ବନ୍ୟାରେ ଛାରଖାର ପୁରୁଷୋତ୍ତମପୁର, ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସରକାରଙ୍କୁ ଘେରିଲେ ଭକ୍ତ ଦାସ

ପୁରୁଷୋତ୍ତମପୁର,୫।୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷଜମି ଓ ଜୀବନଜୀବିକା ପର୍ଯ୍ୟନ୍ତ ସବୁକିଛି ଉଜାଡ଼ି ଯାଇଥିବାବେଳେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଏବେ ବି ଲାଗିରହିଛି । ଏଭଳି ଦୁର୍ଦ୍ଦଶାର ବାସ୍ତବ ଚିତ୍ର ଅନୁଧ୍ୟାନ କରିବାକୁ ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପୁରୁଷୋତ୍ତମପୁର ଗସ୍ତ କରିଥିଲେ।ପ୍ରତିନିଧିଦଳ ପୁରୁଷୋତ୍ତମପୁର ଏନ୍‌ଏସିର କନକାନଦୀପଦର ସାହି ପରିଦର୍ଶନ କରିବା ସହ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଘରକୁ ଘର ବୁଲି ବିପନ୍ନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ପିଲାଛୁଆଙ୍କୁ ନେଇ କିଭଳି ଦୁର୍ବିସହ ଜୀବନ ବିତାଉଛନ୍ତି, ତାହା ବିପନ୍ନମାନେ ପ୍ରତିନିଧିଦଳ ଆଗରେ ବଖାଣିଥିଲେ।

ଏପରିକି ପିଲାଙ୍କ ବହିପତ୍ରନଷ୍ଟ ହୋଇଯାଇଥିବାରୁ ସେମାନେ ଭବିଶ୍ଯତ ଚିନ୍ତାରେ ଥିବାରୁ ସେମାନଙ୍କ ସହ ମଧ୍ଯ ଆଲୋଚନା କରିଥିଲେ । ଲୋକଙ୍କ ଏଭଳି ଦୂରାବସ୍ଥା ଦେଖି ପିସିସି ସଭାପତି ଗଭୀର ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରକୁ ଅପାରଗ ବୋଲି ଅଭିହିତ କରିବା ସହ ବନ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି କରିଥିଲେ ।ବନ୍ୟା ପରିସ୍ଥିତି ଏତେ ଭୟଙ୍କର ହେବା ପଛରେ ପ୍ରଶାସନିକ ଅବହେଳାକୁ ଦାୟୀ କରି ସେ ଅନେକ ପ୍ରଶ୍ନ ଉଠାଇଥିଲେ ।

ଡ୍ୟାମ୍‌ରୁ ପାଣି ଛାଡ଼ିବା ପୂର୍ବରୁ କାହିଁକି ଆଗୁଆ ସୂଚନା ଦିଆଗଲା ନାହିଁ, ବର୍ଷା ପୂର୍ବରୁ ଜଳ ନିଷ୍କାସନ କାହିଁକି କରାଯାଇ ନଥିଲା ଏବଂ ବର୍ଷା ସମୟରେ କାହିଁକି ପାଣି ଛଡ଼ାଗଲା ନଦୀବନ୍ଧ ଖୋଳିଥିବା ବ୍ୟକ୍ତିମାନଙ୍କୁ ଅପରାଧୀ ଦର୍ଶାଇ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ସେ ଦାବି କରିଥିଲେ । ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାବେଳେ ସରକାରଙ୍କ ଘୋଷିତ ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ସେ କହିଥିଲେ । ବିପନ୍ନଙ୍କ ବଞ୍ଚିବା ପାଇଁ ଆବଶ୍ୟକ ମୌଳିକ ସହାୟତା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲାଗି ବିଧାନସଭାରେ ଦାବି ଉଠାଯିବ ବୋଲି ସେ ପ୍ରକାଶ କରିଥିଲେ। କେବଳ ନାମକୁ ମାତ୍ର ରିଲିଫ୍‌ ନୁହେଁ, ବରଂ ବିପନ୍ନଙ୍କ ଜୀବନଜୀବିକା ପୁନରୁଦ୍ଧାର ପାଇଁ ଯଥେଷ୍ଟ ସହାୟତା ଯୋଗାଇଦେବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଥିଲେ।

ଏହି ପ୍ରତିନିଧିଦଳରେ ପିସିସି ମିଡିଆ ସେଲ୍‌ ସଂଯୋଜକ ପବିତ୍ର ସେଠୀ, ଗଞ୍ଜାମ ଜିଲା ଦକ୍ଷିଣ ଭାଗ ସଭାପତି ଦଣ୍ଡପାଣି ପାତ୍ର, ଜିଲା ମହିଳା ସଭାନେତ୍ରୀ ଅଞ୍ଜନା ତ୍ରିପାଠୀ, ସୋନାଲି ସାହୁ, ମନିଷା ଦାସ ପଟ୍ଟନାୟକ, ଉପସଭାପତି ବଳରାମ ନାୟକ, ଭୋକାଲି ସେଠୀ, ପିସିସି ସଂପାଦକ ସତ୍ଯବ୍ରତ ନାୟକ, ବ୍ଲକ ସଭାପତି ପ୍ରଦୀପ ମହାରଣା ପ୍ରମୁଖ ସାମିଲ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?