Posted inଖେଳ

ଟୋକିଓ ଅଲିମ୍ପିକ୍ସ ଯଥା ସମୟରେ ହେବ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪ା୩ (ଏଏଫ୍‌ପି): ସମଗ୍ର ବିଶ୍ୱରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଥିବାରେ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ। ଶନିବାର ଏହା ଦୃଢତାର ସହିତ କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ। କରୋନା ଭାଇରସ ଦ୍ୱାରା ଇତିମଧ୍ୟରେ ୧୪୦,୦୦୦ ଲୋକ ସଂକ୍ରମିତ ହୋଇ ସାରିଛନ୍ତି। ବିଶ୍ୱବ୍ୟାପୀ ୫,୪୦୦ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏହା ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସ ଜୁଲାଇରେ ହେବ ବୋଲି ଆବେ ବଡ଼ ଦମ୍ଭରେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗେମ୍ସକୁ ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବା ଉଚିତ୍‌ ହେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେବାର ଦୁଇ ଦିନ ପରେ ଜାପାନ ପ୍ରଧାନମନ୍ତ୍ରୀ ଏକଥା ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସମେତ ସମ୍ପୃକ୍ତ ଅଫିସିଆଲମାନଙ୍କ ସହିତ ଆମେ ଯୋଗାଯୋଗରେ ରହିଛୁ। ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଛି। ଗେମ୍ସକୁ ସ୍ଥଗିତ ରଖିବା କିମ୍ବା ଲହାକୁ ବାତିଲ କରିବା କୌଣସି ଯୋଜନା ନାହିଁ ବୋଲି ଆବେ ଖବରଦାତାମାନଙ୍କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ଆଶଙ୍କା କରି ଇତିମଧ୍ୟରେ ଇଂଲିିଶ ପ୍ରିମିୟର ଲିଗ୍‌, ଆମେରିକାର ଏନବିଏ ବାସ୍କେଟବଲ ସିଜନ ଏବଂ ଅଗଷ୍ଟା ମାଷ୍ଟର୍ସ ଗଲଫ୍‌ ଟୁର୍ନାମେଣ୍ଟ ସମେତ କେତେକ ଇଭଣ୍ଟେକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆବେ ଶୁକ୍ରବାର ଟେଲିଫୋନ୍‌ ଯୋଗେ ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଗେମ୍ସ ସ୍ଥଗିତ ରଖାଯିବା ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିଲା। ବରଂ ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଜାପାନ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଦୁଇ ରାଷ୍ଟ୍ରମୁଖ୍ୟ ସହମତି ହୋଇଥିଲେ। ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରାଯିବା ସମ୍ପର୍କରେ ଜାପାନିଜ ପାର୍ଲାମେଣ୍ଟ ଶୁକ୍ରବାର ଆବେଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଜରୁରିକାଳୀନ ପରିସ୍ଥିତି ଜାରି କରିବା ଆବଶ୍ୟକତା ଅନୁଭବ କରାଯାଉ ନାହିଁ ବୋଲି ଆବେ କହିିଛନ୍ତି। ଖବର ଅନୁସାରେ ସମଗ୍ର ଜାପାନରେ ୭୦୦ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ୨୧ଜଣ ପ୍ରାଣ ହରାଇ ସାରିଲେଣି। ଦେଶରେ ଯଦି ଜରୁରିକାଳୀନ ପରିସ୍ଥିତି ଜାରି କରାଯାଏ ତେବେ ଲୋକମାନଙ୍କୁ ଘରୁ ନ ବାହାରିବା ଲାଗି ସ୍ଥାନୀୟ ସରକାର କଟକଣା ଜାରି କରିପାରନ୍ତି। ସ୍କୁଲ, କଲେଜ ଛୁଟି କରିଦେଇ ପାରନ୍ତି। ସର୍ବସାଧାରଣ ସ୍ଥାନକୁ ଯଥା ସମ୍ଭବ କମ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ଆଇଓସି ମୁଖ୍ୟ ଥୋମାସ ବ୍ୟାକ୍‌ ଜର୍ମାନ ଟେଲିଭିଜନ ବ୍ରଡକାଷ୍ଟରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଆମେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକୁ ମାନ କାର୍ଯ୍ୟ କରିବୁ ବୋଲି କହିଥିବା ବେଳେ ଗେମ୍ସର ସଫଳ ଆୟୋଜନ ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ପ୍ରକାରାନ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri