ଡକାୟତି ଘଟଣା ପର୍ଦ୍ଦାଫାଶ; ୬ ଗିରଫ: ଚୋରି ସାମଗ୍ରୀ ଉଦ୍ଧାର

ଦେବଗଡ଼/ବାରକୋଟ, ୧୫।୧୧ (ଡି.ଏନ.ଏ)- ଦେବଗଡ ଜିଲା ବାରକୋଟ ଥାନା ସିଂହସାଲ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ଘରୁ ୨୪ ଅକ୍ଟୋବରରେ ଚୋରି ହୋଇଥିବା ସୁନା, ରୂପା, ଟଙ୍କା ଜବତ ହୋଇଛି। ଏହା ସହିତ ୬ଜଣ ଅପରାଧି ଗିରଫ ହୋଇଥିବା ଜଣାଯାଇଛି। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଦେବଗଡ ଏସ୍‌ପି ଏନେଇ ସୂଚନା ଦେଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୪ ତାରିଖ ରାତି ୯ଟାରେ ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ହାଟିପଡାର ସଞ୍ଜୟ ଓରଫ ବୁଚୁ ମାଝି (୩୧)ଙ୍କ ନେତୃତ୍ୱରେ ସେହି ଗ୍ରାମର ଜଗନ୍ନାଥ ମାଝି (୨୮), ଫଟିଲାଇଜର ରାଉରକେଲାର ବିକାଶ ଲୁଗୁନ (୩୦), ବାଲୁଗାଁ ଚିଲିକାର କିରଣ କୁମାର ସାହୁ (୩୩), ବଣାଇଗଡ ଦେଡଗାଁର ସନ୍ତୋଷ ପାତ୍ର (ଡ୍ରାଇଭର) ସିଂହସାଲ ଗ୍ରାମର ନନ୍ଦ ଓରାମ (୩୯) କ୍ଷେତ୍ରବାସୀଙ୍କ ଘରେ ପଶି ତାଙ୍କ ପୁଅ କୁନ୍ଦନ ଦଳବେହେରାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଅପହରଣ କରି ନେବାର ଧମକ ଦେଇ ଆଲମିରା ଚାବି ମାଗିଥିଲେ । କ୍ଷେତ୍ରବାସୀଙ୍କ ସ୍ତ୍ରୀ ଯାଜ୍ଞସେନୀ ଦଳବେହେରା ଚାବି ଦେଇଥିଲେ। ଫଳରେ ସେମାନେ ୪୫ ହଜାର ଟଙ୍କା, ସୁନା, ରୂପା, ୫ଗୋଟି ମୋବାଇଲ ଫୋନ ଧରି ଏକ ବୋଲେରୋ ଗାଡି ଓଡି ୧୪ ପି- ୯୦୯୨ ଯୋଗେ ରାଉରକେଲା ପଟକୁ ପଳାଇଥିଲେ। ଗଲାବେଳେ ସମସ୍ତଙ୍କୁ ଏକ ଘରେ ପୁରାଇ ବାହାରପଟୁ ବନ୍ଦ କରି ଦେଇଥିଲେ । ଗତ ୨୫ ତାରିଖରେ କ୍ଷେତ୍ରବାସୀ ବାରକୋଟ ଥାନାରେ ଲିଖିତ ଅଭିଯୋଗ କଲାପରେ ଆଇଆଇସି ଚିତ୍ତରଞ୍ଜନ ବେହେରା ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ କରିଛନ୍ତି । ବୁଚୁ ମାଝୀ ନିକଟରୁ ୨୦ ହଜାର ଟଙ୍କା, ସୁନା ଚେନ, ରୂପା, ୨ଟି ମୋବାଇଲ ଫୋନ ଜବତ କରି ଅଭିଯୁକ୍ତମାନଙ୍କୁ କେସ ନମ୍ବର ୧୬୨/୧୯ ଧାରା ୩୯୫ ଆଇପିସି, ୨୫/୨୭/ ୪୫୭/୩୯୫/୧୨୦- ବି/ ୪୧୨ରେ କୋର୍ଟ ଚାଲାଣ କରାଯାଇଛି । ୩ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri