ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ବାଲେଶ୍ୱର ଅଫିସ, ୩୦।୮-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଳାପୋଲ ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟରାତ୍ରିରେ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଉକ୍ତ ଆଡ୍ଡାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜୁଆ ସାମଗ୍ରୀ ସହ ୫ହଜାର ୨ଶହ ଟଙ୍କା ଓ ୨ଟି ମୋଟରସାଇକେଲ ଜବତ କରାଯାଇଛି। ଏନେଇ ଥାନାରେ ମାମଲା (ନଂ. ୨୪୩/୧୯) ରୁଜୁ କରାଯାଇ ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଗୋଳାପୋଲ ଅଞ୍ଚଳର ଏସ୍‌କେ ସେଖାୱତ ଖାନ୍‌ (୨୦), ଏସ୍‌କେ ସାରୁକ (୨୫), ଜୁମାନ ମଲ୍ଲିକ (୨୨), ସମାଉନ ମଲ୍ଲିକ (୨୧), ଏସ୍‌କେ ରବି (୨୦), ଏସ୍‌କେ ହବିବୁଲ (୧୮)। ଏମାନଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ବିଭିନ୍ନ ଥାନାରେ ରୁଜୁ ରହିଥିବାର ଥାନାଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri