Posted inଜାତୀୟ

ଟାଇମ୍ସ ହାୟର ଏଜୁକେଶନ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌:ଶ୍ରେଷ୍ଠ ୩୦୦ରେ ଭାରତର ସ୍ଥାନ ନାହିଁ

ନୂଆଦିଲ୍ଲୀ, ୧୩-୯ (ପି.ଟି.):ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ କେତେ ଆଗୁଆ ତାହା ସଦ୍ୟ ପ୍ରକାଶିତ ଟାଇମ୍ସ ହାୟର ଏଜୁକେଶନ ୟୁନିଭର୍ସିିଟି ର଼୍ୟାଙ୍କିଙ୍ଗ୍‌ରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ ୩୦୦ ର଼୍ୟାଙ୍କ ମଧ୍ୟରେ ଭାରତର କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି। ୨୦୧୨ ପରଠାରୁ ପ୍ରଥମ ଥର ଲାଗି ଭାରତର କୌଣସି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୩୦୦ ର଼୍ୟାଙ୍କରେ ସ୍ଥାନ ପାଇ ନ ଥିବା ଜଣାପଡ଼ିଛି। ତେବେ ଶ୍ରେଷ୍ଠ ୫୦୦ ମଧ୍ୟରେ ଭାରତର ୫ ଆଇଆଇଟି, ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଆଇଆଇଟି ରୋପଡ୍‌, ଆଇଆଇଟି ଇନ୍ଦୋର, ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇଟି ଖଡ଼ଗପୁର ସହ ବାଙ୍ଗାଲୋର ଆଇଆଇଏସ୍‌ସି ଭାରତର ଉଚ୍ଚଶିକ୍ଷା କ୍ଷେତ୍ରକୁ ପ୍ରଶସ୍ତ କରିଛନ୍ତି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ୍‌ ନିଶଙ୍କ ଟୁଇଟ୍‌ କରି ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ଆଇଆଇଟି ଗାନ୍ଧୀନଗର ଶ୍ରେଷ୍ଠ ୬୦୦ରେ ସ୍ଥାନ ପାଇଛି।
ଭାରତରେ ଅନେକ ଦକ୍ଷତାସମ୍ପନ୍ନ ପ୍ରତିଭା ରହିଛନ୍ତି। ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କଲାଭଳି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀମାନେ ଢେର୍‌ ଆଗୁଆ ରହିବା ସହ ଗବେଷଣାକୁ ଗୁରୁତ୍ୱ ଦେଉଛନ୍ତି। ଭାରତରେ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଶ୍ରେଷ୍ଠ ୩୦୦ରେ ସ୍ଥାନ ନ ମିଳିବା ପରିତାପର ବିଷୟ ବୋଲି ର଼୍ୟାଙ୍କିଙ୍ଗ୍‌ ଏଡିଟର ଇଲି ବୋଥ୍‌ଓ୍ବେଲ ପ୍ରକାଶ କରିଛନ୍ତି। ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସ୍‌ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ସମ୍ମାନଜନକ ଶିକ୍ଷା ର଼୍ୟାଙ୍କିଙ୍ଗ୍‌ଭାବେ ଜଣାଶୁଣା। ବିଶ୍ୱର ୯୨ ଦେଶର ୧,୩୯୬ ଉଚ୍ଚ ଶିକ୍ଷାନୁଷ୍ଠାନର ର଼୍ୟାଙ୍କ ଏହା ପ୍ରସ୍ତୁତ କରିଥାଏ। ଏଥିରେ ଶିକ୍ଷାଦାନ, ଗବେଷଣା, ଜ୍ଞାନ ସ୍ଥାନାନ୍ତରଣ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ସହ ବିଭିନ୍ନ ୧୩ଟି କ୍ଷେତ୍ରରେ ଉଚ୍ଚତର ଗବେଷଣାକୁ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ବର୍ଷ ମଧ୍ୟ ଅକ୍ସଫୋର୍ଡ ୟୁନିଭର୍ସିଟି ଲଗାତର ଚତୁର୍ଥ ଥର ଲାଗି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାରେ ସଫଳ ହୋଇଛି। ଆମେରିକାର ୬୦ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୨୦୦ରେ ସ୍ଥାନ ପାଇଥିବାବେଳେ କାଲିଫର୍ନିିଆର ୧୦ ଏଥିରେ ଅଛନ୍ତି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିବାବେଳେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଯାଇଛି। ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମେନ୍‌ଲାଣ୍ଡ ଚାଇନା ସଫଳତା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri