Posted inUncategorized

ଜିଲାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କେନ୍ଦ୍ରାପଡା ଅଫିସ, ୨୭ା୫ : ଆସନ୍ତା ଜୁନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପ୍ରବାହିତ ହେବ ବୋଲି ପାଣି ବିଭାଗ ପୂର୍ବନୁମାନ କରିଛି। ମାତ୍ର ଏହି ସୂଚନାକୁ ଜିଲା ସ୍ବାସ୍ଥ୍ୟ ବିଭାଗ, ବ୍ଲକ, ଜିଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯାଉଛି। ଫଳରେ ଜିଲାବାସୀ ମ୍ୟାଲେରିଆ କବଳରେ ପଡ଼ିିବାର ଆଶଙ୍କା ରହିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ଷା ଆସିଲେ ଡ଼େଙ୍ଗୁ, ମ୍ୟାଲେରିଆ ଓ ଝାଡ଼ାବାନ୍ତି ଆଦି ଜଳବାହିତ ରୋଗବାହକଙ୍କ ବଂଶ ବୃଦ୍ଧି ଘଟେ ା ଏହାର ନିରାକରଣ ଓ ସମୟୋଚିତ ପଦକ୍ଷେପ ପାଇଁ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଜନ ସଚେତନା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ହେଉଛି ଜିଲା ପ୍ରଶାସନର ଦାୟିତ୍ୱ। ମାତ୍ର ଆଗାମୀ ବର୍ଷା ଋତୁରେ ଜଳବାହିତ ରୋଗର ମୁକାବିଲା ପାଇଁ ଜିଲା ଓ ବ୍ଲକ ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ସହରର ମନୋଜ କୁମାର କର କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୫୪ ଗ୍ରାମ ମ୍ୟାଲେରିଆପ୍ରବଣ ଚିହ୍ନଟ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରେ ଏହାର ପ୍ରଭାବ ବେଶି ରହିଛି। ୨୦୧୯ ଏପ୍ରିଲ ୨୫ ସୁଦ୍ଧା ଜିଲାର ୧୫୨ ଜଣ ମ୍ୟାଲେରିଆ ରୋଗରେ ପୀଡିତ ଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏହାବ୍ୟତୀତ ପ୍ରତିବର୍ଷ ଡେଙ୍ଗୁ ଓ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି। ୨୦୧୮ ଜୁଲାଇ ଶେଷ ସୁଦ୍ଧା ଜିଲାର ୮ ହଜାରରୁ ଊର୍ଦ୍ଧ୍ୱ ଝାଡାବାନ୍ତି ରୋଗୀରେ ପୀଡିତ ହୋଇଛନ୍ତି।
ଏ ସମ୍ପର୍କରେ ଡା. ରମେଶଚନ୍ଦ୍ର ମଲ୍ଲିକ କୁହନ୍ତି ଯେ, ଜଳବାହିତ ରୋଗ ପାଇଁ ସମସ୍ତେ ସଚେତନ ହେବା ଦରକାର। ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପ୍ରବଳ ଜ୍ୱର ଆସିବା ପରି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷା କରାଇବା ଆବଶ୍ୟକ ବୋଲି କହିଛନ୍ତି। ରାଜନଗର ବ୍ଲକ ଅନ୍ତର୍ଗତ ମଗରକନ୍ଦାର ମହେଶ୍ୱର ଯେନା, ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଗ୍ରାମର ହୃଷୀକେଶ ଦାଶ, ଆଳି ବ୍ଲକ ସାନମଙ୍ଗର ଆଶୁତୋଷ ସ୍ବାଇଁ ପ୍ରମୁଖ କୁହନ୍ତିଯେ ତାଙ୍କ ଘର ନିକଟରୁ ଅନୂ୍ୟନ ୧୦ କିଲୋମିଟର ଦୂରରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ରାସ୍ତା ବେହାଲ ଥିବାରୁ ବର୍ଷାଦିନେ ଚିକିତ୍ସାଳୟକୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବର୍ଷା ଋତୁରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମକୁ ଅନୂ୍ୟନ ୧୫ ଦିନରେ ଥରେ କ୍ୟାମ୍ପ କରି ବିଭିନ୍ନ ରୋଗର ରକ୍ତ ପରୀକ୍ଷା କରାଇଲେ ଏହାର ସୁଫଳ ମିଳିପାରନ୍ତା ବୋଲି ସେ କହିଛନ୍ତି। ମନକରପୁରର ଗୋଲେଖ ଚନ୍ଦ୍ର ପଢ଼ିଆରୀ ପରିମଳ ବ୍ୟବସ୍ଥା ଓ ସ୍ବାସ୍ଥ୍ୟସେବା ନେଇ ଅସନ୍ତୋଷବ୍ୟକ୍ତ କରି କହିଛନ୍ତି ଯେ, ଜିଲାରେ ପୁରୁଣା ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ସ୍ବେରେଜ ସିଷ୍ଟମ ଏବେ କାମ କରୁନାହିଁ। ଏହି ଡ୍ରେନେଜ୍‌ ସିଷ୍ଟମଗୁଡିକର ପୁନରୁଦ୍ଧାର କରା ନ ଯାଇ କେବଳ ନୂତନ ରାସ୍ତା ନିର୍ମାଣ ଚାଲିଛି। ଫଳରେ ବର୍ଷା ଓ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇ ନ ପାରି ଖାଲୁଆ ସ୍ଥାନରେ ଜମି ରହୁଛି। ଏହାବ୍ୟତୀତ ସହରରେ ବହୁ ପୋଖରୀ, ଗଡିଆରେ ପରିତ୍ୟକ୍ତ ଅବସ୍ଥାରେ ଥିତ୍ବାରୁ ମଶା ମାଛିଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି। ଫଳରେ ପ୍ରତ୍ୟେକ ବର୍ଷ ମେଲେରିଆ ସହିତ ଝାଡାବାନ୍ତି ରୋଗ ବ୍ୟାପିବାର ଲାଗିଛି। କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜସ ସମ୍ପାଦକ ମହମ୍ମଦ ଜାହିଦ୍‌ ଖାନ କୁହନ୍ତିଯେ ଜିଲାରେ ପ୍ରତିବର୍ଷ ନିଧିମଉସା ସଚେତନତା ରଥ, ମୋ ମଶାରୀ, ପୌରାଞ୍ଚଳ ମଶାମରା ଅଭିଯାନ ପାଇଁ ସରକାରଙ୍କ ପକ୍ଷରୁ ଔଷଧ ଓ ଅନୁଦାନ ରାଶି ଆସୁଛି। ମାତ୍ର ଏହି ଅନୁଦାନ ରାଶି କାଗଜ କଲମରେ ଠିକ୍‌ ଥିବାବେଳେ ବାସ୍ତବରେ ହଡ଼ପ ହେବାରେ ଲାଗିଛି।
ଏ ସମ୍ପର୍କରେ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର କୁହନ୍ତି, ଆଗାମୀ ଜୁନରେ ମ୍ୟାଲେରିଆ ନିରାକରଣ ମାସ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଏକ ଟ୍ୟାକ୍ସଫୋର୍ସ କମିଟି ଗଠନ ହୋଇ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?