ଜିଲାପାଳ ତରବୋଡ ନବୋଦୟ ସ୍କୁଲ ବୁଲି ଦେଖିଲେ:କର୍ମଚାରୀଙ୍କ ସହ ବୈଠକ କଲେ

ନୂଆପଡା ଅଫିସ/ତରବୋଡ,୨୨।୯(ଡି.ଏନ.ଏ.)
ନୂଆପଡା ଜିଲାର ଏକମାତ୍ର ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି। ଏ ନେଇ ବିଭିନ୍ନ ସମୟରେ ଛାତ୍ରୀଛାତ୍ର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଖୋଦ ଜିଲାପାଳ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏଠାରେ ପହଞ୍ଚତ୍ଥିଲେ। ଏଠାରେ ସବୁ ପରିସରକୁ ବୁଲି ଦେଖିଥିବାବେଳେ ଏଠାରେ ଆୟୋଜିତ ପରିଚାଲନା କମିଟି ବୈଠକରେ ଯୋଗଦେଇଥିଲେ। କର୍ମଚାରୀ ଏବଂ ଅବିଭାବକଙ୍କ ସହ ବସି ଆଲୋଚନା କରିଥିଲେ। ଏହି ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷା ଶାନ୍ତି ମହାନ୍ତି, ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଭୋଇ, ଜିଲା ମୁଖ୍ୟ ଚିକିତ୍ସାଳୟ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା.ପି.କେ.ବି ପଟ୍ଟନାୟକ, ପିଡବ୍ଲ୍ୟୁଡି ଏସଡିଓ କ୍ଷୀରଧର କନ୍ଦପାଣୀ, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଡ. ଶିବ ପ୍ରସାଦ ବେହେରା, କଳାହାଣ୍ଡି ଏମପିଙ୍କ ପ୍ରତିନିଧି ସୁରେଶ କୁମାର ଅଗ୍ରୱାଲ, ଅର୍ଜୁନ ଜଗତ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବିଦ୍ୟାଳୟର ମେସ ପରିଚାଳନା, ପାଠପଢା, ସ୍ବାସ୍ଥ୍ୟ ସମସ୍ୟା, ଏନଏସଏସ, ଖେଳ କୁଦ, ବିଜ୍ଞାନ ବିକାଶ ନିଧି, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ବିଜୁଳି, ରାସ୍ତା ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ଅଭିଭାବକମାନେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେ ସବୁ ଉପରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ସାହୁ ପ୍ରତିଶ୍ରୁତି ଦେଇଥିଲେ। ଶେଷ ପର୍ଯ୍ୟାୟରେ ଅତିଥିମାନେ ବିଦ୍ୟାଳୟ କ୍ୟାମ୍ପସରେ ଚାରାରୋପଣ କରିଥିଲେ। ଏଥିରେ ବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକମାନେ ସହଯୋଗ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

କ’ଣ CJP ମୁଖ୍ୟ ଅଭିଜିତ ଦିପକେ ୩ ପ୍ରବକ୍ତାଙ୍କୁ ଦେବେ ଦରମା, ସୋସଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଭାରତ ଫେରିବା ଏବଂ ଜୁନ ୬ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର ହେବାର କିଛି ଦିନ…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri