ଡଙ୍କଲପାଡୁରେ ବସ୍‌ ଟ୍ରାଜେଡି: ଦ୍ରୌପଦୀଙ୍କୁ ସହାୟତା ପ୍ରତିଶ୍ରୁତି ଦେଲେ ଜିଲାପାଳ

ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମରେ କାନ୍ଦବୋବାଳି ଶେଷ ହୋଇନାହିଁ। ମଙ୍ଗଳବାର ପର୍ଯ୍ୟନ୍ତ କାହାଘରେ ଠିକ୍‌ ଭାବେ ଚୁଲି ଜଳୁନାହିଁ। ଗ୍ରାମଟି ଜନଶୂନ୍ୟ ଭଳି ପ୍ରତୀୟମାନ ହେଉଛି। ଏହି ଘଟଣା ପରଠାରୁ ୧୦ ପରିବାରର ୩୦ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁନାହାନ୍ତି। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ବିଦ୍ୟାଳୟ ଆସିବାକୁ କହିଲେ ମଧ୍ୟ ସେମାନେ ଭୟରେ ଯାଉ ନ ଥିବା ଜଣାପଡିଛି।
ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଚିକିଟି ତହସିଲଦାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମା’ଙ୍କୁ ହରାଇଥିବା ଦୁଇ ଭଉଣୀ ବି.ଦ୍ରୌପଦୀ ଓ ବି.ଜ୍ୟୋତ୍ସ୍ନାଙ୍କ ଘରକୁ ଜିଲାପାଳ ଓ ଉପଜିଲାପାଳ ଯାଇ ସମସ୍ୟା ବୁଝିଥିଲେ। ବି.ଦ୍ରୌପଦୀଙ୍କୁ ଚଳିତ ମାଟ୍ରିକ ପରୀକ୍ଷା ଦେବା ପାଇଁ ଜିଲାପାଳ କହିବା ସହ ତାଙ୍କୁ ସବୁ ପ୍ରକାର ନୋଟ୍‌ ଓ ଟେଷ୍ଟବୁକ୍‌ ଦେବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ଦେବା ପାଇଁ ଯେଭଳି କୌଣସି ପ୍ରକାର ସମସ୍ୟା ନ ଉପୁଜିବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ କହିଥିଲେ। ଉଭୟ ଝିଅଙ୍କ ପାଠପଢ଼ା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଜିଲାପାଳ ସେମାନଙ୍କୁ ପ୍ରଦାନ କରିଥିଲେ। ଏହାବ୍ୟତୀତ ଅନ୍ୟ କୌଣସି ସମସ୍ୟା ଉପୁଜିଲେ ଜିଲାପାଳ ନିଜ ମୋବାଇଲ ନମ୍ବର ଦୁଇ ଭଉଣୀଙ୍କୁ ଦେଇ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ। ଏକ୍ସସିଙ୍ଗ ସରପଞ୍ଚ ସିଏଚ୍‌ ସୁଧାକର ରେଡ୍ଡୀଙ୍କୁ ଅସହାୟ ଦୁଇ ଭଉଣୀଙ୍କ ସମସ୍ତ ଦାୟିତ୍ୱ ବହନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଘଟଣା ଦିନ ବସ୍‌ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ସୁସ୍ଥ ଅନୁଭବ କରି ଘରେ ଥିବା ବେଳେ ହଠାତ୍‌ ମଙ୍ଗଳବାର ଅସୁସ୍ଥ ଅନୁଭବ କରିଥିଲେ। ସେମାନେ ହେଲେ ଡଙ୍କଲପାଡୁ ଗ୍ରାମର ଏ.ରୁକ୍ମଣୀ ରେଡ୍ଡୀ, ବି.କ୍ଷେତ୍ରବାସୀ ରେଡ୍ଡୀ, ବି.ପୋଲାମା ରେଡ୍ଡୀ, ବି. ରୋଜା ରେଡ୍ଡୀ, ବି. ସ୍ବାତୀ ରେଡ୍ଡୀ, ବି.ଭୀମେୟା ରେଡ୍ଡୀ। ସମସ୍ତଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ମଙ୍ଗଳବାର କୁଳ ପରମ୍ପରା ଅନୁଯାୟୀ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୃତକଙ୍କ ପରିବାର ଶ୍ମଶାନକୁ ଯାଇଥିବା ବେଳେ ସେଠାରେ ୩ ଜଣ ନିଜ ସମ୍ପର୍କୀୟଙ୍କୁ ହରାଇଥିବାରୁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ୨୦୧୩ରେ ଫାଇଲିନ ମହାବାତ୍ୟାରେ ଭାଇ ବି.ଗୋପାଳ ରେଡ୍ଡୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବସ୍‌ ଦୁର୍ଘଟଣାରେ ମୋ ବାପା ବି.ରାମେୟା ମଧ୍ୟ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ସେଠାରେ କାନ୍ଦୁଥିବା ବି.ଭାଗୀରଥି କହିଛନ୍ତି।
ସେହିପରି ଡଙ୍କଲପାଡୁ ଗ୍ରାମର ଜଣେ ମେଧାବୀ ଛାତ୍ରୀ ଝିଲି ସାହୁଙ୍କ ମଧ୍ୟ ବସ୍‌ ଟ୍ରାଜେଡିରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଦିଲେଶ୍ୱର ଅଳ୍ପକେ ବର୍ତ୍ତି ଯାଇଥିଲେ। ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ଝିଲି ଜଣେ ମେଧାବୀ ଥିବା ସହ ବିଭିନ୍ନ ପ୍ରତିଯୋଗିତାରେ ସ୍କୁଲ ଓ ଗ୍ରାମ ପାଇଁ ଅନେକ ସୁନାମ ଅର୍ଜିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ତାଙ୍କୁ ହରାଇ ଦୁଃଖିତ ଅଛନ୍ତି।
((ଫଟୋ-ବିଏମ-୧୧-୨୧-ଝିଲି ଆଙ୍କିଥିବା ବିଭିନ୍ନ ଚିତ୍ର
ଫଟୋ-ବିଏମ-୧୧-୨୩-ମା ଓ ଭାଇ ଝୁରୁଛନ୍ତି ଝିଲିଙ୍କୁ
ଫଟୋ-ବିଏମ-୧୧-୨୪-ଖାଁ ଖାଁ ହୋଇପଡ଼ିଛି ଡ଼ଙ୍କଲପାଡ଼ୁ ଗ୍ରାମ।))


Enter your email to get our daily news in your inbox.

All Right Reserved By Dharitri.Com

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ): ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri