ଟିକସ ବିଶାରଦରୁ ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ତଥା ରାଜନେତା ମିଖାଇଲ ମିଶୁଷ୍ଟିିନ ନିକଟରେ ରୁଷିଆର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିତ୍ବାବେଳେ ମିଶୁଷ୍ଟିିନଙ୍କୁ ଦିଆଯାଇଥିତ୍ବା ଏହି ଗୁରୁଦାୟିତ୍ୱ ଉପରେ ଦେଶ ଭରସା କରିବା ସ୍ବାଭାବିକ। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ତାଙ୍କ ଉପରେ ଅସ୍ଥା ପ୍ରକଟ କରିଛନ୍ତି। ରୁଷିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡ୍‌ଭେଡେଭ୍‌ ୧୫ ଜାନୁୟାରୀ,୨୦୨୦ରେ ଇସ୍ତଫା ଦେବା ପରେ ପୁଟିନ ସେହିଦିନ ମିଶୁଷ୍ଟିିନଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ଓ ତା ’ପରଦିନ ସେ ଷ୍ଟେଟ୍‌ ଡୁମା ଦ୍ୱାରା ସର୍ବସମ୍ମତିକ୍ରମେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ।
ମିଶୁଷ୍ଟିିନ ରୁଷିଆର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଫେଡେରାଲ ଟ୍ୟାକ୍ସ ସର୍ଭିସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରେ ସେ ଷ୍ଟାଙ୍କିନ୍‌ରୁ ମେଜରିଂ ଇନ୍‌ ସିଷ୍ଟମ୍‌ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ୧୯୯୨ରେ ସେଠାରୁ ସ୍ନତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ମିଶୁଷ୍ଟିିନ ଏକ ଟେଷ୍ଟ୍‌ ଲାବରେଟୋରି ଫ୍ୟାସିଲିଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୨ରେ ଅନ୍ତର୍ଜାତୀୟ କମ୍ପ୍ୟୁଟର କ୍ଲବ୍‌ରେ ଯୋଗଦେଇ ସେଠାରେ ରୁଷିଆ ଓ ପାଶ୍ଚାତ୍ୟ ଯୋଗାଯୋଗ ଜ୍ଞାନକୌଶଳର ଏକୀକରଣ ସୁବିଧା ଲାଗି କାର୍ଯ୍ୟ କରି ସମୟକ୍ରମେ ସେହି ସଂସ୍ଥାର ମୁଖ୍ୟ ହୋଇପାରିଥିଲେ। ୧୯୯୮ରେ ଷ୍ଟେଟ ସର୍ଭିସର ଇନ୍‌ଫର୍ମେଶନ ସିଷ୍ଟମ୍‌ରେ ସହଯୋଗୀ ଭାବେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୪ ଯାଏ ସେ ଡେପୁଟି ଟ୍ୟାକ୍ସ ମିନିଷ୍ଟର ଭାବେ ଦାୟିତ୍ୱ ନେଇ ଷ୍ଟେଟ୍‌ ଟ୍ୟାକ୍ସ ସର୍ଭିସରେ ଦ୍ୱିତୀୟ ମୁଖ୍ୟ ହୋଇଥିଲେ। ସେ ଏହି ସମୟରେ ରୁଷିଆର ଆର୍ଥିକ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଫେଡେରାଲ ଏଜେନ୍ସି ଫର୍‌ ରୟଲ ଇଷ୍ଟେଟ୍‌ କାଡାଷ୍ଟ୍ରେର ମୁଖ୍ୟ ଭାବେ ଦାୟିତ୍ୱ ନର୍ବାହ କରିବା ସହ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳର ପରିଚାଳନା ଲାଗି ଫେଡେରାଲ ଏଜେନ୍ସିର ମୁଖ୍ୟ ମଧ୍ୟ ହୋଇପାରିଥିଲେ। ୨୦୦୮ରେ ମିଶୁଷ୍ଟିିନ ପ୍ରଶାସନିକ ସେବା ଛାଡି ଘରୋଇ କ୍ଷେତ୍ରକୁ ପ୍ରବେଶ କରିବା ପରେ ଦୁଇବର୍ଷ ଲାଗି ୟୁଏଫ୍‌ଜି ଆସେଟ ମ୍ୟାନେଜମେଣ୍ଟ ନାମକ ଏକ ପୁଞ୍ଜିନିବେଶ ଫଣ୍ଡର ସଭାପତି ପଦ ଅଳଂକୃତ କରିଥିଲେ । ଫେଡେରାଲ ଟ୍ୟାକ୍ସ ସର୍ଭିସ(ଏଫଟିଏସ୍‌)ର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଯାଏ ସେ ଏହି ପଦବୀରେ ରହିଥିଲେ। ଏହାପରେ ମିଶୁଷ୍ଟିିନ ଫେବୃୟାରୀ ୨୦୦୯ରେ ରାଷ୍ଟ୍ରପତିଙ୍କ ପର୍ସନାଲ ରିଜର୍ଭ ଭାବେ ଯୋଗ ଦେଇଥିଲେ। ୨୦୧୦ରେ ସେ ଫେଡେରାଲ ଟ୍ୟାକ୍ସ ସର୍ଭିସର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ମିଶୁଷ୍ଟିିନ ଯେହେତୁ ବିଜ୍‌ନେସ ଧାରା ଦେଇ ଆସିଥିଲେ ସେଥିଲାଗି ତାଙ୍କ ଉପରେ ଶିଳ୍ପପତିଙ୍କର ଆଶାସଂଚାର ହୋଇଥିଲା। ଏହି ପଦବୀରେ ରହିବା ପରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଣେ କୁଶଳୀ ଟେକ୍ନୋକ୍ରାଟ ଭାବେ ଏବଂ ଟିକସ ସରଳୀକରଣ ତଥା ବୈଦ୍ୟୁତିକ ଟିକସସେବା ଲାଗି ତାଙ୍କ ଖ୍ୟାତି ଢ଼େର ବଢିଯାଇଥିଲା। ଏହି ସମୟରେ ‘ଡାର୍ଟି ଡାଟା’ ଓ ଅନୁଚିତ ଭାଟ୍‌ ଫେରସ୍ତ ଉପରେ ପଦକ୍ଷେପ ଗ୍ରହଣ କରିବା ତାଙ୍କ କାର୍ଯ୍ୟକାଳର ଉଲ୍ଲେଖନୀୟ ଘଟଣା। ସେ ଡିଜିଟାଇଜେଶନ ଓ ‘ବିଗ୍‌ ଡାଟା’ ଉପରେ ବି ଗୁରୁତ୍ୱ ଦେଇଥିତ୍ଲେ। ଅନ୍‌ଲାଇନ କ୍ୟାଶ୍‌ ରେଜିଷ୍ଟର ପଦ୍ଧତି ଲାଗୁ କରାଇବା ଥିଲା ତାଙ୍କ ଦକ୍ଷତାର ପରିଚୟ। ଟ୍ୟାକ୍ସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ସେ ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ମଧ୍ୟ ଲାଗୁ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାଟ୍‌ ଗ୍ୟାପ ୨୦ ପ୍ରତିଶତରୁ ହ୍ରାସ ପାଇ ୧ ପ୍ରତିଶତରୁ କମ୍‌ ହୋଇପାରିଥିଲା। ଏହା ଥିଲା ଦେଶର ଅର୍ଥନୈତିକ ଅବସ୍ଥାରେ ସୁଧାର ଆଣିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯାହା ତାଙ୍କ ସଫଳ ନେତୃତ୍ୱର ପରିଚୟ ପ୍ରଦାନ କରିଥିଲା।
ସେ ୩ ଜାନୁୟାରୀ ୧୯୬୬ରେ ମସ୍କୋ ନିକଟସ୍ଥ ଲୋବନିୟା ସହରରେ ଜନ୍ମକ୍‌ଗ୍ରହଣ କରିଥିଲେ। ତାଙ୍କ ପିତା ଭ୍ଲାଦିମିର ମିଶୁଟିନ ରୁଷୀୟ ଓ ମା’ ଲୁଇସ ଥିଲେ ଜଣେ ଆମେରିକୀୟ। ମିଶୁଷ୍ଟିିନଙ୍କ ସ୍ତ୍ରୀଙ୍କ ନାମ ଭ୍ଲାଡଲେନା ୟୁର୍‌ବନା ମିଶୁଷ୍ଟିନ୍‌ ଓ ତାଙ୍କର ତିନି ପୁଅ ଅଛନ୍ତି। ସେ କେବଳ ରାଜନୀତି ନୁହେଁ ଆଇସ୍‌ ହକି ମଧ୍ୟ ଖେଳନ୍ତି। ଖେଳ ଦେଖିବାକୁ ଭାରି ଭଲ ପାଉଥିବା ମିଶୁଷ୍ଟିିନ ଏଚ୍‌ସିସିଏସ୍‌କେଏ ମସ୍କୋ ପର୍ଯ୍ୟବେକ୍ଷକ ବୋର୍ଡର ସଦସ୍ୟ ରହିଛନ୍ତି। ସେ ଖେଳପ୍ରିୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପୁଟିନଙ୍କର ଅଧିକ ନିକଟତର ହୋଇପାରିଥିଲେ। କେବଳ ଏତିକି ନୁହେଁ ମିଶୁଷ୍ଟିିନ ଜଣେ ସୌଖୀନ ସଙ୍ଗୀତକାର। ସେ ପପ୍‌ ସଙ୍ଗୀତ ମଧ୍ୟ ଲେଖିଛନ୍ତି। ଏମିତିକି ଗାୟକ ଗ୍ରିଗୋରି ଲେପ୍ସଙ୍କ ପାଇଁ ସଙ୍ଗୀତ ଦେଇଛନ୍ତି। ପେଣ୍ଟଂ ପ୍ରତି ମଧ୍ୟ ତାଙ୍କର ଦୁର୍ବଳତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?