ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ଏକ୍ସ-ରେ ମେଶିନ୍‌ ଅଚଲ, ରୁଗୀ ବାରଦୁଆର

ଡୁଙ୍ଗୁରିପାଲି, ୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଲା ୨ ମାସ ହେଲା ଏକ୍ସ-ରେ ମେଶିନ ଅଚଲ ହେଇ ପଡ଼ିରହିଛେ। ଇଥିରଲାଗି ଥାନୀୟ ରୁଗୀ ବଡ଼ଭାରି ଅସ୍‌ବିଧାର ସାମ୍‌ନା କରୁଥିବାର ଅଭିଯୋଗ ହେଉଛେ। ଲୋକ୍‌ ଏକ୍ସ-ରେ ଲାଗି ବରପାଲି, ବରଗଡ଼, ବୁର୍ଲା, ସମ୍ବଲପୁର, ବଲାଙ୍ଗୀର ଯାଇ ହଇରାନ୍‌ ହରକତ୍‌ ହେବାର ସଂଗେ ଅଧ୍‌କା ଟଁକା ଖରଚ୍‌ କରୁଛନ୍‌।
ସୂଚନା ହିସାବେ ରୁଗୀ ସେବା ଉଦେଶ୍‌ରେ ଗଲା ୧.୬.୨୦୧୬ ମସିହାରେ ୧୪ ଲାଖ୍‌ ଟଁକାରେ ଫ୍ୟୁୟନ କମ୍ପାନୀରୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଲାଗି ଗୁଟେ ଏକ୍ସ-ରେ ମେସିନ ଘିନିଯାଇଥିଲା। ହେଲେ ମେଶିନଟା ଗଲା ୨୯.୩.୨୦୧୮ ତାରିଖ୍‌ରୁ ଅଚଲ ହେଇ ପଡ଼ିରହିଛେ। ଯେନ୍‌ଥିରଲାଗି ଥାନୀୟ ରୁଗୀ ଏକ୍ସ-ରେ ଲାଗି ବରପାଲି, ବରଗଡ଼, ବୁର୍ଲା, ସମ୍ବଲପୁର, ବଲାଙ୍ଗୀର ଯାଇ ହଇରାନ୍‌ ହରକତ୍‌ ହେଉଛନ୍‌ ଆର ଅଧ୍‌କା ଟଁକା ପଏସା ସାରୁଛନ୍‌। ଏକ୍ସ-ରେ ମେଶିନ ଅଚଲ ବାବ୍‌ଦେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫୁ ସୁବର୍ଣ୍ଣପୁର ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀକୁଁ ପତ୍ର ସଂଖ୍ୟା-୧୪୪, ତା.୩.୪.୨୦୧୯ରେ ଅବଗତ କରାଯାଇଛେ। ସେନ୍‌ତା ପତ୍ର ସଂଖ୍ୟା-୫୧୮୪, ତା.୧୫.୫.୨୦୧୯ରେ ସ୍ବାସ୍ଥ୍ୟ କେନ୍ଦ୍ର ତରଫୁ ମେଶିନ ସଜାବାର ଲାଗି ଫ୍ୟୁୟନ କମ୍ପାନୀକେ ଚିଠି କରାଯାଇଛେ। ଇଆଡ଼େ ଗଲା ୨ ମାସ୍‌ରୁ ଅଧ୍‌କା ହେବା ଏକ୍ସ-ରେ ମେଶିନଟା ଅଚଲ ହେଇ ପଡ଼ିଥିଲେ ବି ଜିଲା ସୁଆସ୍‌ତିଅ ବିଭାଗର ଚେତା ନାଇଁ ପସବାର। ଜିଲା ସୁଆସ୍‌ତିଅ ବିଭାଗ ଇ ଦିଗେ ହେନ୍‌ତା କିଛି ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନେଲା ଲେଖେଁ ବି ନାଇଁ ଦିଶବାର। ଯେନ୍‌ଥିରଲାଗି ଅଂଚଲର ରୁଗୀ ଏକ୍ସ-ରେ ଲାଗି ଦୂରିଆ ଜାଗାମାନକୁ ଯାଇ ଅଯଥାରେ ଅଧ୍‌କା ଟଁକା ପଏସା ସାରୁଛନ୍‌। ମଙ୍ଗଲବାର ସହଲା ଗଁାର ଝନେ ମହିଲା ସାନ ନାଏକ(୬୩) ଭୁଜନି ଗୋଡ଼ ଅଁାଠୁ ଅଚଲ ହେବାର ଆଶଁକା କରି ବାହାରେ ୨ଶହ ଟଁକା ଦେଇ ଏକ୍ସ-ରେ କରିଥିବାର କହିଛନ୍‌। ଇ ଅଚଲ ଏକ୍ସ-ରେ ମେଶିନ ବାବ୍‌ଦେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ଆଶିଷ କୁମାର ବିଶ୍ୱାଲକୁଁ ପଚରାଲାରୁ ମେଶିନ ସଜାବାର ଲାଗି କମ୍ପାନୀକେ ଚିଠି କରିଛୁଁ। ବହୁତ୍‌ ଜଲ୍‌ଦି କମ୍ପାନୀ ତରଫୁ ମେଶିନ ଠିକ୍‌ କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀକୁଁ ପଚରାଲାରୁ ଆମରନେ ଲୋକ୍‌ ଅଭାବ୍‌ ସଂଗେ ପରଶିକ୍ଷିତ କରମଚାରୀକର ଘୋର ଅଭାବ ରହିଛେ। ଶୁନ୍‌ବାକେ ମିଲୁଛେ ସରକାର ସବୁ ବ୍ଲକରେ ଏକ୍ସ-ରେ ମେଶିନ ଲଗାବାର ଯୋଜନା କରୁଛନ୍‌। ଇ ବେବସ୍‌ତା ହେଲେ ରୁଗୀମାନେ ବହୁତ୍‌ ଲାଭ ପାଏବେ। ଜିଲା ମୁଖିଆ ଡାକ୍‌ତରଖାନାରେ ୩ ଝନ୍‌ ନ ରେଡିଓଗ୍ରାଫର ଅଛନ୍‌, କରମଚାରୀ ଅଭାବୁ ଭିନେ ଭିନେ ସମିଆରେ ନାନା ସମସିଆ ଦେଖା ଦେଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri