ତହସିଲ କାର୍ଯ୍ୟାଳୟରେ ଜିଲାପାଳଙ୍କ ଚଢ଼ାଉ

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଶନିବାର ରାତିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ଚଢ଼ାଉ କରିଛନ୍ତି। ତାଙ୍କ ସହ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ରାତିରେ କାର୍ଯ୍ୟାଳୟ ଖୋଲାଥିବା ସୂଚନା ପାଇ ଜିଲା ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ଏ ସଂକ୍ରାନ୍ତରେ ପ୍ରଶାସନିକ ଅଧିକାରୀମାନେ କୌଣସି ମତାମତ ଦେଇନାହାନ୍ତି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲାପାଳ ପାଲଲହଡ଼ାରେ ଏକ ବୈଠକରେ ଯୋଗଦେଇ ଫେରିବା ପରେ ହଠାତ୍‌ ତହସିଲ କାର୍ଯ୍ୟାଳୟକୁ ଉପଜିଲାପାଳଙ୍କୁ ଧରି ଯାଇଥିଲେ। ଏତେ ରାତିରେ କାହିଁକି କାର୍ଯ୍ୟାଳୟ ଖୋଲା ରହିଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ କାର୍ଯ୍ୟାଳୟକୁ କେଉଁ ବ୍ୟକ୍ତିଙ୍କ ଯିବାଆସିବା ରହୁଛି ସେ ନେଇ ପ୍ରଶ୍ନ ପଚାରିଥିଲେ। ପରେ ଜିଲାପାଳ ଓ ଉପଜିଲାପାଳ ରେକର୍ଡ ରୁମ୍‌ରେ ଥିବା ବିଭିନ୍ନ ଫାଇଲର ତଲାସି କରିଥିଲେ। ଏକ ଫାଇଲ ଧରି ଜିଲାପାଳ ତାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ରବିବାର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଜିଲାପାଳ ଏକ ରିଭ୍ୟୁ ମିଟିଂ କରିବାକୁ ଡାକିଥିବା ସୂଚନା ମଧ୍ୟ ମିଳିଛି। କେଉଁ କାରଣରୁ ତହସିଲ କାର୍ଯ୍ୟାଳୟରେ କାମ ଆଗେଇ ପାରୁନି ସେ ନେଇ ଜିଲାପାଳ ପଚାରି ବୁଝିଥିଲେ। ଏ ସମ୍ପର୍କରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରେ କହିଛନ୍ତି, ଉପରିସ୍ଥ ଅଧିକାରୀ ଯେଉଁ ସମୟରେ ଯେକୌଣସି କାର୍ଯ୍ୟାଳୟକୁ ଯାଇପାରିବେ। ରାତିରେ କାର୍ଯ୍ୟାଳୟ କାହିଁକି ଖୋଲା ରହିଛି ବୋଲି ଜିଲାପାଳ ପଚାରିଥିଲେ। ସରକାରୀ କାର୍ଯ୍ୟ ଥିବାରୁ କାମ କରୁଥିବା ତହସିଲଦାର କହିଥିଲେ। ଦୁଇ ଦିନ ହେବ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଛେଦ କାର୍ଯ୍ୟରେ ସକାଳ ସମୟରେ ଯାଉଥିବାରୁ କାମ ହୋଇପାରୁ ନାହିଁ। ଗତ ୬ ମାସ ମଧ୍ୟରେ ଫନି ଠାରୁ ଆରମ୍ଭ କରି ନିର୍ବାଚନ, ରଥଯାତ୍ରା, ଜାତୀୟ ରାଜପଥ ଉଚ୍ଛେଦ, ଗ୍ରାମ ସମସ୍ୟା ଭଳି ବିଭିନ୍ନ କାର୍ଯ୍ୟରେ ଦିନବେଳା ସମୟ ଯାଉଥିବାରୁ ସନ୍ଧ୍ୟାରେ କାର୍ଯ୍ୟାଳୟକୁ ଆସି କାମ କରିବାକୁ ପଡିଥାଏ ବୋଲି ତହସିଲଦାର ନାୟକ କହିଛନ୍ତି। ତେବେ ଜିଲାପାଳ ସେପରି କୌଣସି ଚଢ଼ାଉ କରି ନ ଥିବା ତହସିଲଦାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?