ଡମଣା ଦୁର୍ଗାପୁଜା କମିଟି : ଯୋଶେଫ ପିଟ୍ସବର୍ଗ ପ୍ୟାଲେସ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସବୁବର୍ଷ ନିଜର ତୋରଣରେ ନୂତନତ୍ୱ ଆଣୁଥିବା ଡମଣା ଦୁର୍ଗାପୂଜା କମିଟି ଚଳିତବର୍ଷ ସହରବାସୀଙ୍କୁ ଭିନ୍ନ ଭେଟି ଦେବାକୁ ପ୍ରୟାସ କରିଛି। ତୋରଣରେ ଦେଖିବାକୁ ମିଳିବ ପାଶ୍ଚାତ୍ୟର ଛାପ। ଆକର୍ଷଣ ସାଜିବ ରୁଷିଆର ସେଣ୍ଟ୍‌ ଯୋଶେଫ ପିଟ୍ସବର୍ଗ ପ୍ୟାଲେସ। ଏହାର ଚଉଡ଼ା ୧୧୦ ଫୁଟ ଓ ଉଚ୍ଚତା ୮୦ ଫୁଟ ହେବ। ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବା ଡମଣା ଦୁର୍ଗାପୂଜା କମିଟି ଏଥର ୨୫ଲକ୍ଷ ଟଙ୍କାର ପୂଜା ବଜେଟ ରଖିଛି। ଏଥିସହିତ ୨୦ଫୁଟ ଉଚ୍ଚତାର ମା’ଙ୍କ ମୃଣୟ ମୂର୍ତ୍ତି ସହ ୧୨ରୁ ୧୫ ଫୁଟ ଉଚ୍ଚର ପାର୍ଶ୍ୱଦେବୀଦେବ ପୂଜା ପାଇବେ। ୫ କେଜି ସୁନା ଅଳଙ୍କାର ଓ ୫୦ କେଜି ରୁପା ଅଳଙ୍କାର ପିନ୍ଧିବେ ମା’। ପୂଜାସ୍ଥଳକୁ ପୂରା ସିସିଟିଭି ନଜରରେ ରଖାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ମା’ଙ୍କ ପୂଜା ବିଧି ଅନୁସାରେ ଷଷ୍ଠୀରେ ବେଲ ବରଣୀ, ସପ୍ତମୀରେ ୧୦୮ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପ୍ରତିଷ୍ଠା, ଅଷ୍ଟମୀରେ ଦହି ପଖାଳ, ନବମୀରେ ଖେଚୁଡ଼ି ଓ ଦଶମୀରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ମା’ଙ୍କୁ ଦର୍ଶନ ଲାଗି ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ୍‌ ଚେୟାର, ମହିଳା ଓ ବରିଷ୍ଠଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯାଇଛି।
୧୫୦ ଫୁଟର ରାବଣପୋଡ଼ି
ଭୁବନେଶ୍ୱରରେ ମାତ୍ର ୫ ସ୍ଥାନରେ ରାବଣ ପୋଡ଼ିର ବ୍ୟବସ୍ଥା ରହିଛି। ଏଥିମଧ୍ୟରୁ ଡମଣା ରାବଣ ପୋଡ଼ି ଅନ୍ୟଠାରୁ ନିଆରା। ରାବଣପୋଡ଼ି ପାଇଁ ପ୍ରାୟ ୧୫୦ ଫୁଟର ପ୍ରତିକୃତି ତିଆରି ହେବ। ସେହିଭଳି କମିଟି ସବୁବେଳେ ଓଡିଶାର କାରିଗରଙ୍କୁ ପ୍ରାଧାନ୍ୟ ଦେଇ ଆସୁଛି। ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ମୂର୍ତ୍ତି କରୁଥିବା ନାମୀ କାରିଗରମାନେ ଏଠାରେ ମା’ଙ୍କ ମୂର୍ତ୍ତି ତିଆରି କରୁଛନ୍ତି।
– ନିଶାକର ସାହୁ, କମିଟି ପ୍ରତିଷ୍ଠାତା ତଥା ସଭାପତି
ଶୃଙ୍ଖଳିତ ଦର୍ଶନ ପ୍ରତି ଗୁରୁତ୍ୱ ଦିଆଯିବ
ଷଷ୍ଠୀ, ସପ୍ତମୀରେ ମା’ଙ୍କ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା। ଅଷ୍ଟମୀ ଓ ନବମୀ ଦିନ ଓଡିଶାର ବିଶିଷ୍ଟ କଳାକାରଙ୍କ ଦ୍ୱାରା ମେଲୋଡି ପରିବେଷଣ କରାଯିବ। କିପରି ଭକ୍ତମାନେ ମା’ଙ୍କର ପୂଜାକୁ ଅତି ଆଡମ୍ବରରେ ପାଳନ କରିବେ ଓ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେଥିପାଇଁ ଗୁରୁତ୍ୱ ଦିଆଯିବ।
– ପ୍ରେମାନନ୍ଦ ମହାକୁଡ, ଡମଣା ଗ୍ରାମ ମଙ୍ଗଳ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri