ମିଲିମିଟର ବର୍ଷା ହେବ ତେବେ ବନ୍ୟା ପରିସ୍ଥିତି ହେବ । ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟର ମଧ୍ୟରେ ବର୍ଷା ହେଲେ ସେତେଟା ଅସୁବିଧା ହେବନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କନ୍ଧମାଳ ଜିଲାରେ ଯଦି ଅଧିକ ବର୍ଷା ହେବ ତେବେ ଡ଼ହ, ସୋରଡ଼ା, ଭଞ୍ଜନଗର ଜଳଭଣ୍ଡାରର ପାଣି ନିଶ୍ଚିତ ବଢ଼ିବ। ଏହାକୁ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥିସହ ଜଳଭଣ୍ଡାର ଓ ନଦୀ ନାଳ ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସାମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇ ଦିଆଯିବା ସହ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରାଯାଇଛି ।

ତିତ୍‌ଲିରେ ଭଞ୍ଜନଗର ଉପଖଣ୍ଡର ଆସିକା, ସୋରଡ଼ା, ଭଞ୍ଜନଗର, ବେଲଗୁଣ୍ଠା ବ୍ଲକରେ ବିଶେଷ କ୍ଷୟକ୍ଷତି ହୋଇଥିଲା । ଲୋକଙ୍କୁ ନିରାପଦ ସ୍ଥାନକୁ ଅଣା ଯାଇ ନ ପାରିବାରୁ ସୋରଡ଼ା ବ୍ଲକରେ ୬ ଜଣଙ୍କର ପାଣିରେ ଭାସି ମୃତ୍ୟୁ ଘଟିଥିଲା। ପୁନଃରାୟ ‘ଫନୀ’ରେ  ଯେଭଳି କ୍ଷୟକ୍ଷତି ନ ହେବ ସେଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସକାଳେ ଭଞ୍ଜନଗର ଗସ୍ତରେ ଆସି ସାମ୍ଭାବ୍ୟ ବାତ୍ୟା ଫନୀରୁ ମୁକାବିଲା କିଭଳି କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ହୋଇଥିବା ଆସିକା, ସୋରଡ଼ା, ଭଞ୍ଜନଗର ନିର୍ବାଚନମଣ୍ଡଳୀର ଷ୍ଟ୍ରଙ୍ଗ୍‌ରୁମ୍‌ ଯାଞ୍ଚ କରିଛନ୍ତି ଫନୀର ପ୍ରଭାବରେ ଷ୍ଟ୍ରଙ୍ଗରୁମର ଯେଭଳି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବିଡିଓ ଅନୀଲ କୁମାର ସେଠୀ, ତହସିଲଦାର ଦୀନମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜିଲାପାଳ ଆସିକା ଅଭିମୁଖେ ଯାଇ ସେଠାରେ ସମୀକ୍ଷା କରିଛନ୍ତି । ଉପଜିଲାପାଳ ସୋରଡ଼ାରେ ବାତ୍ୟାର କିଭଳି ମୁକାବିଲା କରାଯିବ ସେ ଉପରେ ସମୀକ୍ଷା କରିଛନ୍ତି। ଏନେଇ ଉପ ଜିଲାପାଳ ମିଞ୍ଜଙ୍କ ସହ ଯୋଗାଯୋଗ କରିବାରୁ, ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ଆଗୁଆ ଆସି ବିଭିନ୍ନ ସ୍ଥାନରେ ପହଞ୍ଚିବେ। ଖାଦ୍ୟ ମହଜୁଦ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ଅଛି। ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ପରିସ୍ଥିତିର ମୁକାବିଲା ପାଇଁ ବାଲିବସ୍ତା ବିଭିନ୍ନ ସ୍ଥାନରେ ମହଜୁଦ୍‌ ରଖାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

ଭଞ୍ଜନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା; ଜଗଦିଶ ସଭାପତି, ଶିଶିର କାର୍ଯ୍ୟକାରୀ ସମ୍ପାଦକ

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା (NPS) ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସଂଘର ନୂତନ କର୍ମକର୍ତ୍ତା…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?