ତଥ୍ୟ ଗୋପନୀୟତାକୁ ନେଇ ବଢ଼ୁଛି ସନ୍ଦେହ

ମୁମ୍ବାଇ,୨୭।୪(ପିଟି): କରୋନା ଭାଇରସ୍‌ ସଂକ୍ରମଣକାରୀଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପ୍ରିଲ ୨ତାରିଖରେ ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରାଯାଇଥିଲା। ଏହା ୧୧ଟି ଆଞ୍ଚଳିକ ଭାଷାରେ ଉବଲବ୍ଧ। ଇଲେକ୍ଟ୍ରୋନିସକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହାକୁ ବିକଶିତ କରିଛି। ଦ୍ୱତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ଆପ୍‌କୁ ଡାଉନଲୋଡ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଆପ୍‌ ବିଷୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ମାତ୍ରେ ପ୍ରାୟ ୭.୫କୋଟି ଲୋକ ଏହାକୁ ଡାଉନଲୋଡ କରିଥିଲେ। ଆରୋଗ୍ୟ ସେତୁ ଆପ୍‌ ବ୍ୟବହାରକାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇଥାଏ। ଯଦି କାୈଣସି କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତି ଏହି ଆପ୍‌ ୟୁଜର୍ସଙ୍କ ନିକଟତର ହୁଅନ୍ତି ତେବେ ଏହା ତତ୍‌କ୍ଷଣାତ୍‌ ସୂଚନା ଦେଇଥାଏ। ଏହା ମୋବାଇଲ ଫୋନର ବ୍ଲୁ ଟୁଥ ଏବଂ ଜିପିଏସ୍‌(ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌)ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଏହି ଆପ୍‌ର ଗୋପନୀୟତା ନୀତି ଅନୁସାରେ ଏହା ବ୍ୟବହାରୀଙ୍କୁ ସବୁଜ ଏବଂ ହଳଦିଆ ରଙ୍ଗର କୋଡିଂ ମିଳିଥାଏ। ଯେଉଁ ବ୍ୟବହାରକାରୀମାନେ ହଳଦିଆ ବର୍ଗରେ ଆସିବେ ସେମାନଙ୍କ ତଥ୍ୟ ସର୍ଭରରେ ଅପ୍‌ଲୋଡ ହେବ ଏବଂ ସବୁଜ ରଙ୍ଗର ବର୍ଗରେ ଆସୁଥିବା ବ୍ୟବହାରକାରୀଙ୍କୁ କମ୍‌ ବିପଦ ଗ୍ରୁପ୍‌ରେ ରଖାଯିବ। ଆପ୍‌ ପଞ୍ଜୀକରଣ ସମୟରେ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଲିଙ୍ଗ, ବୟସ, ଫୋନ ନମ୍ବର, ବର୍ତ୍ତମାନର ଠିକଣା ଏବଂ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରି ସରକାରୀ ସର୍ଭରରେ ଲୋଡ କରିଥାଏ। ଯେତେବେଳେ ଏହି ଆପ୍‌ ବ୍ୟବହାର କରୁଥିବା କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତାଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତଙ୍କୁ ସଙ୍ଗେସଙ୍ଗେ ସୂଚନା ମିଳିଯିବ ଏବଂ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବ।
ତେବେ ଆରୋଗ୍ୟ ସେତୁ ଆପ୍‌ ଏହାର ବ୍ୟବହାରକାରୀଙ୍କୁ କେତେଦୂର ସହାୟକ ହେବ ତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି। କରୋନା ମହାମାରୀ ଭଳି ଏକ ବିପଦ ସମୟରେ ଅନ୍ୟ କଣ୍ଟାକ୍ଟ ଟ୍ରେସିଂ ଟେକ୍ନୋଲୋଜି ପରି ଆରୋଗ୍ୟ ସେତୁ ଆପ୍‌ରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ସାଧାରଣତଃ ଆପ୍‌ଗୁଡ଼ିକର ସଫଳ କାର୍ଯ୍ୟକାରିତା ବ୍ୟବହାରକାରୀଙ୍କ ଉପରେ ନିର୍ଭର କରିଥାଏ। ଏହାର ବ୍ୟାପକ ବ୍ୟବହାର ଏବଂ ସ୍ବତଃ ତଥ୍ୟ ପ୍ରଦାନ ଆବଶ୍ୟକ, ଯାହାଫଳରେ କୋଭିଡ-୧୯ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଠିକ୍‌ ଭାବେ ମିଳିପାରିବ। ହେଲେ ଅନେକ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ଗୋପନୀୟ(ପ୍ରିଭେସି) ତଥ୍ୟ ଠିକ୍‌ଭାବେ ଦେଉ ନ ଥିବା ଜଣାପଡ଼ିଛି। ପୂର୍ବରୁ ସିଙ୍ଗାପୁରରେ ଏକ କଣ୍ଟାକ୍ଟ ଟ୍ରେସିଂ ଆପ୍‌ ସଫଳ ଭାବେ କାର୍ଯ୍ୟ କରିଥିଲେ। ତାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ କରିଥିବା ଜଣାପଡ଼ିଛି। ହେଲେ ଅନେକଙ୍କ ମତରେ ଏହି ଆପ୍‌ ଦ୍ୱାରା ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ସୃଷ୍ଟି କରୁଥିବାରୁ ଏଥିରେ ବ୍ୟବହାରକାରୀମାନେ ଠିକ୍‌ ତଥ୍ୟ ପ୍ରଦାନ କରି ନ ପାରନ୍ତି ବୋଲି ଅନେକ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍‌ଲାଇନରେ ବ୍ୟକ୍ତିଗତ ଗୋପନୀୟତା ବା ପ୍ରିଭେସି କିପରି ରକ୍ଷା କରାଯାଇପାରିବ ସେନେଇ ଆପ୍‌ରେ କୌଣସି ବିଷୟ ଉଲ୍ଲେଖ ନାହିଁ। ଆରୋଗ୍ୟ ସେତୁ ବ୍ୟବହାରକାରୀମାନେ ପ୍ରଥମେ ସରକାରଙ୍କ ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ନୀତିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri