Posted inଜାତୀୟ

ଝାଡ଼ଖଣ୍ଡ ଭିଡ଼ହତ୍ୟା ମାମଲା: ୫ ଗିରଫ, ୨ ପୋଲିସ ନିଲମ୍ବିତ

ରାଞ୍ଚତ୍,୨୫।୬: ମୋଟରସାଇକେଲ ଚୋରି ଅଭିଯୋଗରେ ଝାଡଖଣ୍ଡର ଷଢ଼େଇକଳା ଖରସୁଆଁ ଅଞ୍ଚଳରେ ଜଣେ ମୁସଲିମ୍‌ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏହି ସମ୍ବେଦନଶୀଳ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବାବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ପୋଲିସ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣକୁ ପୋଲିସ ଖୋଜୁଛି।
ଗତ ମଙ୍ଗଳବାର ଖରସୁଆଁ ଅନ୍ତର୍ଗତ କଦମଡିହା ଗ୍ରାମର ତବ୍‌ରେଜ୍‌ ଅନ୍‌ସାରୀ (୨୪) ଜାମସେଦ୍‌ପୁରରୁ ସାଙ୍ଗଙ୍କ ସହ ଫେରୁଥିବାବେଳେ ଘରଠାରୁ ୫ କିଲୋମିଟର ଦୂରରେ କେତେଜଣ ଲୋକ ତାଙ୍କୁ ବାଇକ୍‌ ଚୋରି ସନ୍ଦେହରେ ଆକ୍ରମଣ କରିଥିଲେ। ସେମାନେ ତବ୍‌ରେଜ୍‌ଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦୀର୍ଘସମୟ ଧରି ପିଟିବା ସହ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟ କରିଥିଲେ। ସେ ଅଚେତ ହୋଇଯିବାରୁ ଆକ୍ରମଣକାରୀମାନେ ତାଙ୍କୁ ପୋଲିସ ଜିମା ଦେଇଥିଲେ। ପୋଲିସ ୪ ଦିନ ହାଜତରେ ରଖିବା ପରେ ଶନିବାର ତାଙ୍କୁ ହସ୍ପିଟାଲ ଅଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାରର ଆକୁଳ ନିବେଦନ ସତ୍ତ୍ୱେ ପୋଲିସ ତବ୍‌ରେଜ୍‌ଙ୍କ ଚିକିତ୍ସା ବ୍ୟବସ୍ଥା କରି ନ ଥିଲା। ଏପରିକି ପରିବାର ସଦସ୍ୟମାନଙ୍କ ତାଙ୍କ ସହ ଭେଟିବାକୁ ଦେଇ ନ ଥିଲା ପୋଲିସ। ହସ୍ପିଟାଲ ଯିବାର ବହୁ ପୂର୍ବରୁ ତବ୍‌ରେଜ୍‌ଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ସମ୍ପୃକ୍ତ ଆକ୍ରମଣକାରୀ, ପୋଲିସ ଏବଂ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଥିଲା। ମୁସଲମାନ ହୋଇଥିବାରୁ ତବ୍‌ରେଜ୍‌ଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ତ୍ରୀ ଶାହିସ୍ତା ପର୍‌ଭିନ୍‌ କହିଛନ୍ତି।
ଭିଡ଼ ହତ୍ୟାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ନିଜର ତ୍ରୁଟି ସ୍ବୀକାର କରିବା ସହ ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ଦୁଇ ପୋଲିସ ଅଫିସର ଚନ୍ଦ୍ରମୋହନ ଓରାନ୍‌ ଏବଂ ବିପିନ ବିହାରୀଙ୍କୁ ନିଲମ୍ବନ କରାଯାଇଛି। ଭିଡ଼ହତ୍ୟା ଘଟଣାକୁ ରାଜନୈତିକ ରୂପ ନ ଦେବା ଲାଗି ମନ୍ତ୍ରୀ ସି.ପି. ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri