ଟିପ ମାରି ଉଠାଇନେଲେ ଟଙ୍କା

ପରଜଙ୍ଗ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତରେ ଥିବା ଗ୍ରାହକ ସେବା କେନ୍ଦ୍ର (କିଓସ୍କ)ରେ ବ୍ୟାପକ ଅର୍ଥ ହେରଫେର ହୋଇଛି। ନକଲି ଟିପଚିହ୍ନରେ ଶାଖା ପରିଚାଳକ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଣେ ହିତାଧିକାରୀ ଥାନାରେ ଏତଲା ଦେଇଛନ୍ତି। କିଓସ୍କରେ ଏପରି ଠକେଇ ବ୍ଲକରେ ପ୍ରଥମ ବୋଲି କୁହାଯାଉଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ସରାଙ୍ଗସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଶାଖା ପକ୍ଷରୁ ପିତିରି ପଞ୍ଚାୟତରେ ଖୋଲାଯାଇଛି କିଓସ୍କ ବ୍ରାଞ୍ଚ। ଉକ୍ତ ଶାଖାରେ କୁଲେଇ ଗ୍ରାମର ସତ୍ୟଭାମା ଜେଠୀ ବ୍ୟାଙ୍କ ଆକାଉଣ୍ଟ (ନଂ. ୩୭୦୭୮୩୮୫୫୫୫) ଖୋଲିଥିଲେ। ମଣ୍ଡିରେ ବିକ୍ରି କରିଥିବା ଧାନ ବାବଦ ଟଙ୍କା ଆସିଛି କି ନାହିଁ ଜାଣିବାକୁ ତାଙ୍କ ପୁଅ ସୋମବାର ଖାତା ଅପ୍‌ଡେଟ୍‌ କରିଥିଲେ। ଖାତାକୁ ୯୦ ହଜାର ଟଙ୍କା ଆସିଥିବା ଜଣାପଡ଼ିଥିଲା। ହେଲେ ୨୦୨୦ ଫେବୃୟାରୀ ୨୮ରେ ଉକ୍ତ ଜମାଖାତାରୁ ୧୦ ହଜାର ଟଙ୍କା ଉଠାଯାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଉକ୍ତ ଦିନ ମା’ ସତ୍ୟଭାମା ଟଙ୍କା ଉଠାଇ ନ ଥିଲେ। ଏ ନେଇ ସେ ଶାଖା ପରିଚାଳକ ଗଙ୍ଗାଧର ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ ଶାଖା ପରିଚାଳକ ନକଲି ଟିପ ଚିହ୍ନ ମାରି ଟଙ୍କା ଉଠାଇଥିବା ସ୍ବୀକାର କରିଥିଲେ ଏବଂ ଉଠାଇଥିବା ୧୦ ହଜାର ଟଙ୍କା ଫେରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣା ବାହାରେ ପ୍ରଘଟ ନ କରିବାକୁ ଅନୁରୋଧ କରିଥିଲେ। କେବଳ ସତ୍ୟାଭାମା ନୁହନ୍ତି, ଏପରି ୨୦ ଊର୍ଦ୍ଧ୍ୱ ଜମାକାରୀ ସମାନ ଅଭିଯୋଗ ଆଣିଛନ୍ତି। ଫଳରେ ଶାଖା ପରିଚାଳକଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।
ଏ ନେଇ ସତ୍ୟଭାମା କୁହନ୍ତି, ଶାଖା ପରିଚାଳକ ଚତୁରତାର ସହ ନିଜର ଟିପଚିହ୍ନ ଦେଇ ଆକାଉଣ୍ଟ ଖୋଲି ଦେଇଛନ୍ତି। ସେ ତାଙ୍କ ଟିପ ଚିହ୍ନ ବ୍ୟବହାର କରି ଟଙ୍କା ହେର୍‌ଫେର କରୁଛନ୍ତି। ଅଭିଯୁକ୍ତଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା ସତ୍ୟଭାମା ସୂଚନା ଦେଇଛନ୍ତି। ଶାଖା ପରିଚାଳକ ଗଙ୍ଗାଧର ଅଭିଯୋଗକୁ ସ୍ବୀକାର କରିଛନ୍ତି।

ଅସୁରକ୍ଷିତ ଜମାପୁଞ୍ଜି

ଗ୍ରାମାଞ୍ଚଳର ଲୋକଙ୍କୁ ହାତପାହାନ୍ତାରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗାଇଡ୍‌ ଲାଇନ ଅନୁଯାୟୀ ଖୋଲାଯାଇଛି ଗ୍ରାହକ ସେବା କେନ୍ଦ୍ର (କିଓସ୍କ)। ଜଣେ ଜମାକାରୀ ସୁବିଧାରେ ଏଠାରେ ଖାତା ଖୋଲିପାରିବ। ଆର୍ଥିକ ନେଣଦେଣ ମଧ୍ୟ କରିପାରିବ। ହେଲେ ପିତିରି କିଓସ୍କରେ ଆର୍ଥିକ ଅନିୟମିତତା ଘଟଣା ପଦାକୁ ଆସିବା ପରେ ଗ୍ରାହକ ସେବାକେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ନୁହେଁ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ କେତେଜଣ ଜମାକାରୀ କହିଛନ୍ତି, ବ୍ୟାଙ୍କରେ ସିଧାସଳଖ ଖାତା ଖୋଲିବାକୁ ଗଲେ ଗ୍ରାହକ ସେବାକେନ୍ଦ୍ରକୁ ପଠାଇ ଦିଆଯାଉଛି। ହେଲେ ଜମାକାରୀ ଟଙ୍କା କେତେ ସୁରକ୍ଷିତ ତାହା ମୁଖ୍ୟ ଶାଖା ପକ୍ଷରୁ ତଦାରଖ କରାଯାଉ ନାହିଁ। ଫଳରେ ଜମାକାରୀ ଠକେଇର ଶିକାର ହେଉଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?