ତଥ୍ୟ ଗୋପନୀୟତାକୁ ନେଇ ବଢ଼ୁଛି ସନ୍ଦେହ

ମୁମ୍ବାଇ,୨୭।୪(ପିଟି): କରୋନା ଭାଇରସ୍‌ ସଂକ୍ରମଣକାରୀଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପ୍ରିଲ ୨ତାରିଖରେ ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରାଯାଇଥିଲା। ଏହା ୧୧ଟି ଆଞ୍ଚଳିକ ଭାଷାରେ ଉବଲବ୍ଧ। ଇଲେକ୍ଟ୍ରୋନିସକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହାକୁ ବିକଶିତ କରିଛି। ଦ୍ୱତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ଆପ୍‌କୁ ଡାଉନଲୋଡ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଆପ୍‌ ବିଷୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ମାତ୍ରେ ପ୍ରାୟ ୭.୫କୋଟି ଲୋକ ଏହାକୁ ଡାଉନଲୋଡ କରିଥିଲେ। ଆରୋଗ୍ୟ ସେତୁ ଆପ୍‌ ବ୍ୟବହାରକାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇଥାଏ। ଯଦି କାୈଣସି କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତି ଏହି ଆପ୍‌ ୟୁଜର୍ସଙ୍କ ନିକଟତର ହୁଅନ୍ତି ତେବେ ଏହା ତତ୍‌କ୍ଷଣାତ୍‌ ସୂଚନା ଦେଇଥାଏ। ଏହା ମୋବାଇଲ ଫୋନର ବ୍ଲୁ ଟୁଥ ଏବଂ ଜିପିଏସ୍‌(ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌)ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଏହି ଆପ୍‌ର ଗୋପନୀୟତା ନୀତି ଅନୁସାରେ ଏହା ବ୍ୟବହାରୀଙ୍କୁ ସବୁଜ ଏବଂ ହଳଦିଆ ରଙ୍ଗର କୋଡିଂ ମିଳିଥାଏ। ଯେଉଁ ବ୍ୟବହାରକାରୀମାନେ ହଳଦିଆ ବର୍ଗରେ ଆସିବେ ସେମାନଙ୍କ ତଥ୍ୟ ସର୍ଭରରେ ଅପ୍‌ଲୋଡ ହେବ ଏବଂ ସବୁଜ ରଙ୍ଗର ବର୍ଗରେ ଆସୁଥିବା ବ୍ୟବହାରକାରୀଙ୍କୁ କମ୍‌ ବିପଦ ଗ୍ରୁପ୍‌ରେ ରଖାଯିବ। ଆପ୍‌ ପଞ୍ଜୀକରଣ ସମୟରେ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଲିଙ୍ଗ, ବୟସ, ଫୋନ ନମ୍ବର, ବର୍ତ୍ତମାନର ଠିକଣା ଏବଂ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରି ସରକାରୀ ସର୍ଭରରେ ଲୋଡ କରିଥାଏ। ଯେତେବେଳେ ଏହି ଆପ୍‌ ବ୍ୟବହାର କରୁଥିବା କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତାଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତଙ୍କୁ ସଙ୍ଗେସଙ୍ଗେ ସୂଚନା ମିଳିଯିବ ଏବଂ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବ।
ତେବେ ଆରୋଗ୍ୟ ସେତୁ ଆପ୍‌ ଏହାର ବ୍ୟବହାରକାରୀଙ୍କୁ କେତେଦୂର ସହାୟକ ହେବ ତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି। କରୋନା ମହାମାରୀ ଭଳି ଏକ ବିପଦ ସମୟରେ ଅନ୍ୟ କଣ୍ଟାକ୍ଟ ଟ୍ରେସିଂ ଟେକ୍ନୋଲୋଜି ପରି ଆରୋଗ୍ୟ ସେତୁ ଆପ୍‌ରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ସାଧାରଣତଃ ଆପ୍‌ଗୁଡ଼ିକର ସଫଳ କାର୍ଯ୍ୟକାରିତା ବ୍ୟବହାରକାରୀଙ୍କ ଉପରେ ନିର୍ଭର କରିଥାଏ। ଏହାର ବ୍ୟାପକ ବ୍ୟବହାର ଏବଂ ସ୍ବତଃ ତଥ୍ୟ ପ୍ରଦାନ ଆବଶ୍ୟକ, ଯାହାଫଳରେ କୋଭିଡ-୧୯ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଠିକ୍‌ ଭାବେ ମିଳିପାରିବ। ହେଲେ ଅନେକ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ଗୋପନୀୟ(ପ୍ରିଭେସି) ତଥ୍ୟ ଠିକ୍‌ଭାବେ ଦେଉ ନ ଥିବା ଜଣାପଡ଼ିଛି। ପୂର୍ବରୁ ସିଙ୍ଗାପୁରରେ ଏକ କଣ୍ଟାକ୍ଟ ଟ୍ରେସିଂ ଆପ୍‌ ସଫଳ ଭାବେ କାର୍ଯ୍ୟ କରିଥିଲେ। ତାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ କରିଥିବା ଜଣାପଡ଼ିଛି। ହେଲେ ଅନେକଙ୍କ ମତରେ ଏହି ଆପ୍‌ ଦ୍ୱାରା ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ସୃଷ୍ଟି କରୁଥିବାରୁ ଏଥିରେ ବ୍ୟବହାରକାରୀମାନେ ଠିକ୍‌ ତଥ୍ୟ ପ୍ରଦାନ କରି ନ ପାରନ୍ତି ବୋଲି ଅନେକ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍‌ଲାଇନରେ ବ୍ୟକ୍ତିଗତ ଗୋପନୀୟତା ବା ପ୍ରିଭେସି କିପରି ରକ୍ଷା କରାଯାଇପାରିବ ସେନେଇ ଆପ୍‌ରେ କୌଣସି ବିଷୟ ଉଲ୍ଲେଖ ନାହିଁ। ଆରୋଗ୍ୟ ସେତୁ ବ୍ୟବହାରକାରୀମାନେ ପ୍ରଥମେ ସରକାରଙ୍କ ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ନୀତିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri