Posted inଖେଳ

ଟେବୁଲ ଟେନିସ: ମନିକାଙ୍କ ଲଢ଼ୁଆ ପ୍ରଦର୍ଶନ

ଟୋକିଓ, ୨୬।୭(ପି.ଟି.)- ଚଳିତ ଅଲିମ୍ପିକ୍ସରେ ଭାରତର ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରା ଲଢ଼ୁଆ ପ୍ରଦର୍ଶନ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ସେ ବିଶ୍ୱର ୩୨ ନମ୍ବର ଖେଳାଳି ମାର୍ଗାରେଟା ପେସୋସ୍କାଙ୍କୁ ପରାସ୍ତ କରିଛନ୍ତି। ତେବେ ଜି. ସାଥିଆଁ ନିଜ ଅଲିମ୍ପିକ୍‌ ଡେବ୍ୟୁରେ ଚାପ ପରିସ୍ଥିତିକୁ ମୁକାବିଲା କରି ନ ପାରି ପୁରୁଷ ସିଙ୍ଗଲ୍ସରୁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ୨୬ତମ ସିଡ୍‌ ସାଥିଆଁ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱ ୯୪ ନମ୍ବର ଖେଳାଳି ହଂକଂର ସିଉ ହାଙ୍ଗ ଲାମଙ୍କୁ ହରାଇ ଦେବେ ବୋଲି ଆଶା କରାଯାଉଥିଲା। ମାତ୍ର ତାହା ସମ୍ଭବ ହୋଇ ନ ଥିଲା। ୩୮ ର଼୍ୟାଙ୍କ୍‌ପ୍ରାପ୍ତ ସାଥିଆଁ ଏକଦା ୩-୧ରେ ଆଗୁଆ ରହି ନିଜର ସ୍ଥିତିକୁ ଦୃଢ଼ କରିଥିଲେ। ମାତ୍ର ପରେ କ୍ରମାଗତ ୪ ମ୍ୟାଚ ହାରି ନିଜଠାରୁ ଲୋ ର଼୍ୟାଙ୍କ୍‌ପ୍ରାପ୍ତ ଖେଳାଳିଙ୍କଠାରୁ ହାର ମାନିଥିଲେ। ତେବେ ୯୪ ର଼୍ୟାଙ୍କ୍‌ପ୍ରାପ୍ତ ମନିକାଙ୍କ କ୍ଷେତ୍ରରେ ଏହାର ବିପରୀତ ଫଳାଫଳ ଦେଖିବାକୁ ମିଳିଥିଲା। ପ୍ରଥମ ୨ ଗେମ୍‌ରେ ପରାଜିତ ହେବା ସତ୍ତ୍ୱେ ସେ ମନୋବଳ ନ ହରାଇ ତାଙ୍କଠାରୁ ବହୁ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ। ୫୭ ମିନିଟ ଧରି ଚାଲିଥିବା ମ୍ୟାଚ୍‌ରେ ମନିକା ୪-୧୧, ୪-୧୧, ୧୧-୭, ୧୨-୧୦, ୮-୧୧, ୧୧-୫, ୧୧-୭ ପଏଣ୍ଟରେ ବିଜୟୀ ହୋଇଥିଲେ। ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିବାକୁ ହେଲେ ମନିକାଙ୍କୁ ସୋମବାର ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କୁ ହରାଇବାକୁ ପଡ଼ିବ। ମନିକା ଯଦି ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି ତେବେ ନିଜର ଦ୍ୱିତୀୟ ଅଲିମ୍ପିକ୍ସକୁ ସେ ଅଧିକ ସ୍ମରଣୀୟ କରିପାରିବେ।
ପ୍ରଥମ ରାଉଣ୍ଡ ପରି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ମନିକା ନିଜ କର୍ନରରେ ଜାତୀୟ କୋଚ୍‌ଙ୍କ ସହାୟତା ନେଇ ନ ଥିଲେ। ତେବେ ତାଙ୍କ ବ୍ୟକ୍ତିଗତ କୋଚ୍‌ ସନ୍ମୟ ପାରାଞ୍ଜାପେଙ୍କୁ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା। ପୂରା ଗେମ୍‌ରେ ସେ ଯେପରି ଲଢ଼େଇ କରିଥିଲେ ସେଥିରୁ ତାଙ୍କ ଆତ୍ମବିଶ୍ୱାସ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ତେଣୁ କୋର୍ଟ ସାଇଡ୍‌ରୁ ସମର୍ଥନ ଆବଶ୍ୟକ ପଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?