ଜୁନ୍‌ ୩୦ ଯାଏ ଚାଲିବ ରବିଧାନ ସଂଗ୍ରହ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟର ୧୭ ଜିଲାରେ ଚଳିତ ରବିଧାନ ବିକ୍ରି ନିମନ୍ତେ ମୋଟ ୨ ଲକ୍ଷ ୫୭ ହଜାର ୯୫୬ ଜଣ ଚାଷୀ ଅନ୍‌ଲାଇନ ମାଧ୍ୟମରେ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ୨୦୨୧ ବର୍ଷର ରବିଧାନ ତୁଳନାରେ ୨୦୨୨ ବର୍ଷରେ ଚାଷୀମାନଙ୍କ ନାମ ପଞ୍ଜୀକରଣରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ ରବିଧାନ ସଂଗ୍ରହ ନିମନ୍ତେ ୨ ଲକ୍ଷ ୩୩ ହଜାର ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ପଞ୍ଜୀକୃତ ଚାଷୀମାନେ ଦେଇଥିବା ଜମିଜମାର ରେକର୍ଡ ଓ ବ୍ୟାଙ୍କ ଆକାଉଣ୍ଟ, ଧାନଚାଷ କରିଥିବା ପ୍ରକୃତ ଜମି, ଜଳସେଚିତ ଜମିର ପରିମାଣ ଆଦିର ତଥ୍ୟ ଯାଞ୍ଚ ପରେ ଚାଷୀମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ।

୨୦୨୧-୨୨ ବର୍ଷରେ ଖରିଫ ଧାନଚାଷ ଜମିର ଯାଞ୍ଚ ନିମନ୍ତେ ପାଇଲଟ୍‌ ପ୍ରକଳ୍ପ ଭାବରେ ସାଟେଲାଇଟ୍‌ ଇ-ମେଜରିଂ ମାଧ୍ୟମରେ କରାଯାଇଥିବା ଯାଞ୍ଚ କାର୍ଯ୍ୟର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ରବିଧାନ କରାଯାଇଥିବା ସମସ୍ତ ୧୭ ଜିଲାର ଧାନଚାଷ ଜମିର ଯାଞ୍ଚ ସାଟେଲାଇଟ୍‌ ଇ-ମେଜରିଂ ମାଧ୍ୟମରେ କରାଯାଉଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଭୁଲ୍‌ ତଥ୍ୟ ମିଳିଲେ ସମ୍ପୃକ୍ତ ଜମିକୁ ବାଦ୍‌ ଦିଆଯାଉଛି। ପଞ୍ଜୀକରଣ ଓ ନାମ ଯାଞ୍ଚ ହୋଇଥିବା ଚାଷୀମାନେ ହିଁ ଉଦ୍ଦିଷ୍ଟ ମଣ୍ଡିରେ ସେମାନଙ୍କର ରବିଧାନ ବିକ୍ରି କରିପାରିବେ। ୧୭ ଜିଲା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କରାଯିବ। ଏହିସବୁ ଜିଲାର ମଣ୍ଡିରେ ଚାଷୀମାନଙ୍କଠାରୁ ପି-ପାସ୍‌ ଓ ଆଗୁଆ ଟୋକନ ପ୍ରଦାନ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନସଂଗ୍ରହ କରାଯିବ। ରବିଧାନ ସଂଗ୍ରହ କାର୍ଯ୍ୟ ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବ। ରବିଧାନ ନିମନ୍ତେ ମୋଟ ୨ ଲକ୍ଷ ୫୭ ହଜାର ୯୫୬ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ଏଥି ମଧ୍ୟରୁ ୯୧ ହଜାର ୫ ଜଣ ଚାଷୀ ନୂତନ ଭାବରେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ୧,୬୬,୯୫୧ ଜଣ ଚାଷୀ ସେମାନଙ୍କ ନାମ ନବୀକରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍‌ କରି ନାହାନ୍ତି ୩ ପ୍ରାର୍ଥୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

ପୁଣି ଦଳ ଡେଇଁଲେ ଦେବାଶିଷ, ଭାଜପା ଛାଡ଼ି କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା!, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

ନିର୍ବାଚନ ଲଢିବେ ସାରଦା ପ୍ରଧାନ, ଏହିଠୁ ଲଢିବେ…

ଭୁବନେଶ୍ୱର,୪।୫: ମାହଙ୍ଗାର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଚଳିତ ନିର୍ବାଚନ ଲଢିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାହାଙ୍ଗା ବିଧାନସଭା ଆସନରୁ ଲଢିବେ...

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଏହି ସବୁ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୪।୫: ରବିବାର ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏଥିସହ ଭୁବନେଶ୍ବରରେ ମଧ୍ୟ ରାତ୍ରୀଯାପନ କରିବେ...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪।୫: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri