ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଠାରୁ ଟଙ୍କା ନେବା ଭିଡିଓ ଭାଇରାଲ ପ୍ରସବ କରାଇଦେବା ପାଇଁ ନେଲେ ୫ ହଜାର

ନୟାଗଡ଼ ଅଫିସ,୩।୯-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଜଣେ ମହିଳାଙ୍କୁ ପ୍ରସବ କରାଇଦେବା ପାଇଁ ଡାକ୍ତର, ଆଟେଣ୍ଡାଣ୍ଟ ଓ ଆଶା ଦିଦି ମିଶି ୫୦୦୦ ଟଙ୍କା ନେଇଥିବା ଓ ଷ୍ଟିଚ୍‌ ଖୋଲିବା ପରେ ଆଉ ୨୦୦ ଟଙ୍କା ନେଇଥିବା ଅଭିଯୋଗ ସହ ଏ ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଓ ଡାକ୍ତର କେତେ ସ୍ବଚ୍ଛ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।
ଜିଲା ଶରଣକୁଳ ଥାନା ସୋଲପଟା ଗ୍ରାମର କାମେଶ୍ୱର ଆଚାରୀ ଏ ନେଇ ଟାଉନ ଥାନା ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କାମେଶ୍ୱର କରିଥିବା ଅଭିଯୋଗ ଅନୁସାରେ ତାଙ୍କ ସ୍ତ୍ରୀଙ୍କ ପ୍ରସବ ସମୟ ହେବାରୁ ଗତ ୨୭ ତାରିଖରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସନ୍ଧ୍ୟାରେ ଡାକ୍ତରଖାନାର ଜଣେ ନର୍ସ (ଆଟେଣ୍ଡାଣ୍ଟ) ଆସି ପ୍ରସବ କରାଇ ଦେବା ପାଇଁ ୫୦୦୦ ଟଙ୍କା ମାଗିଥିଲେ। ଉକ୍ତ ଟଙ୍କାକୁ ଡାକ୍ତର ଓ ସେମାନେ ଭାଗ ବାଣ୍ଟି ନେବେ ବୋଲି କହିଥିଲେ। କାମେଶ୍ୱରଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେ ବାଧ୍ୟ ହୋଇ ୫ ହଜାର ଟଙ୍କା ଦେଇଥିଲେ। ଏହା ପରେ ଅସ୍ତ୍ରୋପଚାର କରାଯାଇ ଶିଶୁ କନ୍ୟାଟିଏ ଜନ୍ମ ହୋଇଥିଲା। ସମ୍ପୃକ୍ତ ନର୍ସ ମଧ୍ୟ ତାଙ୍କ ପିଛା ଛାଡ଼ି ନ ଥିଲେ। ଷ୍ଟିଚ୍‌ ଖୋଲାଯିବ ପରେ ଆଉ ୨୦୦ ଟଙ୍କା ଦେବାକୁ ସେ କହିଥିଲେ। କାମେଶ୍ୱର ସୋମବାର ୨୦୦ ଟଙ୍କା ନର୍ସଙ୍କୁ ଦେଉଥିବାବେଳେ ଚତୁରତାର ସହିତ ଏହାକୁ ମୋବାଇଲରେ ରେକର୍ଡିଂ କରି ଦେଇଥିଲେ। ପରେ ଏହାକୁ ଭାଇରାଲ୍‌ କରିଥିଲେ। ଏହି ଘଟଣା ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି। ଅନ୍ୟପକ୍ଷେ କାମେଶ୍ୱରଙ୍କ ନବଜାତ ଶିଶୁକନ୍ୟାର ଅବସ୍ଥା ଭଲ ନ ଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଏ ନେଇ କାମେଶ୍ୱର ମୋ ପାଖରେ ଅଭିଯୋଗ କରିଛନ୍ତି। ମେଡ଼ିକାଲ୍‌ର ଜଣେ ଆଟେଣ୍ଟାଣ୍ଡ ତାଙ୍କଠାରୁ ୨୦୦ ଟଙ୍କା ନେଉଥିବା ଭିଡିଓରେ ଜଣା ପଡ଼ିଛି। ତେବେ ସେ ଅଭିଯୋଗ କରିଥିବା ୫ ହଜାର ଟଙ୍କା କିଏ କିଏ ନେଇଛନ୍ତି ସେ ଦିଗରେ ତଦନ୍ତ କରାଯିବ ବୋଲି ସେ କହିଥିଲେ। ପ୍ରକାଶ ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସ ରୋଗୀଙ୍କ ସର୍ମ୍ପକୀୟଙ୍କଠାରୁ ଟଙ୍କା ଦାବି କରିଥିବା ଭିଡି଼ଓ ଭାଇରାଲ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri