ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ, ଚିତ୍ରାଙ୍କନ, ବକ୍ତୃତା, ରଚନା ସେ ସବୁଥିରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି। ଚଳିତବର୍ଷ ସେ ମଡେଲିଂରେ ସ୍କୁଲ ପକ୍ଷରୁ ଶ୍ରେଷ୍ଠ ବିବେଚିତ ହୋଇ ଭୁବନେଶ୍ୱରରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଫଳରେ ସେ ‘ଓଡ଼ିଶା ଜୁନିୟର ଟପ୍‌ ମଡେଲ ପ୍ରତିଯୋଗିତା’ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କେରଳରେ ଜେଏମ୍‌ଆଇ (ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ) ପ୍ରତିଯୋଗିତାରେ ସେ ଭାଗ ନେବାକୁ ସୁଯୋଗ ପାଇଛନ୍ତି।
ସହରର ଶ୍ରୀକଣ୍ଠପୁର ବିବେକାନନ୍ଦ ମାର୍ଗ ଅଞ୍ଚଳର ସୁସ୍ମିତା ଓ ତନ୍ମୟ ପରିଜାଙ୍କ ଝିଅ ପ୍ରତ୍ୟାଶା। ସେ ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ସେ ଏକ ଚ୍ୟାନେଲରେ ପ୍ରସାରିତ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ। ସେହିପରି ପର୍ଯ୍ୟଟନ ବିଭାଗ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ‘କଳିଙ୍ଗ କନ୍ୟା ରନତ୍-୨୦୧୮’ ଭାବେ ଶ୍ରେଷ୍ଠ ଜୁନିୟର ମଡେଲ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ‘ମିସ୍‌ ଚନ୍ଦ୍ରଭାଗା ୨୦୧୮’ ଟାଇଟଲ ମଧ୍ୟ ଜିତିଥିଲେ। ୨୦୧୭ରେ ବାଲେଶ୍ୱର ମଡର୍ନ ଇଞ୍ଜିନିୟରିଂ କଲେଜରେ ‘ଇସ୍ରୋ’ ପକ୍ଷରୁ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପ୍ରତିଭାଧାରୀ ପ୍ରତ୍ୟାଶା ପାଠପଢ଼ାରେ ମଧ୍ୟ ପଛରେ ନାହାନ୍ତି। ପ୍ରଥମରୁ ସେ ଲଗାତର ପ୍ରଥମ ସ୍ଥାନ ଅଧିକାର କରି ଆସୁଛନ୍ତି। ସେ ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ହେବା ସହ ସଫଳ ମଡେଲ ହେବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।

(ମାନସ ବିଶ୍ୱାଳ)


Enter your email to get our daily news in your inbox.

All Right Reserved By Dharitri.Com

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ଆମେରିକା ସହିତ ଚୁକ୍ତି ଉପରେ ଆଲୋଚନା ମଧ୍ୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଦେଲେ ଇସ୍ତଫା? ଦାବିର ଜବାବ ଦେଲା ତେହରାନ

ତେହରାନ,୧।୬: ଆମେରିକା ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ଆଲୋଚନା ମଧ୍ୟରେ, ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦାବି କରାଯାଇଛି ଯେ ଇରାନ ରାଷ୍ଟ୍ରପତି ମାସୁଦ…

ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଲେ ସରକାର, ବଢିଲା LPG ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୬: ଆଜି, ଜୁନ ୧ ତାରିଖରେ, ସାଧାରଣ ଜନତା ପୁଣି ଥରେ ବଢୁଥିବା ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତର ସମ୍ମୁଖୀନ ହୋଇଛନ୍ତି। ଗ୍ୟାସ କମ୍ପାନୀଗୁଡ଼ିକ ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri