ଟଁକା ଅଭାବୁ ଉଚଶିକ୍ଷାରୁ ବଁଚିତ ସବିତା

ଲାଠୋର, ୨୦।୧୧ (ଡି.ଏନ.ଏ.)- ସରକାର ଶିକ୍ଷାର ବିକାଶ ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଅନେକ୍‌ ଗରିବ୍‌ ଛାତ୍ରୀଛାତ୍ର କଷ୍‌ଟେମଷ୍‌ଟେ ମାଟ୍ରିକ ପାସ୍‌ କଲା ଉତାରୁ ଆଗ୍‌କେ ପଢ଼ବାର ଇଛା ଥିଲେ ବି ଅଭାବ ଅନାଟନ ଲାଗି ପଢ଼ି ନାଇଁ ପାରବାର। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦରରେ।
ସୂଚନା ଅନ୍‌ସାରେ ଲାଠୋର ସଦର ଗଁାର କିଷନ ରଣା(୫୭)। ପରିବାର କହେଲେ ମାଏକିନା ନନ୍ଦ, ଝି’ ସବିତା, ଭୂମିକା ଆର ପୁଓ ଡମ୍ବରୁଧର, ବ୍ରଜକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ସଁପତି ବଲି କିଛି ନାଇଁ, ଦାଦନ ଖଟି ପେଟ୍‌ ପାଲୁଛନ୍‌। ସେନ୍‌ତା ଚଲତି ବଛର ବଡ଼ପୁଓ ଡମ୍ବରୁଧର ଦାଦନ ଖଟି ଯାଇଥିଲାବେଲେ ବାକି ପରିବାର ଲୋକ ଘରେ ଅଛନ୍‌। କିଷନ ଦାଦନ ଖଟି ପଏସେ ଦୁଇପଏସା ଅଗ୍‌ଲେଇ ଛେଲ୍‌ ୧୦ପଟ୍‌ ଘିନିଛନ୍‌। ସେ ଛେଲ୍‌ ବିକାଭଂଗା କରି ଯେନ୍‌ ଦୁଇପଏସା ପାଉଛନ୍‌ ସେଥ୍‌ରେ ତାକର ପିଲାଛୁଆ ପାଠ୍‌ ପଢ଼ୁଛନ୍‌। ହେଲେ ବଡ଼ ଝି’ ସବିତା ୨୦୧୭ ସାଲେ ମାଟ୍ରିକ ପାସ୍‌ କରିଥିଲେ ବି ଟଁକା ପଏସା ଅଭାବୁ କଲେଜ୍‌ର ମାଏଟ୍‌ ମାଡ଼ି ନାଇଁପାରବାର। ଗଲା ୩ ବଛର ହେଲା ସେ ମାଟ୍ରିକ ପାସ କରି ଘରେ ବସି ରହିଛନ୍‌। ସେନ୍‌ତା ସାନ୍‌ ଝି’ ଭୂମିକା ଏହେଦେ ନବମ ଶ୍ରେଣୀରେ ପଢ଼ୁଛନ୍‌। ସେ ଭଲ ପାଠ୍‌ ପଢ଼ୁଥିଲାବେଲେ ଚଲତି ବଛର ସୁରଭି କାଯ୍‌କରମରେ ଜିଲାରେ ପରଥମ ହେଇ ରାଏଜ୍‌ସ୍ତର କାଯ୍‌କରମରେ ଭାଗ ନେଇଥିଲେ। ହେଲେ ଘରେ ଲାଗି ରହିଥିବାର ଅଭାବ ଅନାଟନ ଲାଗି କିଷନ୍‌ ତାହାକୁ ବି ଆଗ୍‌କେ ପଢ଼େଇ ପାରବେ କି ନାଇଁ ଏବ୍‌ଠାନୁ ଚିନ୍‌ତାରେ ପଡ଼ିଥିବାର କହିଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୦ କେ.ଜି. ଚାଉଲ। ପରିବାରଟା ନିହାତି ଗରିବ୍‌ ଆର ଅଭାବ ଅନାଟନରେ ଚଲୁଥିଲାବେଲେ ଆଏଜ୍‌ତକ ଭଲ ଘରଖଁଡ଼େ ନାଇଁ କରିପାରି। କୁଟୁମବସିଆ ଗୁଟେ ମାଏଟ୍‌ ଖପର ଘରେ ମୁଡ଼ ଗୁଁଜିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ କିଷନ ଗଣମାଧ୍ୟମ ଜରିଆରେ ଜିଲା ଆର ଥାନୀଅ ପରଶାସନକେ ଅଧାରୁ ପାଠ୍‌ପଢ଼ା ଛାଡ଼ିଥିବାର ଝି’ ସବିତା ଲାଗି ଉଚ ଶିକ୍ଷାର ବେବସ୍‌ତା କରବାର ସଂଗେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri