ଝାଉଁ ଜଙ୍ଗଲ ଧରାଶାୟୀ

ଭୋଗରାଇ, ୧୦।୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ବାଲେଶ୍ୱର ଉପକୂଳରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଶନିବାର ସକାଳଠୁ ତୁହାକୁ ତୁହା ଅବିଶ୍ରାନ୍ତ ବର୍ଷା ସହ ବତାଶର ବେଗ ବଢ଼ିଛି। ଘଣ୍ଟାକୁ ୮୦ରୁ ୧୦୦ କି.ମି. ବେଗରେ ପବନ ବୋହିବାରୁ ବହୁ ନଡ଼ା ଛପର ଘର, ବଡ଼ ବଡ଼ ଗଛ ଭାଙ୍ଗି ଧରାଶାୟୀ ହୋଇଛି। ଉତ୍ତରବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତାରେ ‘ବୁଲ୍‌ବୁଲ୍‌’ର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବାଲେଶ୍ୱର ଉପକୂଳ ଉଦୟପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ସମୁଦ୍ରର ଉଚ୍ଚ ଢେଉ କୂଳ ଆଡ଼କୁ ମାଡ଼ି ଆସି ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଛି।
ଦୀଘା ସମୁଦ୍ରକୂଳରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର, କଷାଫଳ ଆଦି ସମୁଦ୍ରକୂଳରେ ଏନଡିଆର୍‌ଏଫ୍‌ ଓ ଓଡ୍ରାଫ ବାହିନୀ ସହ ସମସ୍ତ ମେରାଇନ ଥାନା ପୋଲିସ, ତହସିଲଦାର, ବିଡିଓ, ଜିଲା ପ୍ରଶାସନିକ ଅଧିକାରୀ ବାତ୍ୟା ମୁକାବିଲା ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅଶାନ୍ତ ସମୁଦ୍ରର ଢେଉ ୮ରୁ ୯ ଫୁଟ୍‌ ଉଚ୍ଚରେ ମାଡ଼ି ଆସି କୂଳରେ ମାଡ଼ କରିବାରୁ ସୁବର୍ଣ୍ଣଦୀପ, ଡଗରା ଆଦି ଝାଉଁ ଜଙ୍ଗଲ ଧରାଶାୟୀ ହୋଇଛି। ଘୂର୍ଣ୍ଣିଝଡ଼ରେ ଧାନଚାଷ, ରବି ଫସଲ କିଆରିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବାରୁ ଚାଷୀକୁଳ ମୁଣ୍ଡରେ ହାତଦେଇ ବସିଛନ୍ତି। କୁସୁଡ଼ା ଗ୍ରାମର ସମିତିସଦସ୍ୟ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ଆଜବେଷ୍ଟସ୍‌ ଘର ଉପରେ ବଡ଼ ତେନ୍ତୁଳିଗଛ ପଡ଼ିଯିବାରୁ ଘର ଭାଙ୍ଗି ଧରାଶାୟୀ ହୋଇଛି। ବହୁ ଗରିବ ଲୋକଙ୍କ ମାଟିକାନ୍ଥ, ନଡ଼ାଛପର ଘର ବତାଶ ଓ ବର୍ଷାରେ ଭାଙ୍ଗିଯିବାରୁ ସେମାନେ ବାସହରା ହୋଇଛନ୍ତି। ତାଳସାରୀ ନିକଟସ୍ଥ ହାସିମ୍‌ପୁର ବାତ୍ୟା ଆଶ୍ରୟସ୍ଥଳୀରେ ସୁବର୍ଣ୍ଣଦୀପରୁ ୧୫ଟି ପରିବାରର ୫୦ରୁ ଅଧିକ ଲୋକଙ୍କୁ ରଖାଯାଇ ମାଗଣା ଖାଦ୍ୟ ପ୍ରଶାସନ ପକ୍ଷରୁ ଦିଆଯାଉଛି। କୁସୁଡ଼ା ଗ୍ରାମ ମଧ୍ୟରେ ବହୁ ଘର ଭାଙ୍ଗିଯିବାରୁ ଗ୍ରାମବାସୀ ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେଇଛନ୍ତି। ଶୁକ୍ରବାର ରାତି ୮ଟା ୩୦ମିନିଟ୍‌ ସମୟରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ଭୋଗରାଇ ବିଧାୟକ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri