ଝାନ୍‌ସୀରେ ବିବାହ ଦେବାକୁ ମା’ବାପା ନେଇଥିଲେ ନିଷ୍ପତ୍ତି: ଘର ଛାଡ଼ିଥିବା ଦୁଇ ନାବାଳିକା ଭଉଣୀ ଉଦ୍ଧାର

ରଣପୁର,୨୯।୯(ସ୍ବ.ପ୍ର.)-ଦୁଇ ନାବାଳିକା ଝିଅଙ୍କୁ ଝାନ୍‌ସୀରେ ବିବାହ ଦେବା ପାଇଁ ମା’ବାପା କଥା ହେଉଥିଲେ। ଏହା ଶୁଣି ଭୟଭୀତ ହୋଇଯାଇଥିଲେ ୨ ଝିଅ। ତେଣୁ ଘର ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଇ ଘରୁ ପଳାଇଥିଲେ ୨ଭଉଣୀ। ବହୁ ଖୋଜାଖୋଜି ପରେ ଦୁଇ ନାବାଳିକା ଭଉଣୀଙ୍କୁ ରଣପୁର ଥାନା ପୋଲିସ ଶୁକ୍ରବାର ସୁନାଖଳାରୁ ଉଦ୍ଧାର କରିଥିଲା । ତେବେ ଉଦ୍ଧାର ଦୁଇ ଭଉଣୀଙ୍କୁ ଘରକୁ ଛଡା ନ ଯାଇ ଶନିବାର ନୟାଗଡ ସେଲ୍‌ଟର ହୋମକୁ ପଠାଯାଇଛି।

ପୋଲିସ ସୂଚନା ଅନୁସାରେ, ବ୍ରଜରାଜପୁର ଅଞ୍ଚଳର ଏକ ଦରିଦ୍ର ପରିବାରର ୧୭ବର୍ଷୀୟା ବଡ଼ ଭଉଣୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଥିବାବେଳେ ୧୫ବର୍ଷୀୟା ସାନ ଭଉଣୀ ଅର୍ଥାଭାବରୁ ମାଟ୍ରିକ ପାସ୍‌ କରି ଘରେ ରହିଥିଲେ । ଦୁଇ ନାବାଳିକା ଝିଅଙ୍କୁ ଅର୍ଥ ବିନିମୟରେ ଝାନ୍‌ସୀରେ ବିବାହ ଦେବା ପାଇଁ ମା’ ବାପା କଥାବାର୍ତ୍ତା ହେଉଥିଲେ । ମା’ ବାପାଙ୍କ କଥା ଶୁଣି ଡରି ଯିବା ସହ ବିତୃଷ୍ଣାଭାବ ପ୍ରକାଶ କରିଥିଲେ ସେମାନେ । ଫଳରେ ଗତ ୨୨ ତାରିଖ ରାତିରେ ଦୁଇ ଭଉଣୀ ଘର ଛାଡିଥିଲେ । ମା’ବାପା ଝିଅ ୨ଜଣଙ୍କୁ ଖୋଜାଖୋଜି କରିବା ପରେ ନ ପାଇବାରୁ ରଣପୁର ଥାନାରେ ଗତ ୨୫ ତାରିଖରେ ଅଭିଯୋଗ କରିଥିଲେ । ଦୁଇ ନାବାଳିକା ଝିଅଙ୍କୁ ଅପହରଣ କରାଯାଇଥିବା ଏତଲାରେ ଦର୍ଶାଇଥିଲେ । ପୋଲିସ ୨୦୦/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ନୟାଗଡ ଏସ୍‌ପି ଶଶିଭୂଷଣ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ରଶ୍ମିରଞ୍ଜନ ଦାସ ଘଟଣାର ତଦନ୍ତ ଚଳାଇଥିଲେ । ପରେ ଆଇଆଇସି ଦାସ, ସବ୍‌ଇନ୍ସପେକ୍ଟର ବିଦିତା ନାୟକଙ୍କ ନେତୃତ୍ୱରେ ଦୁଇ ନାବାଳିକା ଭଉଣୀଙ୍କୁ ସୁନାଖଳାରୁ ଶୁକ୍ରବାର ଉଦ୍ଧାର କରାଯାଇ ଡାକ୍ତରୀ ମାଇନା କରାଯାଇଥିଲା । ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଦୁଇ ଭଉଣୀ ନିଜ ପକ୍ଷ ରଖି ଘରକୁ ଯିବେ ନାହିଁ ବୋଲି କହିଥିଲେ । କୋର୍ଟ ଦୁଇ ଭଉଣୀଙ୍କ କଥାକୁ ଗୁରୁତ୍ୱ ଦେଇ ନୟାଗଡ ସେଲ୍‌ଟର ହୋମକୁ ପଠାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଝାନ୍‌ସୀରେ ଝିଅ ବିଭାଦେଲେ ମିଳୁଛି ଟଙ୍କା
ଝାନ୍‌ସୀରେ ଝିଅ ବିଭା ଦେଲେ ମା’ବାପାଙ୍କୁ ବହୁତ ଟଙ୍କା ମିଳିଥାଏ । ଦୁଇ ନାବାଳିକାଙ୍କ ମା’ବାପା ମଧ୍ୟ ଟଙ୍କା ଲୋଭରେ ଦୁଇ ଝିଅଙ୍କୁ ଝାନ୍‌ସୀରେ ବିବାହ ଦେବାକୁ ସମ୍ମତି ଜଣାଇଥିଲେ । କାରଣ ସେମାନେ ଏକ ଗରିବ ପରିବାର ସଦସ୍ୟ। ରୋଜଗାର ଭଲ ନ ଥିବାରୁ ଦୁଇଓଳି ଖାଇଲେ ଗୋଟିଏ ଓଳି ଉପବାସ ରହିବାକୁ ପଡେ ସେମାନଙ୍କୁ । ଅର୍ଥାଭାବରୁ ସାନ ଝିଅକୁ ପାଠ ପଢ଼େଇ ପାରିଲେ ନାହିଁ । ବଡ ଝିଅକୁ ବହୁ କଷ୍ଟରେ କଲେଜ ପଢ଼ାଉ ଥିଲେ । ଝିଅମାନଙ୍କୁ ବିବାହ ଦେବାକୁ ସେମାନଙ୍କ ପାଖରେ ସମ୍ବଳ ନ ଥିଲା । ବନ୍ଧୁବାନ୍ଧବଙ୍କ ସହଯୋଗ ମଧ୍ୟ ସେଭଳି ମିଳି ନ ଥାନ୍ତା। ଏଣୁ ବିବାହ ବୟସ ପୂର୍ବରୁ ତରବରିଆ ଭାବେ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ସେମାନେ। ଏଥିପାଇଁ ଗଁାର ଏକ ଦଲାଲଙ୍କ ସହ କଥାବାର୍ତ୍ତା ଶେଷ ହୋଇଥିଲା । ଦୁଇ ଝିଅଙ୍କୁ ବିବାହ ଦେଇ ସେଇ ଟଙ୍କାରେ କିଛିଦିନ ଚଳିବାକୁ ନିଷ୍ପତ୍ତି ନେଇଥିଲେ ମା’ବାପା । ଅନ୍ୟପକ୍ଷେ ଝାନ୍‌ସୀରେ ରଣପୁର ଅଞ୍ଚଳର ବହୁ ଝିଅ ବିବାହ କରିଛନ୍ତି। ହେଲେ ସବୁ ଘଟଣା ଲୋକ ଲୋଚନକୁ ଆସିପାରୁନି । ଦାରିଦ୍ୟର ତାଡନା ଯୋଗୁ ଅନେକ ମା’ବାପା ଏପରି ନିଷ୍ପତ୍ତି ନେଉଥିବା ବେଳେ ପରିସ୍ଥିତିରେ ପଡି ବାଧ୍ୟ ହୋଇ ବହୁ ଝିଅ ମା’ବାପାଙ୍କ କଥାକୁ ମୁଣ୍ଡପାତି ସହି ଯାଉଛନ୍ତି । ହେଲେ ସମ୍ପୃକ୍ତ ଦୁଇ ଝିଅ ବିବାହକୁ ପ୍ରତିବାଦ କରିବା ଘଟଣା ସମସ୍ତଙ୍କ ଆଖି ଖୋଲି ଦେଇଛି। ଝିଅମାନଙ୍କୁ ଝାନ୍‌ସୀ ଚାଲାଣ ଘଟଣା ଲୋକଲୋଚନକୁ ଆସିପାରିଛି। ଏ ଦିଗରେ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ପ୍ରଗତିଶୀଳ କୃଷି ଆଲୋଚନାରେ ଜୈବିକ କୃଷି ଉପରେ ଗୁରୁତ୍ୱ

ପାଟଣା,୧୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଜିଲା ପାଟଣା ବ୍ଲକସ୍ତରୀୟ ୨ୟ ବାର୍ଷିକ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଗୁରୁବାର ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଚଳିତ…

ରାଷ୍ଟ୍ରପତି ଭବନରେ ଓଡ଼ିଆ ସଂସ୍କୃତିର ଝଲକ: ଚିରସ୍ରୋତାଙ୍କ ‘ଆହେ ନୀଳ ଶଇଳ’ ନୃତ୍ୟରେ…

ସାକ୍ଷୀଗୋପାଳ,୧୮ା୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପ୍ରତିଟି ଓଡ଼ିଆ ଘରର ପାରମ୍ପରିକ ରଜ ଉତ୍ସବର ମାହୋଲ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଛି। ତିନି ଦିନ ବ୍ୟାପି ରଙ୍ଗାରଙ୍ଗ…

ଚାମେଲି ଓଝାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ବଲାଙ୍ଗୀର ସରପଞ୍ଚ ମହାସଂଘ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୬(ସୁନିଲ କୁମାର ମହାନ୍ତି): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ପ୍ରଦାନ ପାଇଁ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri