ଟିପ ମାରି ଉଠାଇନେଲେ ଟଙ୍କା

ପରଜଙ୍ଗ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତରେ ଥିବା ଗ୍ରାହକ ସେବା କେନ୍ଦ୍ର (କିଓସ୍କ)ରେ ବ୍ୟାପକ ଅର୍ଥ ହେରଫେର ହୋଇଛି। ନକଲି ଟିପଚିହ୍ନରେ ଶାଖା ପରିଚାଳକ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଣେ ହିତାଧିକାରୀ ଥାନାରେ ଏତଲା ଦେଇଛନ୍ତି। କିଓସ୍କରେ ଏପରି ଠକେଇ ବ୍ଲକରେ ପ୍ରଥମ ବୋଲି କୁହାଯାଉଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ସରାଙ୍ଗସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଶାଖା ପକ୍ଷରୁ ପିତିରି ପଞ୍ଚାୟତରେ ଖୋଲାଯାଇଛି କିଓସ୍କ ବ୍ରାଞ୍ଚ। ଉକ୍ତ ଶାଖାରେ କୁଲେଇ ଗ୍ରାମର ସତ୍ୟଭାମା ଜେଠୀ ବ୍ୟାଙ୍କ ଆକାଉଣ୍ଟ (ନଂ. ୩୭୦୭୮୩୮୫୫୫୫) ଖୋଲିଥିଲେ। ମଣ୍ଡିରେ ବିକ୍ରି କରିଥିବା ଧାନ ବାବଦ ଟଙ୍କା ଆସିଛି କି ନାହିଁ ଜାଣିବାକୁ ତାଙ୍କ ପୁଅ ସୋମବାର ଖାତା ଅପ୍‌ଡେଟ୍‌ କରିଥିଲେ। ଖାତାକୁ ୯୦ ହଜାର ଟଙ୍କା ଆସିଥିବା ଜଣାପଡ଼ିଥିଲା। ହେଲେ ୨୦୨୦ ଫେବୃୟାରୀ ୨୮ରେ ଉକ୍ତ ଜମାଖାତାରୁ ୧୦ ହଜାର ଟଙ୍କା ଉଠାଯାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଉକ୍ତ ଦିନ ମା’ ସତ୍ୟଭାମା ଟଙ୍କା ଉଠାଇ ନ ଥିଲେ। ଏ ନେଇ ସେ ଶାଖା ପରିଚାଳକ ଗଙ୍ଗାଧର ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ ଶାଖା ପରିଚାଳକ ନକଲି ଟିପ ଚିହ୍ନ ମାରି ଟଙ୍କା ଉଠାଇଥିବା ସ୍ବୀକାର କରିଥିଲେ ଏବଂ ଉଠାଇଥିବା ୧୦ ହଜାର ଟଙ୍କା ଫେରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣା ବାହାରେ ପ୍ରଘଟ ନ କରିବାକୁ ଅନୁରୋଧ କରିଥିଲେ। କେବଳ ସତ୍ୟାଭାମା ନୁହନ୍ତି, ଏପରି ୨୦ ଊର୍ଦ୍ଧ୍ୱ ଜମାକାରୀ ସମାନ ଅଭିଯୋଗ ଆଣିଛନ୍ତି। ଫଳରେ ଶାଖା ପରିଚାଳକଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।
ଏ ନେଇ ସତ୍ୟଭାମା କୁହନ୍ତି, ଶାଖା ପରିଚାଳକ ଚତୁରତାର ସହ ନିଜର ଟିପଚିହ୍ନ ଦେଇ ଆକାଉଣ୍ଟ ଖୋଲି ଦେଇଛନ୍ତି। ସେ ତାଙ୍କ ଟିପ ଚିହ୍ନ ବ୍ୟବହାର କରି ଟଙ୍କା ହେର୍‌ଫେର କରୁଛନ୍ତି। ଅଭିଯୁକ୍ତଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା ସତ୍ୟଭାମା ସୂଚନା ଦେଇଛନ୍ତି। ଶାଖା ପରିଚାଳକ ଗଙ୍ଗାଧର ଅଭିଯୋଗକୁ ସ୍ବୀକାର କରିଛନ୍ତି।

ଅସୁରକ୍ଷିତ ଜମାପୁଞ୍ଜି

ଗ୍ରାମାଞ୍ଚଳର ଲୋକଙ୍କୁ ହାତପାହାନ୍ତାରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗାଇଡ୍‌ ଲାଇନ ଅନୁଯାୟୀ ଖୋଲାଯାଇଛି ଗ୍ରାହକ ସେବା କେନ୍ଦ୍ର (କିଓସ୍କ)। ଜଣେ ଜମାକାରୀ ସୁବିଧାରେ ଏଠାରେ ଖାତା ଖୋଲିପାରିବ। ଆର୍ଥିକ ନେଣଦେଣ ମଧ୍ୟ କରିପାରିବ। ହେଲେ ପିତିରି କିଓସ୍କରେ ଆର୍ଥିକ ଅନିୟମିତତା ଘଟଣା ପଦାକୁ ଆସିବା ପରେ ଗ୍ରାହକ ସେବାକେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ନୁହେଁ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ କେତେଜଣ ଜମାକାରୀ କହିଛନ୍ତି, ବ୍ୟାଙ୍କରେ ସିଧାସଳଖ ଖାତା ଖୋଲିବାକୁ ଗଲେ ଗ୍ରାହକ ସେବାକେନ୍ଦ୍ରକୁ ପଠାଇ ଦିଆଯାଉଛି। ହେଲେ ଜମାକାରୀ ଟଙ୍କା କେତେ ସୁରକ୍ଷିତ ତାହା ମୁଖ୍ୟ ଶାଖା ପକ୍ଷରୁ ତଦାରଖ କରାଯାଉ ନାହିଁ। ଫଳରେ ଜମାକାରୀ ଠକେଇର ଶିକାର ହେଉଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri