Posted inଜାତୀୟ

ଜାଲ୍‌ ସାର୍ଟିଫିକେଟରେ ଚାକିରି ହଡ଼ପ

ନୂଆଦିଲ୍ଲୀ,୨୪ା୧୦(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ହଜାର ହଜାର ସରକାରୀ ଚାକିରି ହଡ଼ପ ହୋଇଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଜ୍ଞାତସାରରେ ଚାଲିଥିଲା ଏଭଳି ଦୁର୍ନୀତି। ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଚାକିରି ପାଇବା ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗର ଅନେକ ପ୍ରାର୍ଥୀ ନିଜକୁ ଆଦିବାସୀରେ ବଦଳାଇଛନ୍ତି। ଜାଲ୍‌ ଆଦିବାସୀ ପ୍ରମାଣପତ୍ର ଯୋଗାଇଦେବାରେ ସ୍ବତନ୍ତ୍ର ର଼୍ୟାକେଟ ସହାୟତା କରୁଥିଲେ। ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଶାସନ କାଳରେ ଏହିସବୁ ର଼୍ୟାକେଟ ସକ୍ରିୟ ଥିଲେ।
ଏହି ଜାଲିଆତି ଘଟଣା ଲୋକଲୋଚନକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧାର ଅପବ୍ୟବହାର କରାଯାଇଥିବା ଉତ୍ତରପ୍ରଦେଶ ଅନୁସୂଚିତ ଜାତି ଓ ଜନଜାତି କମିଶନ ଅଧ୍ୟକ୍ଷ ବ୍ରିଜ୍‌ଲାଲ ଅଭିଯୋଗ କରିବା ସହ ତିନୋଟି ପ୍ରମୁଖ ଅନୁସୂଚିତ ଜନଜାତି ଖରଓ୍ବାର, ଗୋଣ୍ଡ ଓ ଚେରୋମାନଙ୍କ ଆଦିବାସୀ ପ୍ରମାଣପତ୍ର ଯାଞ୍ଚ କରିବା ଲାଗି ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଓବିସି ପ୍ରାର୍ଥୀମାନେ ଜାଲିଆତି କରି ମିଥ୍ୟା ପ୍ରମାଣପତ୍ର ଦେଇ ଏସ୍‌ସି କିମ୍ବା ଏସ୍‌ଟିଙ୍କ ପାଇଁ ଉଦ୍ଦିଷ୍ଟ ନିଯୁକ୍ତି ହଡପ କରିଥିବାର ଅନେକ ଅଭିଯୋଗ ମିଳିଥିବା ବ୍ରିଜ୍‌ଲାଲ୍‌ କହିଛନ୍ତି। ରାଜ୍ୟର ବିଭିନ୍ନ ସେକ୍ଟର ଓ ଅଞ୍ଚଳରେ ଏଭଳି ଜାଲିଆତି ବର୍ଷ ବର୍ଷ ଧରି ଚାଲିଥିଲା। ଏଥିରେ ଜିଲାପାଳମାନଙ୍କ ସମ୍ପୃକ୍ତିକୁ ଏଡାଇ ଦିଆଯାଇ ନ ପାରେ। କାରଣ ଅନୁସୂଚିତ ଜାତି ଓ ଜନଜାତି ପ୍ରମାଣପତ୍ର ପ୍ରଦାନ କରିବା କ୍ଷମତା ସେମାନଙ୍କୁ ମିଳିଥିଲା। କେତେସଂଖ୍ୟାରେ ଚାକିରି ହଡ଼ପ ହୋଇଛି ତାହା ଯଦିଓ ନିର୍ଦ୍ଦିଷ୍ଟ ଭାବେ ଜଣାପଡିନି ତେବେ ଏହା ବହୁ ହଜାର ହେବ ବୋଲି ଅନୁମାନ କରାଯାଉଛି। ସୋମବାର ଗୋରଖପୁରଠାରେ ଉଚ୍ଚ ସରକାରୀ ଅଧିକାରୀମାନଙ୍କର ଏକ ବୈଠକ ଡାକି ବ୍ରିଜ୍‌ ଲାଲ୍‌ ଉକ୍ତ ର଼୍ୟାକେଟ ବିରୋଧରେ ତଦନ୍ତ ଲାଗି ୟୁପିର ଏହି ପୂର୍ବତନ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି। ଏହି ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ ପଛରେ ରାଜନୈତିକ ପୃଷ୍ଠପୋଷକ ରହିଥିବା ପୂର୍ବତନ ଆଇପିଏସ୍‌ ଅଫିସର କହିଛନ୍ତି। ୨୦୦୪ରେ ମୁଲାୟମ ସିଂ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଥିଲାବେଳେ କେତେକ ଓବିସିଙ୍କୁ ଅନୁସୂଚିତ ଜାତି/ଜନଜାତିରେ ପରିବର୍ତ୍ତନ କରିବା ଲାଗି ସରକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମୋଦନ ସହିତ ପାର୍ଲାମେଣ୍ଟରେ ସଂରକ୍ଷଣ ଆଇନରେ ସଂଶୋଧନ ଆଣିବା ଆବଶ୍ୟକ। ସେଭଳି କିଛି ହୋଇ ନ ଥିବାରୁ ମୁଲାୟମ ସରକାରଙ୍କ ଉପରୋକ୍ତ ନିର୍ଦ୍ଦେଶନାମାର କୌଣସି ଆଇନଗତ ବୈଧତା ନ ଥିଲା। କିନ୍ତୁ ମୁଲାୟମଙ୍କ ନିର୍ଦ୍ଦେଶନାମା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାତି ପରିବର୍ତ୍ତନ ର଼୍ୟାକେଟ ସକ୍ରିୟ ହୋଇ ଉଠିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଗୋଣ୍ଡ, ଖରଓ୍ବାର ଓ ଚେରୋ ସମ୍ପ୍ରଦାୟର ମିଛ ପରିଚୟ ଦେଇ ବାଲିଆ, ଦେଓରିଆ, କୁଶିନଗର, ମହାରାଜଗଞ୍ଜ, ସିଦ୍ଧାର୍ଥନଗର ଓ ଗୋରଖପୁର ଜିଲା ପ୍ରଶାସନରୁ ବହୁସଂଖ୍ୟାରେ ଛାତ୍ରୀଛାତ୍ର ଆଦିବାସୀ ପ୍ରମାଣପତ୍ର ହାତେଇଛନ୍ତି। ଏହିସବୁ ଜିଲାରେ ପ୍ରକୃତରେ ଏଭଳି ଆଦିବାସୀ ସମ୍ପ୍ରଦାୟ ନ ଥିବା ଜଣାପଡିଛି। ଗୋଣ୍ଡ ଓ ଖରଓ୍ବାର ସମ୍ପ୍ରଦାୟ ସୋନଭଦ୍ର, ମିର୍ଜାପୁର, ଓ ଚନ୍ଦାଉଲି ଜିଲାରେ ସୀମିତ। ରାଜସ୍ବ ରେକର୍ଡ ଅନୁଯାୟୀ ଉତ୍ତରପୂର୍ବ ୟୁପିରେ ଏହି ଦୁଇ ସମ୍ପ୍ରଦାୟ ନାହାନ୍ତି। ପଛୁଆ ବର୍ଗରେ ଯାଉଥିବା କହର, କୁମ୍ଭାର, ଭୁର୍ଜି ଜାତିର ପ୍ରାର୍ଥୀମାନେ ନିଜକୁ ଗୋଣ୍ଡ ଓ ଖରଓ୍ବାରରେ ପରିବର୍ତ୍ତନ କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାକିରିକୁ ହଡ଼ପ କରିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?