ବେଧଡକ ଚାଲିଛି ଗଛକଟା, ଧ୍ୱଂସ ପାଉଛି ଜଙ୍ଗଲ

ଲେଫ୍ରିପଡା,୧୫।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଣ୍ଡିଆଡିହି ସେକ୍‌ସନ ଅଞ୍ଚଳରେ ବେଧଡକ ଭାବେ ଗଛକଟା ଚାଲଛି। ଫଳରେ ଜଙ୍ଗଲ ନଷ୍ଟ ହୋଇଯାଉଛି। ବନବିଭାଗ ନିଷ୍କ୍ରିୟ ହୋଇଥିବା ଦେଖାଦେଇଛି। ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରି ବ୍ୟାପକ ବୃକ୍ଷ ରୋପଣ କରିଚାଲିଛନ୍ତି। ଅନ୍ୟ ପଟେ ବନ କମର୍କଚାରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁ ଜଙ୍ଗଲରୁ ଗଛ ଚୋରି ହେଉଥିଲେ ବି ବନ ବିଭାଗ କର୍ମଚାରୀ ଜାଣିପାରୁ ନାହାନ୍ତି। ଗୁଣ୍ଡିଆଡିହି ସେକ୍‌ସନ ଅନ୍ତର୍ଗତ ବୁଡାପାହାଡ, ଦଲକି ଅଞ୍ଚଳରେ ବହୁସଂଖ୍ୟାରେ ଜଙ୍ଗଲରୁ ଶାଗୁଆନ, ଶାଳ, ବିଜା ଇତ୍ୟାଦି ମୂଲ୍ୟବାନ କାଠ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳରୁ ଦୈନିକ ରାତ୍ରିରେ କାଠପଟା ବିଭିନ୍ନ ଗାଡିରେ ସହରକୁ ଚୋରା ଚାଲାଣ ହେଉଛି। ଅନ୍ୟପକ୍ଷରେ କୁଆଡେ ବନବିଭାଗର କର୍ମଚାରୀଙ୍କ ସହ କାଠ ବ୍ୟବସାୟୀଙ୍କ ଭିତିରି ସମ୍ପର୍କ ରହୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବେଆଇନ ପଥର କ୍ୱାରୀ ଖୋଳା ଯାଉଥିବା ଦେଖିବାକୁ ମିଳୁଛି। ନିୟମିତ ବହୁ ପରିମାଣର ପଥର ଟ୍ରାକ୍ଟର ଯୋଗେ ଆଖପାଖ ଅଞ୍ଚଳକୁ ଚାଲାଣ ହେଉଛି। ବିଭିନ୍ନ ରାସ୍ତା କାମ ପାଇଁ ଠିକାଦାରମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ଧରାଧରି କରି ସଂରକ୍ଷିତ ଜଙ୍ଗଲରୁ ମେଟାଲ ସଂଗ୍ରହ କରୁଥିବାର ଅଭିଯୋଗ ରହିଛି। ସରକାର ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ଦିଗରେ ଗ୍ରାମ୍ୟ ବନସୁରକ୍ଷା କମିଟି ଗଠନ କରି ବିଭିନ୍ନ କ୍ଷେତ୍ରରେ ସଚେତନତା ଜାରି ରଖୁଥିବା ବେଳେ ଏ ଦିଗରେ ସଚେତନତା କେବଳ ସୀମିତ ରହିଯାଉଛି। ବନବିଭାଗ ପକ୍ଷରୁ ଗୁଣ୍ଡିଆଡିହିଠାରେ ସେକ୍‌ସନ କାର୍ଯ୍ୟାଳୟ ରହିଛି। ସେକ୍‌ସନ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର କୁଆଡେ ମନଇଚ୍ଛା ସେକ୍‌ସନ ଏରିଆକୁ ଯାଉଥିବା ବେଳେ ମାତ୍ର କେତେଜଣ ଫରେଷ୍ଟଗାର୍ଡଙ୍କ ତତ୍ତ୍ୱାବଧାନରେ ବନ ବିଭାଗ ଚାଲିଛି ବୋଲି ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ବନ ସଂରକ୍ଷଣ ଏବଂ ବନବାସୀଙ୍କ ପାଇଁ ଉନ୍ନୟନ କାର୍ଯ୍ୟ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଏଠାରେ କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ରହିଛି। ଏହା ଦ୍ୱାରା ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଚଳୁଥିବା ବନବାସୀଙ୍କ ଜୀବନଜୀବିକା ପ୍ରତି ବିପଦ ଦେଖାଦେବାର ସମ୍ଭାବନା ରହିଛି। ବିଭାଗୀୟ କର୍ମଚାରୀଙ୍କ ଜ୍ଞାତବ୍ୟରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବାରୁ ସାଧାରଣରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷରେ ଗଛ କଟା ନେଇ ଗୁଣ୍ଡିଆଡିହି ଫରେଷ୍ଟର ରୋହିତ କୁମାର ନାଏକଙ୍କୁ ପଚାରିବାରୁ ଆମ୍ଭେ ଜଙ୍ଗଲ ସୁରକ୍ଷା ଦିଗରେ ସଜାଗ ରହିଛୁ। ଯଦି କୌଣସି ଜାଗାରେ ଗଛ କଟା ଚାଲିଛି, ତା ହେଲେ ଆମ ଫରେଷ୍ଟଗାର୍ଡଙ୍କୁ ପଚାରିବି। ଫରେଷ୍ଟଗାର୍ଡଙ୍କ ମଧ୍ୟ ଦାୟିତ୍ୱ ରହିଛି। ଆପଣ ଯଦି କୌଣସି ଜାଗାରେ ଗଛକଟା ଚାଲିଛି ତା’ହେଲେ ସୂଚନା ଦେଲେ ଆମେ ଏହାର ଦିଗରେ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ସେକ୍‌ସନ ଅଧୀନରେ କାମ୍ପା ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ହୋଇଥିବା ଟ୍ରେଞ୍ଚ ଖୋଳା, ପୋଖରୀ ଖନନ ତଥା ବୃକ୍ଷରୋପଣ ଏବଂ ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟରେ ବ୍ୟାପକ ଅନିୟମିତତ୍‌ା କରାଯାଇଛି। ଅନେକ ପ୍ରକଳ୍ପରେ ରୋପଣ ହୋଇଥିବା ଚାରାର ନାଁ ଗନ୍ଧ ନାହିଁ। ତେଣୁ ଏ ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୪୫ ଡିଗ୍ରୀ ଟପିଗଲା ତାତି

ଭୁବନେଶ୍ୱର,୨୦।୪: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା। ଶନିବାର ବୌଦ୍ଧରେ ସର୍ବୋଚ୍ଚ ଦିନ...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri