ଜିଲା ସଡ଼କ ସୁରକ୍ଷା କମିଟି ବୈଠକ: ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ, ୨୬ା।୯ – ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହରେ ବୁଧବାର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ସଂଶୋଧିତ ମୋଟରଯାନ ଆଇନର କାର୍ଯ୍ୟକାରିତା ନେଇ ଜନସଚେତନତା ସୃଷ୍ଟି ଏବଂ ଦୁର୍ଘଟଣା ହ୍ରାସ କରିବା ଦିଗରେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିଥିଲେ।
ନୂତନ ମୋଟରଯାନ ଆଇନ ଅନୁଯାୟୀ ଗାଡ଼ି ଚାଳକଙ୍କୁ ହେଲମେଟ୍‌ ଏବଂ ସିଟବେଲ୍ଟ ବ୍ୟବହାର ସହିତ ଆବଶ୍ୟକ କାଗଜପତ୍ର ପାଖରେ ରଖିବା ଅନିବାର୍ଯ୍ୟ। ନିଶା ସେବନକାରୀ ଡ୍ରାଇଭରଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବନାହିଁ ବୋଲି ଜିଲାପାଳ କହିଛନ୍ତି। ବେପରୁଆ ଗାଡ଼ିଚାଳନା, ଡ୍ରାଇଭିଂ ବେଳେ ମୋବାଇଲ ବ୍ୟବହାର, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ସୁରକ୍ଷା ଉପକରଣରେ ଯାନବାହନ ଚଳାଚଳ ଦୁର୍ଘଟଣାର ପ୍ରମୁଖ କାରଣ। ଏଥିପ୍ରତି ପରିବହନ ବିଭାଗ ଏବଂ ପୋଲିସ ପକ୍ଷରୁ ପ୍ରଥମେ ସଚେତନ ସୃଷ୍ଟି କରାଯିବ। ଏହାପରେ ଯାଞ୍ଚ କଡ଼ାକଡ଼ି କରିବାକୁ ମତପ୍ରକାଶ ପାଇଥିଲା।
ଦୁର୍ଘଟଣା ରୋକିବାକୁ ପୂର୍ତ୍ତ ବିଭାଗ ରାସ୍ତା, ୫୫ ଓ ୨୦୦ ନମ୍ବର ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରେଡିୟମ ଷ୍ଟିକର ଲଗାଯିବ। ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ହମ୍ପସ୍‌ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଲାଇସେନ୍ସ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ନାବାଳକଙ୍କ ଗାଡ଼ିଚାଳନା ଉପରେ ସତର୍କ ଦୃଷ୍ଟି ରଖାଯିବ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ। ଆବଶ୍ୟକସ୍ଥଳେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। ଶିକ୍ଷାନୁଷ୍ଠାନରେ ନିଯୋଜିତ ବସ୍‌ଗୁଡ଼ିକ ସିଟ୍‌ ଅନୁଯାୟୀ ପିଲା ପରିବହନ କରିବେ। କ୍ଷମତାଠାରୁ ଅଧିକ ପରିବହନ କରିବା ଦଣ୍ଡନୀୟ ଅପରାଧ। ଏହାର ଯାଞ୍ଚ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀବତ୍ସ ଦଳେଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ଅତିରିକ୍ତ ଏସ୍‌ପି ବିନୟ କାମିଲା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଜିଲା ରେଡ୍‌କ୍ରସ୍‌ ଶାଖା ଉପସଭାପତି ବିରଞ୍ଚତ୍ ନାରାୟଣ ପାଣି, ଶିକ୍ଷାବିତ୍‌ ପ୍ରଦ୍ୟୁମ୍ନ ରଥ, ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ, ଏନ୍‌ଏଚ୍‌ଏଆଇ ଅଧିକାରୀ, ଟ୍ରକ୍‌ ଓନର୍ସ ଆସୋସିଏଶନ, ମୋଟର ତାଲିମ କେନ୍ଦ୍ର କର୍ମକର୍ତ୍ତାଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri