ଜୀବିକାକୁ ନେଇ ଚିନ୍ତାରେ ବନବାସୀ

କେନ୍ଦୁଝର, ୨୭ା୪(ସ୍ବ.ପ୍ର.)-ଜଙ୍ଗଲରୁ ମିଳୁଥିବା ମହୁଲ, ଟୋଲ, ହରିଡା, ବାହାଡା, କାଠ, ଦାନ୍ତକାଠି, ଶାଳପତ୍ର ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ବନବାସୀମାନେ ତେଲଲୁଣର ସଂସାର ଚଳାଇଥାନ୍ତି। କେନ୍ଦୁଝର ଜିଲାର ଗ୍ରାମୀଣ ଅଧିବାସୀଙ୍କ ଅର୍ଥନୀତିକୁ ସୁଦୃଢ କରିଥାଏ ମହୁଲଫୁଲ। ଏହାକୁ ବିକି ଜିଲାର ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁୁଥିବା ବନବାସୀମାନେ ବର୍ଷର ୮ ମାସ ଜୀବିକା ନିର୍ବାହ କରିଥାନ୍ତି। ମାତ୍ର ଚଳିତବର୍ଷ ଲକ୍‌ଡାଉନ ଘୋଷଣା ମହୁଲ ସଂଗ୍ରହକାରୀଙ୍କୁ ନିରାଶ କରିଛି। କରୋନା ଯୋଗୁ ଘରେ ଅଟକି ରହିବା ଏବଂ ହାଟବଜାର ବନ୍ଦ ଥିବାରୁ ଲୋକେ ମହୁଲ ଫୁଲ ସଂଗ୍ରହ ଓ ବିକ୍ରିବଟା କରିପାରୁ ନ ଥିବାରୁ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି। ଜୀବିକାକୁ ନେଇ ସେମାନେ ଏବେ ଚିନ୍ତାରେ ରହିଛନ୍ତି।
ଜିଲାର ହାଟଡିହି, ଆନନ୍ଦପୁର, ଘଟଗାଁ, ହରିଚନ୍ଦପୁର, ତେଲକୋଇ, ବାଂଶପାଳ, କେନ୍ଦୁଝର ସଦର, ଝୁମ୍ପୁରା, ପାଟଣା, ସାହାରପଡା, ଚମ୍ପୁୁଆ, ଯୋଡା ବ୍ଲକ ଅଞ୍ଚଳର ବଣପାହାଡ଼ ତଥା ଗାଁ ଗଣ୍ଡାରେ ମହୁଲ ମିଳିଥାଏ। ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ଏପ୍ରିଲ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଦେଢମାସ ଧରି ମହୁଲ ସଂଗ୍ରହ ହୋଇଥାଏ। ଏହାକୁ ଶୁଖାଇ ସାଇତି ରଖିବା ପରେ ବିକ୍ରି କରାଯାଏ। ପ୍ରତ୍ୟେକ ପରିବାରର ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମହୁଲ ଫୁଲ ସଂଗ୍ରହ କରିବାକୁ ଟୋକେଇ, ବ୍ୟାଗ ଆଦି ଧରି ଭୋର ସମୟରେ ବଣ ଜଙ୍ଗଲକୁ ଯାଇଥାନ୍ତି। କିନ୍ତୁ କରୋନା ପାଇଁ ଲକଡାଉନ ପରିସ୍ଥିତି ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ଦୋହଲାଇ ଦେଇଛି ବୋଲି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭରତ ଚନ୍ଦ୍ର ପାତ୍ର କହିଛନ୍ତି। ସେହିପରି ଚଳିତବର୍ଷ ଅଦିନିଆ ବର୍ଷା ଯୋଗୁ ଅନେକ ଅଞ୍ଚଳରେ କମ୍‌ ପରିମାଣର ମହୁଲ ଫୁଲ ଫୁଟିଛି। କରୋନା ଯୋଗୁ ଘରୁ ବାହାରି ନ ପାରିବା ଓ ବିକ୍ରିବଟା ହୋଇ ପାରୁ ନ ଥିବା ବାଂଶପାଳ ବ୍ଲକ ଅଞ୍ଚଳର ମହୁଲ ଫୁଲ ସଂଗ୍ରହକାରୀ ରାଜନ ମୁଣ୍ଡା କହିଛନ୍ତି ା ଲକଡାଉନ ପାଇଁ ଲୋକଙ୍କୁ ସରକାରୀ ସହାୟତା ମିଳିଥିଲେ ମଧ୍ୟ ମହୁଲ ସଂଗ୍ରହ କମିବା ଯୋଗୁ ସରକାରଙ୍କ ରାଜସ୍ବହାନି ହେବ ବୋଲି ମଧ୍ୟ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?