Posted inଜାତୀୟ

ଟ୍ରାଫିକ ନିୟମ ବଦଳାଇଲେ ରାଜ୍ୟ ଦାୟୀ: ‘ଟଙ୍କା ନୁହେଁ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ’

ନୂଆଦିଲ୍ଲୀ,୧୨ା୯: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନା ରାଶିକୁ ହ୍ରାସ କରାଇବାକୁ ଉଦ୍ୟମ କରୁଥିବା ରାଜ୍ୟ ଏହାର ପରିଣାମ ପାଇଁ ଦାୟୀ ରହିବେ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ବୁଧବାର କହିଛନ୍ତି। ପାର୍ଲାମେଣ୍ଟ ସଂଶୋଧିତ ମୋଟରଯାନ ଆଇନକୁ ଅନୁମୋଦନ କରିବା ପରେ ଭାଜପା ଶାସିତ ରାଜ୍ୟ ଗୁଜରାଟ ଜରିମାନା କମାଇଥିବାରୁ ଏହା ଦଳକୁ ଶକ୍ତ ଧକ୍କା ଦେଇଛି। କେତେକ ରାଜ୍ୟ ଜରିମାନା ଲାଗୁ କରିବେ ନାହିଁ ବୋଲି କହୁଥିବାବେଳେ ଟଙ୍କାଠାରୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଗଡକରୀ କହିଛନ୍ତି। ଜୀବନ ବଞ୍ଚାଇବା ପାଇଁ ମୋଟରଯାନ ଆଇନକୁ କଠୋର କରାଯାଇଛି। ଆଇନ ପ୍ରତି ଲୋକଙ୍କ ଭୟ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ପରିମାଣ ୯୦ ପ୍ରତିଶତ ହ୍ରାସ କରାଯିବ ବୋଲି ଗୁଜରାଟ ସରକାର ମଙ୍ଗଳବାର କହିଥିଲେ। ଏଭଳି ଜରିମାନାକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋକ୍‌ଠୋକ କହିଛନ୍ତି। ଭାରତରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ। ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ନୂଆ ଆଇନ ଆଣିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। ଏହାକୁ ଦଳ ଓ ରାଜ୍ୟ ସରକାରଙ୍କଠାରୁ ଊର୍ଦ୍ଧ୍ୱରେ ଦେଖାଯିବା ଆବଶ୍ୟକ ବୋଲି ଗଡ଼କରୀ କହିଛନ୍ତି। ବ୍ରିଟେନ, କାନାଡା, କାଲିଫର୍ନିଆ ଓ ଆର୍ଜେଣ୍ଟିନା ଭଳି ଦେଶର ମୋଟରଯାନ ଆଇନକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ସଂଶୋଧିତ ଆଇନ ଆଣିଥିଲେ। ସବୁ ମୁଖ୍ୟମନ୍ତ୍ରୀ ଏହାକୁ ଅନୁଧ୍ୟାନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

‘ଓଡ଼ିଶାରେ ଜରିମାନା କମାଇବାକୁ ବିଚାର ଚାଲିଛି’

ଟ୍ରାଫିକ୍‌ ନିୟମକୁ ହେୟଜ୍ଞାନ କରି ଗାଡ଼ିର କାଗଜପତ୍ର ଠିକ୍‌ କରି ନ ଥିବା ଲୋକମାନେ ଏବେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। କାରଣ ସେମାନଙ୍କୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେବାକୁ ପଡ଼ୁଛି ୧୦ଗୁଣା ଜରିମାନା। ଏବେ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍‌, ବୀମା, ଫିଟ୍‌ନେସ ଓ ଅନ୍ୟାନ୍ୟ କାଗଜପତ୍ର ଯୋଗାଡ଼ ନ କଲେ ରାସ୍ତାରେ ଗାଡ଼ି ଗଡ଼ାଇବା ମୁସ୍କିଲ। ପୂର୍ବରୁ ଅବଧି ପୂରି ଯାଇଥିଲେ ମଧ୍ୟ ଗାଡ଼ିର କାଗଜପତ୍ର ନବୀକରଣ ହେଉ ନ ଥିଲା। ଏବେ ଜୋରଦାର ଧରପଗଡ଼ ପରେ ଗତ କିଛିଦିନ ହେବ ପରିବହନ କାର୍ଯ୍ୟାଳୟରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ବଡ଼ଧରଣର ଜରିମାନା ଯୋଗୁ ବିଭିନ୍ନ ଜାଗାରେ ଆଶାନ୍ତି ସୃଷ୍ଟି ହୋଇଥିଲେ ମଧ୍ୟ ଲୋକେ ନିଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗାଡ଼ିର କାଗଜପତ୍ର

ଠିକ୍‌ ରଖିବା ଓ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ଆସ୍ତେ ଆସ୍ତେ ପ୍ରସ୍ତୁତ ହେଉଛନ୍ତି, ଯାହା ପରିବହନ କାର୍ଯ୍ୟାଳୟରେ ହେଉଥିବା ଭିଡ଼ରୁ ସ୍ପଷ୍ଟ ହେଉଛି। କିନ୍ତୁ ରାଜ୍ୟ ସରକାର ଜରିମାନା ପରିମାଣ ହ୍ରାସ କରିବାକୁ ବିଚାର କରୁଛନ୍ତି। ଗୁଜରାଟ ସରକାରଙ୍କ ଭଳି ମୋଟର ଯାନ ଜରିମାନା ପାଖାପାଖି ଅଧା ହ୍ରାସ କରିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୋଟର ଯାନ ଆଇନ କାର୍ଯ୍ୟକାରିତାକୁ ନେଇ ଅନ୍ୟ ରାଜ୍ୟଗୁଡ଼ିକର ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ସେମାନଙ୍କ ଗେଜେଟ ନୋଟିଫିକେଶନଗୁଡିକୁ ଅନୁଧ୍ୟାନ କରାଯିବା ପରେ ଜରିମାନା ରାଶି କମାଇବା ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧କୁ ସଚିବ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ଡ୍ରାଇଭିଂ ଲାଇସେନ୍ସ, ଲର୍ନିଂ ଲାଇସେନ୍ସ ଆଦି ଦେବାକୁ କି ବ୍ୟବସ୍ଥା କରାଯାଇଛି ସେସବୁର ଅନୁଧ୍ୟାନ କରିଥିଲେ। ଲୋକମାନଙ୍କୁ ଗାଡି କାଗଜପତ୍ର ଯୋଗାଇ ଦେବାକୁ ପରିବହନ କାର୍ଯ୍ୟାଳୟରେ ଅଧିକ କାଉଣ୍ଟର ଖୋଲିବାକୁ ସେ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri