ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ କରିବା ଅଭିଯୋଗ ହୋଇଛି। ଜାତୀୟ ଫୁଟବଲ ଖେଳାଳି ତନୁଜା ବାଗେ ଏହି ଅଭିଯୋଗ ଆଣିଛନ୍ତି। ଘଟଣାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ଗୁରୁତ୍ୱର ସହ ନେଇଛନ୍ତି। ସେ କହିଛନ୍ତି, ମେଡିକାଲରେ ଘଟିଥିବା ଏହି ଘଟଣା ନଜରକୁ ଆସିଛି। ଗୁରୁବାର ତଦନ୍ତ କରାଯାଇ ସମ୍ପୃକ୍ତା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତନୁଜା ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ରାତିରେ ତପସ୍ବିନୀ ଏକ୍ସପ୍ରେସରେ ସେ ଝିଅ ପଦ୍ମିନୀ ଓ ସ୍ବାମୀଙ୍କ ସହ ଝାରୁସୁଗୁଡ଼ା ଫେରୁଥିବା ବେଳେ ଝିଅର ଅସୁସ୍ଥତା ଯୋଗୁ ତାକୁ ଅନୁଗୋଳ ମେଡିକାଲ ଶିଶୁରୋଗ ବିଭାଗରେ ଭର୍ତ୍ତି କରିଥିଲେ। ବୁଧବାର ମଧ୍ୟାହ୍ନ ବେଳକୁ ଝିଅ ସାମାନ୍ୟ ସୁସ୍ଥ ହେବାରୁ ସେ ଦାୟିତ୍ୱରେ ଥିବା ଡାକ୍ତର କଳ୍ପନା ଜେନାଙ୍କ ନିକଟକୁ ଯାଇ ଡିସ୍‌ଚାର୍ଜ କରିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତା ଡାକ୍ତର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା କହି ତାଙ୍କୁ ରୁମ୍‌ ବାହାରେ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତନୁଜା ଝାରସୁଗୁଡ଼ା ଯିବେ ବୋଲି କହିଥିଲେ ମଧ୍ୟ ଡାକ୍ତର କିଛି ଶୁଣି ନ ଥିଲେ। ସେତେବେଳେ ଡାକ୍ତର କଳ୍ପନା ଏକ ଘରୋଇ ଡାକ୍ତରଖାନା ଫାଇଲ ଗୁଡ଼ିକରେ ଦସ୍ତଖତ କରୁଥିବା ତନୁଜା ଅଭିଯୋଗ କରିଛନ୍ତି। ଜଣେ ବ୍ୟକ୍ତି ଏ ସମ୍ପର୍କରେ ସମ୍ପୃକ୍ତା ମହିଳା ଡାକ୍ତରଙ୍କୁ ପଚାରିବାରୁ ସେ ତୁରନ୍ତ ଉକ୍ତ ଫାଇଲଗୁଡ଼ିକ ବନ୍ଦ କରିଦେଇଥିଲେ। ଏହି ସମୟରେ ଫାଇଲ ନେଇ ଆସିଥିବା ଏକ ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ ସେଠାରୁ ଦୌଡି ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତନୁଜା କହିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ମୋବାଇଲ ନଂ. ୯୪୩୭୨୧୩୬୦୮ରେ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ସେ ରିସିଭ ନ କରିବାରୁ ମତାମତ ମିଳିପାରି ନାହିଁ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବେହେରା କହିଛନ୍ତି, ଏଭଳି ଘଟଣା ଘଟିଥିଲେ କ୍ଷମା କରାଯିବ ନାହିଁ। ଜାତୀୟ ଫୁଟବଲ ଖେଳାଳି ହୁଅନ୍ତୁ କି ସାଧାରଣ ଲୋକ, ସେମାନଙ୍କ ଟଙ୍କାରେ ଦରମା ନେଇ ଅନ୍ୟ ଘରୋଇ ମେଡିକାଲ କାର୍ଯ୍ୟ କରିବା ବରଦାସ୍ତ କରାଯିବ ନାହିଁ। ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri