Posted inଜାତୀୟ

ପଶ୍ଚିମବଙ୍ଗକୁ ସେନା ପଠାଗଲା

କୋଲକାତା, ୨୪।୫(ପି.ଟି.): ବାତ୍ୟା ଅମ୍ଫନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଅତ୍ୟାବଶ୍ୟକ ଭିତ୍ତିଭୂମି ଓ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ସ୍ବାଭାବିକ କରିବା ଲାଗି ରାଜ୍ୟ ସରକାର ଭାରତୀୟ ସେନାର ସହାୟତା ଲୋଡ଼ିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ତୁରନ୍ତ ୫ କଲମ୍‌ ସେନା ପଠାଇଛି। କୋଲକାତା ମହାନଗର କର୍ତ୍ତୃପକ୍ଷଙ୍କୁ ବାତ୍ୟା ପରବର୍ତ୍ତୀ କାର୍ଯ୍ୟରେ ସହାୟତା କରିବା ଲାଗି ୩ କଲମ୍‌ ଯବାନଙ୍କୁ ନିୟୋଜିତ କରାଯିବା ସହ ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲାକୁ ୨ କଲମ୍‌ ସେନା ପଠାଯିବ। କେନ୍ଦ୍ରରୁ ସେନା ସହାୟତା ମାଗିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦୀପ୍‌ ଧନଖର ପ୍ରଶଂସା କରିଛନ୍ତି। ଉଭୟ ପରସ୍ପର ବିରୋଧୀ ଭାବେ ଜଣାଶୁଣା ଥିବାବେଳେ ରାଜ୍ୟପାଳ ମମତାଙ୍କୁ ପ୍ରଶଂସା କରିବା ଏକ ବିରଳ ଘଟଣା। ବିପତ୍ତି ସମୟରେ ଜନସାଧାରଣ ଶାନ୍ତ ରହିବା ଲାଗି ରାଜ୍ୟପାଳ ଅନୁରୋଧ କରିଛନ୍ତି।
ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସେବାକୁ ସ୍ବାଭାବିକ କରିବା ଲାଗି ରାଜ୍ୟ ସରକାର ସବୁ କଳବଳ ଲଗାଇଛନ୍ତି। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରେଲଓ୍ବେ, ବନ୍ଦର ଓ ଘରୋଇ ସଂସ୍ଥାକୁ ଲୋକବଳ ଓ ଉପକରଣ ସହାୟତା କରିବା ଲାଗି ଅନୁରୋଧ କରାଯାଇଥିବା ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାନୀୟ ଜଳ ଓ ଡ୍ରେନେଜ୍‌ ଭିତ୍ତିଭୂମିର ପୁନରୁଦ୍ଧାରକୁ ପ୍ରାଥମିକତା ଦିଆଯାଉଛି। ରାସ୍ତାରେ ପଡ଼ି ରହିଥିବା ଗଛଗୁଡିକୁ କାଟି ହଟାଇବା କାର୍ଯ୍ୟରେ ବିଭିନ୍ନ ବିଭାଗର ଶତାଧିକ ଟିମ୍‌ ନିୟୋଜିତ ହୋଇଛନ୍ତି।
ଅନ୍ୟପକ୍ଷରେ ବାତ୍ୟାର ୩ ଦିନ ପରେ ମଧ୍ୟ କ୍ଷତିଗ୍ରସ୍ତ କୋଲକାତା ମହାନଗରୀରେ ବିଦ୍ୟୁତ ଓ ପାନୀୟ ଜଳ ମିଳୁ ନ ଥିବାରୁ ଶନିବାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଦକ୍ଷିଣରେ ବେହଲାଠାରୁ ଆରମ୍ଭ କରି ଉତ୍ତରରେ ଥିବା ବେଲଘରିଆ ପର୍ଯ୍ୟନ୍ତ ଲୋକମାନେ ଗରା ବାଲ୍‌ତି ଧରି ରାସ୍ତା ଅବରୋଧ କରିଥିଲେ। ସପୁଇପଡା, ଯାଦବପୁରର ପଲ୍ଲିଶ୍ରୀ ଅଞ୍ଚଳ, ଗରଫା, ନର୍କେଲଦଙ୍ଗା ଓ ତେଲଙ୍ଗାବାଗାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୋଲକାତା ମ୍ୟୁନିସିପାଲ କର୍ପୋରେଶନର ପ୍ରସ୍ତୁତି ଅଭାବକୁ ଅନେକ ଦାୟୀ କରିଛନ୍ତି। ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ପ୍ରଶାସନ ଦିନରାତି କାମରେ ଲାଗିଛି। ଜନସାଧାରଣ ଧୈର୍ଯ୍ୟ ରଖିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି। ଅମ୍ଫନ ବାତ୍ୟା ପଶ୍ଚିମବଙ୍ଗରେ ୮୬ ଲୋକଙ୍କ ଜୀବନ ନେଇଥିବାବେଳେ ୧୪ଟି ଜିଲା ପ୍ରଭାବିତ ହୋଇଛି। ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମିଦନାପୁର ଏବଂ କୋଲକାତା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri