ଢାବା ମାଲିକ ରବୀନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଭଉଣୀଙ୍କୁ ନିର୍ଯାତନା, ପରକୀୟା ପ୍ରୀତି ଯୋଗୁ ହତ୍ୟା

ଯାଜପୁର ଅଫିସ/କୋରେଇ(ନି.ପ୍ର.), ୪ା୮: ଯାଜପୁର ଜିଲା ପାଣିକୋଇଲି ବସଷ୍ଟାଣ୍ଡ ରେଷ୍ଟସେଡ ନିକଟରେ ଥିବା ଢାବା ମାଲିକ ରବୀନ୍ଦ୍ର ସାହୁ (୩୧) ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ପାଣିକୋଇଲି ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଜଣେ ନାବାଳିକାଙ୍କୁ ଅଦାଲତରେ ହାଜର କରାଯାଇଛି। ଭଉଣୀଙ୍କୁ ନିର୍ଯାତନା ଓ ପରକୀୟା ପ୍ରୀତି ଯୋଗୁ ଦୁଇ ଶଳା ଏବଂ ସାନ ଶଳାଙ୍କ ପ୍ରେମିକା ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ଯାଜପୁରରୋଡ ଏସଡିପିଓ କେଦାରନାଥ ସାହୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରବୀନ୍ଦ୍ର କିଛି ବର୍ଷ ପୂର୍ବେ ପାଟକୁରା ଅଞ୍ଚଳରୁ ଆସି ପାଣିକୋଇଲି ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଢାବା ବ୍ୟବସାୟ କରୁଥିଲେ। ୬ବର୍ଷ ପୂର୍ବେ ସେ ପାଣିକୋଇଲି ଥାନା ତେଲିଆବନ୍ଧ ଗ୍ରାମର ଝୁମା ମହାପାତ୍ରଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଅଛି। ତେବେ ରବୀନ୍ଦ୍ର ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଜ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ୨୦୧୯ ଫେବୃୟାରୀ ୭ରେ ଝୁମାଙ୍କୁ ମରଣାନ୍ତକ ଆକ୍ରମଣ ତଥା ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହୋଇ ସେ ଜେଲ ଯାଇଥିଲେ। ଜାମିନରେ ଆସିବା ପରେ ସେ ପୁନର୍ବାର ଝୁମା ଓ ତାଙ୍କ ପରିବାର ଉପରେ ନିର୍ଯାତନା ଆରମ୍ଭ କରି ଦେଇଥିଲେ। ଇତିମଧ୍ୟରେ ରବୀନ୍ଦ୍ର ଓ ଝୁମାଙ୍କ ପରିବାର ମଧ୍ୟରେ ଗୁରୁତର ବିବାଦ ହୋଇଥିଲା। ଏହାକୁ ଝୁମାଙ୍କ ଦୁଇ ଭାଇ ତଥା ରବୀନ୍ଦ୍ରଙ୍କ ଦୁଇ ଶଳା ଚନ୍ଦ୍ରକାନ୍ତ ମହାପାତ୍ର ଓରଫ ପିଣ୍ଟୁ(୨୫) ଏବଂ ରଞ୍ଜନ ମହାପାତ୍ର ଓରଫ ଚିଣ୍ଟୁ(୨୦) ସହିପାରି ନ ଥିଲେ । ଝୁମାଙ୍କୁ ନିଜ ଘରକୁ ନେଇଯିବା ସହ ଭିଣୋଇ ଉପରେ ରାଗ ସୁଝାଇବାର ସୁଯୋଗ ଖୋଜୁଥିଲେ। ଗତ ଜୁଲାଇ ୬ ତାରିଖ ରାତିରେ ପିଣ୍ଟୁ, ଚିଣ୍ଟୁ, ରବୀନ୍ଦ୍ର ଏବଂ ଚିଣ୍ଟୁଙ୍କ ନାବାଳିକା ପ୍ରେମିକା ମିଶି ତାଙ୍କ ଢାବାରେ ମଦ୍ୟପାନ କରିଥିଲେ। ପରେ ଅଧିକ ମଦ ଆବଶ୍ୟକ ହେବାରୁ ଉଭୟ ଶଳାଙ୍କୁ ମଦ ଆଣିବା ପାଇଁ ପଠାଇ ଚିଣ୍ଟୁଙ୍କ ପ୍ରେମିକାଙ୍କୁ ବଳାତ୍କାର କରିବାକୁ ରବୀନ୍ଦ୍ର ଉଦ୍ୟମ କରିଥିଲେ। ଫଳରେ ଉଭୟ ପିଣ୍ଟୁ ଓ ଚିଣ୍ଟୁ ଏହା ଦେଖି ଉତ୍ତ୍ୟକ୍ତ ହୋଇ ପଡିଥିଲେ। ଏହାପରେ ରବୀନ୍ଦ୍ରଙ୍କୁ ଉଭୟ ଠେଙ୍ଗାରେ ପିଟି ବେହୋସ କରିବା ପରେ ତଣ୍ଟି ଓ ଅନ୍ୟାନ୍ୟ ସ୍ଥାନକୁ ଛୁରି ଓ ବ୍ଲେଡରେ କାଟି ହତ୍ୟା କରିଥିଲେ। ଏଥିରେ ନାବାଳିକା ପ୍ରେମିକା ମଧ୍ୟ ସମ୍ପୃକ୍ତ ଥିଲେ। ପରଦିନ ଅର୍ଥାତ ୭ ତାରିଖ ସକାଳୁ ରବୀନ୍ଦ୍ରଙ୍କ ମୃତଦେହ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ହତ୍ୟାକାଣ୍ଡ ଉପରେ ଗୋବିନ୍ଦ ଚନ୍ଦ୍ର ସାହୁ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଇନ୍ସପେକ୍ଟର ଅଜୟ କୁମାର ଜେନା ଏହାର ତଦନ୍ତ ଅଧିକାରୀ ରହିଥିଲେ। ତଦନ୍ତ ସମୟରେ ଘଟଣାସ୍ଥଳ ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁରର ସହଯୋଗ ନିଆଯାଇଥିଲା। ରବୀନ୍ଦ୍ରଙ୍କ ଦୁଇ ଶାଳା ପିଣ୍ଟୁ ଓ ଚିଣ୍ଟୁଙ୍କୁ ଗତ ୨ତାରିଖରେ ଗିରଫ କରାଯାଇଥିବାବେଳେ ନାବାଳିକା ଅଭିଯୁକ୍ତଙ୍କୁ ଶନିବାର ଜୁଭେନାଇଲ କୋର୍ଟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?