Posted inଜାତୀୟ

ଟ୍ରେନ୍‌ରେ ଫେରିଲେଣି ୩୨ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ, ୨୪।୫(ପି.ଟି.): ଭାରତୀୟ ରେଲଓ୍ବେ ସ୍ବତନ୍ତ୍ର ଟ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେଲାଣି। ଆଗାମୀ ୧୦ ଦିନ ମଧ୍ୟରେ ଆଉ ୨୬୦୦ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ ଯୋଜନା ରହିଛି। ଏଥିରେ ପାଖାପାଖି ୩୬ ଲକ୍ଷ ପ୍ରବାସୀ ଶ୍ରମିକ ଫେରିବେ ବୋଲି ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ ଶନିବାର କହିଛନ୍ତି। ମେ’ ୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୫୭୦ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରିଛି। ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହି ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରମିକମାନଙ୍କୁ ଫେରାଇନେବାରେ ସହାୟତା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ରେଲଓ୍ବେକୁ ଅନୁରୋଧ କରାଯାଇଥିଲା। ଯାତ୍ରୀ ଭଡ଼ାର ୮୫ ପ୍ରତିଶତ ରେଲଓ୍ବେ ବହନ କରୁଥିବାବେଳେ ଅବଶିଷ୍ଟ ୧୫ ପ୍ରତିଶତ ସମ୍ପୃକ୍ତ ରାଜ୍ୟ ସରକାର ଭରଣା କରୁଛନ୍ତି। ୨,୦୬୫ ଟ୍ରେନ୍‌ ଶ୍ରମିକଙ୍କୁ ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ସାରିଥିବାବେଳେ ୫୦୫ ଟ୍ରେନ୍‌ ବାଟରେ ଅଛନ୍ତି। ଉତ୍ତରପ୍ରଦେଶକୁ ସର୍ବାଧିକ ୧୨୪୬ ଶ୍ରମିକ ସ୍ପେଶିଆଲ ଟ୍ରେନ ଚଳାଚଳ କରିଥିବାବେଳେ ବିହାରକୁ ୮୦୪ ଓ ଝାଡ଼ଖଣ୍ଡକୁ ୧୨୪ଟି ଟ୍ରେନ୍‌ ଯାଇଛି। ସେହିପରି ଗୁଜରାଟରୁ ସର୍ବାଧିକ ୭୫୯ଟି ଟ୍ରେନ୍‌ ଶ୍ରମିକଙ୍କୁ ନେଇ ଛାଡ଼ିଥିବାବେଳେ ମହାରାଷ୍ଟ୍ରରୁ ୪୮୩ ଓ ପଞ୍ଜାବରୁ ୨୯୧ଟି ଟ୍ରେନ୍‌ ଛାଡ଼ିଛି। ଏହା ବାଦ୍‌ ଅନେକ ଶ୍ରମିକ ବସ୍‌, ଟ୍ରକ୍‌ ଓ ଅନ୍ୟ ମାଲବାହୀ ଗାଡ଼ିରେ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି। ବହୁସଂଖ୍ୟାରେ ଶ୍ରମିକ ଗାଡ଼ି ନ ପାଇ ଚାଲିଚାଲି ଫେରୁଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୦ ଦିନରେ ଆଉ ୨,୬୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୧୦୦୦ଟି ଟିକେଟ କାଉଣ୍ଟର ଖୋଲିଥିବାବେଳେ ଖୁବ୍‌ଶୀଘ୍ର ଅଧିକ କାଉଣ୍ଟର ଖୋଲିବାକୁ ଯୋଜନା ରହିଛି। ଗତ ୪ ଦିନ ହେଲା ଦୈନିକ ୨୬୦ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?